ETV Bharat / state

ପୂର୍ବତନ ସରପଞ୍ଚ ହତ୍ୟାକାଣ୍ଡର 4 ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ଭଦ୍ରକ ପୋଲିସ - EX SARAPNACH MURDER CASE

ବ୍ୟବସାୟିକ ଶତ୍ରୁତାରୁ ହତ୍ୟା । ମଦ ପିଆଇବା ପରେ ଧାରୁଆ ଅସ୍ତ୍ରରେ କରାଯାଇଥିଲା ଆକ୍ରମଣ । କ୍ଷେତରେ ଫିଙ୍ଗିଥିଲେ ମୃତଦେହ ।

ପୂର୍ବତନ ସରପଞ୍ଚ ହତ୍ୟାକାଣ୍ଡର 4 ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ଭଦ୍ରକ ପୋଲିସ
ପୂର୍ବତନ ସରପଞ୍ଚ ହତ୍ୟାକାଣ୍ଡର 4 ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ଭଦ୍ରକ ପୋଲିସ (ETV Bharat Odisha)
author img

By ETV Bharat Odisha Team

Published : Nov 22, 2024, 8:49 AM IST

ଭଦ୍ରକ: ପୂର୍ବତନ ସରପଞ୍ଚ ଚିତ୍ତରଞ୍ଜନ ରାଉତ ହତ୍ୟା ଘଟଣାରେ 4 ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ଭଦ୍ରକ ଜିଲ୍ଲା ପୋଲିସ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି ପୂର୍ବାଞ୍ଚଳ ଡିଆଇଜି ଡ଼.ସତ୍ୟଜିତ ନାୟକ । ପୋଲିସର ସୂଚନା ଅନୁଯାୟୀ ବ୍ୟବସାୟିକ ବିବାଦକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଛି । ସମସ୍ତ ଅଭିଯୁକ୍ତଙ୍କୁ ଜେରା କରିବା ପରେ ପୋଲିସ କୋର୍ଟ ଚାଲାଣ କରିଛି ।

  • ବ୍ୟବସାୟିକ ଶତ୍ରୁତାରୁ ହତ୍ୟା: ପୋଲିସ

ଚଳିତମାସ 12 ତାରିଖ ବିଳମ୍ବିତ ରାତ୍ରିରେ ଯୋଜନା ବଦ୍ଧ ଭାବେ ଭଦ୍ରକ ବ୍ଲକ ବନ୍ଧଗାଁର ପୂର୍ବତନ ସରପଞ୍ଚ ଚିତ୍ତରଞ୍ଜନ ରାଉତଙ୍କୁ ହତ୍ୟା କରାଯାଇଥିଲା । ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଖୁଲାସା କରିଛନ୍ତି ପୂର୍ବାଞ୍ଚଳ ଡ଼ି.ଆଇ.ଜି ଡ. ସତ୍ୟଜିତ ନାୟକ। ସେ ସୂଚନା ଦେଇ କହିଛନ୍ତି, ‘‘ଏହି ହତ୍ୟାକାଣ୍ଡ ସମ୍ପୂର୍ଣ୍ଣ ବ୍ୟବସାୟିକ ଶତ୍ରୁତାରୁ ହୋଇଛି । ଏଥିରେ କୌଣସି ରାଜନୈତିକ ଶତ୍ରୁତା ନାହିଁ । ମୁଖ୍ୟ ଅଭିଯୁକ୍ତ ବିଦ୍ୟୁତ କୁମାର ସାହୁ ପୂର୍ବତନ ସରପଞ୍ଚ ଚିତ୍ତରଞ୍ଜନ ରାଉତଙ୍କୁ ହତ୍ୟା କରିବା ପାଇଁ ବନ୍ଧଗାଁ ଅଞ୍ଚଳର ବାଦଲ କୁମାର ସାମଲ, ସରୋଜ କୁମାର ସାହୁ ଏବଂ ପ୍ରଶାନ୍ତ ରାଉତଙ୍କୁ ଅଢେଇ ଲକ୍ଷ ଟଙ୍କାର ସୁପାରୀ ଦେଇଥିଲ । ଏହି ଗାଁ ର ବିଦ୍ୟୁତ କୁମାର ସାହୁ (ଧୂମା) ଜଣେ ଯୁବ ବ୍ୟବସାୟୀ ଭାବେ ପରିଚିତ । ସେ ଲୁହାରଡ଼ ଏବଂ ସିମେଣ୍ଟ ଦୋକାନ କରିବା ସହିତ ଧାନ ବ୍ୟବସାୟ ମଧ୍ୟ କରୁଥିଲା । ତେବେ ମୃତ ଚିତ୍ତରଞ୍ଜନ ଧୂମାଙ୍କ ବ୍ୟବସାୟରେ ବାଧା ସୃଷ୍ଟି କରିବା ସହ ଆର୍ଥିକ କ୍ଷେତ୍ରରେ ତାଙ୍କୁ କ୍ଷତି ପହଞ୍ଚାଇ ଥିବାରୁ ତାଙ୍କୁ ହତ୍ୟା କରିବା ପାଇଁ ଧୂମା ସୁପାରୀ ଦେଇଥିଲା । ଏଥିପାଇଁ ଧୂମା ଅଢେଇ ଲକ୍ଷ ଟଙ୍କାର ଡିଲ୍‌ କରିଥିବା ବେଳେ ଅଗ୍ରୀମ 40 ହଜାର ଟଙ୍କା ଅଭିଯୁକ୍ତମାନଙ୍କୁ ଦେଇଥିଲା ।’’

ପୂର୍ବତନ ସରପଞ୍ଚ ହତ୍ୟାକାଣ୍ଡର 4 ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ଭଦ୍ରକ ପୋଲିସ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:- ପୁରୀରେ ନନ୍ଦନକାନନ ଏକ୍ସପ୍ରେସ, ଭଦ୍ରକରେ ଗୁଳିମାଡ଼ ଘଟଣାର ତଦନ୍ତ ଜାରି

  • ମଦ ପିଆଇବା ପରେ ପଛରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ:-

ଚଳିତ ମାସ 12 ତାରିଖ ରାତ୍ରିରେ ପୂର୍ବତନ ସରପଞ୍ଚ ଚିତ୍ତରଞ୍ଜନ ରାଉତ ଧୂମାଙ୍କ ଘରେ ହୋଇଥିବା ଅଷ୍ଟପ୍ରହରୀରେ ଯୋଗ ଦେଇ ନିଜଘରକୁ ଫେରୁଥିଲେ । ଏହି ସମୟରେ ସରୋଜ ନିଜ ମୋବାଇଲରେ ଚିତ୍ତରଞ୍ଜନଙ୍କୁ ଫୋନ କରି ମଦ ପିଇବା ପାଇଁ ଡାକିଥିଲା । ତେଣୁ ଚିତ୍ତରଞ୍ଜନ ସେଠାରେ ଅଟକି ବାଦଲ, ସରୋଜ ଏବଂ ପ୍ରଶାନ୍ତଙ୍କ ସହିତ ମଦ ପାନ କରିବା ପରେ ଘରକୁ ଫେରୁଥିଲେ । ଠିକ ଏହି ସମୟରେ ପୂର୍ବ ଯୋଜନା ଅନୁଯାୟୀ ପଛରୁ ସରୋଜ ଆସି ଏକ କଟୁରୀରେ ଚିତ୍ତରଞ୍ଜନଙ୍କୁ ଆକ୍ରମଣ କରିଥିଲା । ଫଳରେ ଚିତ୍ତରଞ୍ଜନ ରକ୍ତାକ୍ତ ହୋଇ ତଳେ ପଡାଯାଇଥିଲେ । 3 ଜଣ ମିଶି ତାଙ୍କୁ ହତ୍ୟା କରିବା ସହ କ୍ଷେତରେ ଫିଙ୍ଗି ଦେଇ ଫେରାର ହୋଇଯାଇଥିଲେ ।

ପୂର୍ବତନ ସରପଞ୍ଚ ହତ୍ୟାକାଣ୍ଡର 4 ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ଭଦ୍ରକ ପୋଲିସ
ପୂର୍ବତନ ସରପଞ୍ଚ ହତ୍ୟାକାଣ୍ଡର 4 ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ଭଦ୍ରକ ପୋଲିସ (ETV Bharat Odisha)

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.