କଳାହାଣ୍ଡି: ଜିଲ୍ଲା ଭବାନୀପାଟଣା ସହରର ଟିଭି ସେଣ୍ଟର ପଡ଼ାର ରୁକ୍ସାନା ବାନୋ । ପରିବାର କହିଲେ ମା ଓ ବଡ଼ ଭଉଣୀ । ଗତ ୧୫ ଦିନ ତଳେ ଏକ ଆଲବମ ସୁଟିଂ ପାଇଁ ରୁକ୍ସାନା ବଲାଙ୍ଗୀର ଯାଇଥିଲେ । ସେଠାରୁ ଫେରିବା ପରେ ହଠାତ ତାଙ୍କ ଦେହ ଅସୁସ୍ଥ ହେବା ପରେ ପରିବାର ଲୋକେ ପ୍ରଥମେ ଭବାନୀପାଟଣା ମେଡିକାଲ ଓ ପରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ନଆସିବାରୁ ପରେ ବରଗଡର ଏକ ଘରୋଇ ହସ୍ପିଟାଲର ଭର୍ତ୍ତି କରିଥିଲେ ପରିବାର ଲୋକେ । ସେଠାରେ ଚିକିତ୍ସା ଚାଲିଥିବା ବେଳେ ହଠାତ ଆହୁରି ଅସୁସ୍ଥ ହେବାରୁ ପରିବାର ଲୋକେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରିଥିଲେ । ତେବେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଏପଟେ ରୁକ୍ସାନାଙ୍କ ମୃତ୍ୟୁ ନେଇ ସସପେନ୍ସ ଲାଗି ରହିଛି।
ସେପଟେ ରୁକ୍ସାନାଙ୍କ ମୃତ୍ୟୁ ନେଇ ତାଙ୍କ ମା’ ସାମାଜିକ ଗଣମାଧ୍ୟମରେ ଅଭିଯୋଗ ଆଣିଛନ୍ତି ଯେ, ଜନୈକ ସମ୍ବଲପୁରୀ ଗାୟକ ତାଙ୍କ ଝିଆ ରୁକ୍ସାନା ବାନୋଙ୍କୁ ମାନସିକ ନିର୍ଯାତନା ଦେବା ସହ ବଲାଙ୍ଗୀର ସୁଟିଂ ସମୟରେ ଖାଦ୍ୟାରେ ସ୍ଲୋ ପଏଜନ ମିଶାଇ ଦେଇଥିବା ଅଭିଯୋଗ ଆଣିଛନ୍ତି । ସେପଟେ ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ରୁକ୍ସାନାଙ୍କ ହାତଲେଖା ଏକ ଚିଠି ଭାଇରାଲ ହେବାରେ ଲାଗିଛି । ଉକ୍ତ ଚିଠିରେ ରୁକ୍ସାନା ଲେଖିଛନ୍ତି, "ତାଙ୍କୁ ବହୁତ୍ କଷ୍ଟ ହେଉଛି ସେ ସାହି ପାରୁ ମହାନ୍ତି ହୁଏତ ତାଙ୍କ ଜୀବନ ନେଇ ଯାଆନ୍ତୁ କିନ୍ତୁ ଏ କଷ୍ଟ ଦିଆନ୍ତୁ ନାହିଁ" ବୋଲି ଉକ୍ତ ଚିଠିରେ ଉଲ୍ଲେଖ ରହିଛି ।
ଘଟଣାକୁ ନେଇ ରୁକ୍ସାନାଙ୍କ ଭଉଣୀ ରୁବିନା ବାନୋ କହିଛନ୍ତି, "ଜନୈକ ସମ୍ବଲପୁରୀ ଗାୟକ ରୁକ୍ସାନାଙ୍କୁ ଅନେକ ସମୟରେ ମାନସିକ ନିର୍ଯାତନା ଦେବା ସହିତ ଇଣ୍ଡଷ୍ଟ୍ରୀରେ କାମ କରାଇ ଦେବେ ନାହିଁ," ବୋଲି ଅନେକ ସମୟରେ ରୁକ୍ସାନାଙ୍କୁ ଧମକ ଦେଉଥିଲେ । ଏହା ସହିତ ରୁକ୍ସାନା ବାନୋ ମଧ୍ୟ ଜନୈକ ଗାୟକଙ୍କୁ ସାରା ରାଜ୍ୟରେ ଏକ୍ସପୋଜ କରିବା ନେଇ ମଧ୍ୟ ଧମକ ଦେଇଥିଲେ ବୋଲି ତାଙ୍କ ଭଉଣୀ କହିଛନ୍ତି । ଏହାସହିତ ବଲାଙ୍ଗୀର ସୁଟିଂ ସମୟରେ ୧୦ ରୁ ୧୫ ଜଣ ଲୋକ ଥିଲେ କିନ୍ତୁ ରୁକ୍ସାନାଙ୍କୁ କାହିଁକି ସ୍କ୍ରବ୍ ଟାଇଫସ୍ ହେଲା ଅନ୍ୟ ମାନଙ୍କୁ କେମିତି ହେଲା ନାହିଁ । ଏଥିରେ ସମସ୍ତଙ୍କ ସଂପୃକ୍ତି ରହିଥିବା ବେଳେ ତାଙ୍କୁ କୋଲ୍ଡଡ୍ରିଙ୍କସରେ ସ୍ଲୋ ପଏଜନ ଦିଆଯାଇଥିବା ବେଳେ ମୁଁ ସାରା ଓଡ଼ିଶାବାସୀ ଓ ସରକାର ଙ୍କୁ ନିବେଦନ କରୁଛି ଯେ ମୋ ଭଉଣୀଙ୍କୁ ନ୍ୟାୟ ପ୍ରଦାନ କରନ୍ତୁ ବୋଲି ସେ ପ୍ରକାଶ କରିଛନ୍ତି ।
ସେପଟେ ରୁକ୍ସାନାଙ୍କ ମୃତ୍ୟୁକୁ ନେଇ ପ୍ରତିକ୍ରିୟା ରଖିଛନ୍ତି, ନିୟମଗିରି ସୁରକ୍ଷା ସମିତି ଆବାହକ ଲିଙ୍ଗରାଜ ଆଜାଦ । ସେ କହିଛନ୍ତି, "ବିଭିନ୍ନ ଆନ୍ଦୋଳନରେ ଆମର ସହଭାଗିତାରେ ସେ ଆଗକୁ ଆସିଥିଲେ ଓ କଳାହାଣ୍ଡି ଜିଲ୍ଲାର ଜଣେ ଜଣାଶୁଣା ବ୍ୟକ୍ତି ଭାବରେ ଖ୍ୟାତି ଅର୍ଜନ କରିଥିଲେ । ଆଜିର ଘଟଣା ବେଶ୍ ହୃଦୟ ବିଦାରକ । ମହିଳା ମାନଙ୍କ ମଧ୍ୟରେ ଏଭଲି ଏକ ପ୍ରତିଭାକୁ ହରାଇବା ବେଶ୍ ଦୁଃଖଦାୟକ। କଳାକାର ଭାବରେ ରୁକ୍ସାନାଙ୍କୁ ସାରା ରାଜ୍ୟରେ ଲୋକେ ଜାଣିଥିଲେ ହେଲେ ବିଶେଷ କରି ଜଣେ ସାମାଜିକ କର୍ମୀ ହିସାବରେ ଓ ମୋ ସହିତ ଜଡ଼ିତ ହୋଇ ବିଭିନ୍ନ ଆନ୍ଦୋଳନ ଓ ବିଶେଷ କରି ନୀୟମଗିରି ଆନ୍ଦୋଳନରେ ମୋର ସହିତ ଛିଡା ହୋଇଥିଲେ। ଆମେ ତାଙ୍କୁ କ୍ରାନ୍ତିକାରୀ ସଲାମ ଜଣାଇବା ସହ ଗଭୀର ଶ୍ରଦ୍ଧାଞଜଳି ଜଣାଉଛୁ ।"
କିଏ ରୁକ୍ସାନା ବାନୋ ?
ଜିଲ୍ଲା ଭବାନୀପାଟଣା ସହରର ଟିଭି ସେଣ୍ଟର ପଡ଼ାର ରୁକ୍ସାନା ବାନୋ ଅଭାବ ଅନାଟନ ମଧ୍ୟରେ ଭବାନୀପାଟଣା ମହିଳା ମହାବିଦ୍ୟାଳୟରେ ଯୁକ୍ତ ଦୁଇ ପାଠ ପଢିବା ପରେ ପାଠା ପଢାରେ ଡୋରି ବାନ୍ଧି କଳା ଦୁନିଆରେ ରୋଜଗାର କରି ପରିବାର ପ୍ରତିପୋଷଣ କରିବା ପାଇଁ ଆଗେଇ ଆସିଥିଲେ । ଦୀର୍ଘ ୪ ବର୍ଷ ଧରି ଫେସବୁକରେ ସାର୍ଟ ଭିଡିଓ କରି ଚର୍ଚ୍ଚାକୁ ଆସିବା ପରେ ପରେ ସଙ୍ଗୀତ କ୍ଷେତ୍ରରେ ମଧ୍ୟ ତାଙ୍କର ଅନେକ ରୁଚି ରହିଥିଲା । ପରେ ସମ୍ବଲପୁରୀ ଗୀତରେ କଣ୍ଠଦାନ କରିବା ସହ ଅନେକ ସମ୍ବଲପୁରୀ ଆଲବମ ରେ ଅଭିନୟ କରି ଦର୍ଷନକ ଆଦୃତ ଲାଭ କରିଥିଲେ । ନିଜସ୍ଵ ୟୁଟୁବ ଚ୍ୟାନେଲରେ କଳା, ସମସ୍ୟା ଓ ସଂସ୍କୃତି ପରମ୍ପରାକୁ ନେଇ ମଧ୍ୟ ଅନେକ ଭିଡିଓ କରିବା ସହ ବିଭିନ୍ନ ଆନ୍ଦୋଳନରେ ମଧ୍ୟ ସାମିଲ ହୋଇ ହକ୍ ଓ ଅଧିକାର ପାଇଁ ଲଢେଇ କରିଥିଲେ ରୁକ୍ସାନା ।
ଭବାନୀପାଟଣା ଜନମ ମାଟି ସୁରକ୍ଷା ସଂଗ୍ରାମ ସମିତିର ଜଣେ ଆଗଧାଡିର କର୍ମକର୍ତ୍ତା ଭାବରେ ସ୍ଥାୟୀ ପଟ୍ଟା ପ୍ରଦାନ ଦାବିରେ ଅନେକବାର ରାଜ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଜିଲ୍ଲାର ବାହାରର ଅନେକ କଳାକାର ମାନଙ୍କ ସହ ମିଶି ଅନେକ ସଙ୍ଗୀତ ଉପରେ କାମ ମଧ୍ୟ କରିଥିଲେ ।
ପ୍ରତିକ୍ରିୟା ରଖିଲେ ଗାୟକ ରୁକୁ ସୁନା-
ବଲାଙ୍ଗୀର କଳାହାଣ୍ଡି ଜିଲ୍ଲାର ୟୁ-ଟୁବର୍ ତଥା ଆଲବମ ଗାର୍ଲ୍ ଙ୍କ ମୃତ୍ୟୁ ମାମଲା। ପରିବାର ଲୋକଙ୍କ ଅଭିଯୋଗ ପରେ ପ୍ରତିକ୍ରିୟା ରଖିଲେ ଗାୟକ ରୁକୁ ସୁନା । ମୋ ବିରୋଧରେ ଅଭିଯୋଗ ସମ୍ପୂର୍ଣ ଭିତ୍ତିହୀନ। କଳାହାଣ୍ଡି ଜିଲ୍ଲାର ୟୁ-ଟୁବର ତଥା ଆଲବମ ଗାର୍ଲ୍ ରୁକାସନା ବାନୋଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ନିର୍ଯାତନା ଓ ହତ୍ୟା ଅଭିଯୋଗ ଆଣିଛନ୍ତି। ଯେଉଁଥିରେ ସେମାନେ ବଲାଙ୍ଗୀର ଗାୟକ ରୁକୁ ସୁନା ନିର୍ଯାତନା ଓ ବିଷ ଦେବାରୁ ତାଙ୍କ ମୃତ୍ୟୁ ହୋଇଥିବାର ଅଭିଯୋଗ ଏମାନେ କରିଛନ୍ତି । ସେପଟେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଗାୟକ ରିକୁ ସୁନା । ଏ ଅଭିଯୋଗ ସମ୍ପୂର୍ଣ ଭିତ୍ତିହୀନ ବୋଲି ସେ କହିଛନ୍ତି।
ସେପଟେ ବଲାଙ୍ଗୀର ଗାୟକ ରୁକୁ ସୁନା ଏହି ଅଭିଯୋଗ ଆସିବା ପରେ ନିଜ ପ୍ରତିକ୍ରିୟା ଦେଇଛନ୍ତି। ଯେଉଁଥିରେ ସେ କହିଛନ୍ତି, "ରୁକସାନା ବାନୋ ତାଙ୍କ ଭଉଣୀ ଥିଲା । ଏବଂ ବିଭିନ୍ନ ସମୟରେ ସେ ତାଙ୍କୁ ଉପଦେଶ ଦେଇ ଆସୁଥିଲେ । ହେଲେ ଗତ ତିନି ବର୍ଷ ଆଗରୁ ତାଙ୍କ ସହ ରୁକସନା ବାନୋର କୌଣସି ସମ୍ପର୍କ ନ ଥିଲା । ତେବେ ଏହାରୀ ମଧ୍ୟରେ ତାଙ୍କ ମୃତ୍ୟୁ ହେବା ତାହା ପୁଣି ସ୍କ୍ରବ ଟାଇଫସ ଯୋଗୁଁ ତାଙ୍କୁ ମର୍ମାହତ କରିଛି। ଅନ୍ୟପଟେ ପରିବାର ଲୋକଙ୍କ ଏଭଳି ଅଭିଯୋଗ ସମ୍ପୂର୍ଣ ଭିତ୍ତିହୀନ ଅଟେ । ତେବେ ସେ କେବଳ ଲୋକଙ୍କ ମନୋରଞ୍ଜନ ପାଇଁ ଆସିଛନ୍ତି ଏବଂ ମନୋରଞ୍ଜନ କରି ଆସୁଛନ୍ତି। ଏପରିକି ଅନ୍ୟ ମାନଙ୍କୁ ମଧ୍ୟ ସେ ସହଯୋଗ କରି ଆସିଛନ୍ତି ଏବଂ ଆଜି ସେ ନିଜର ଖୁବ ପରିଶ୍ରମ ବଳରେ ଏହି ସଫଳତା ପାଇଥିବା ବେଳେ ଏଭଳି ଅଭିଯୋଗ ଆସିବା ତାଙ୍କୁ ଚିନ୍ତାରେ ପକାଇଛି" ବୋଲି ସେ କହିଛନ୍ତି।