କେନ୍ଦୁଝର: କୂଅରେ ପଡି ରହିଛନ୍ତି ଗଜରାଜ । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଚମ୍ପୁଆ ରେଞ୍ଜ ଅଧିନ ବସନ୍ତପୁର ନଦୀଗୋଠ ଗ୍ରାମରେ । ତେବେ ଉକ୍ତ ଅଞ୍ଚଳରେ କିଛି ଦିନ ହେବ ହାତୀପଲଙ୍କ ଉପଦ୍ରବ ବଢିବାରେ ଲାଗିଛି ।
ଆଉ ଏହି ହାତୀପଲ ଚଳାଚଳ କରୁଥିବା ବେଳେ ବସନ୍ତପୁର ଗ୍ରାମର ନଦୀଗୋଠ ଗ୍ରାମର ମାଧବ ନାଏକଙ୍କ କୂଅରେ ଏକ ବର୍ଷର ଛୁଆ ହାତୀ ପଡି ଯାଇଥିଲା । ତେବେ ଏହି ହାତୀ ଛୁଆଟି ପଡିଯିବା ପରେ ବନ ବିଭାଗ ଓ ଦମକଳ ବାହିନୀ ମିଶି ଛୁଆଟିକୁ ଉଦ୍ଧାର କରାଯାଇଥିଲା । ପରେ ବନ ବିଭାଗ ପକ୍ଷରୁ ହାତୀ ଛୁଆଟିକୁ ତାର ପରିବାର ସହ ଛାଡି ଦିଆଯାଇଥିବା ବନଖଣ୍ଡ ଅଧିକାରୀ ଡି.ଡି ହନୁମନ୍ତ ସୂଚନା ଦେଇଛନ୍ତି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ