ETV Bharat / state

ଆମ୍ବୁଲାନ୍ସ ସେବା ବାଧାପ୍ରାପ୍ତ: ଅସୁବିଧା ଭୋଗୁଛନ୍ତି ଆଦିମ ଜନଜାତି

ଆମ୍ବୁଲାନ୍ସ ସେବା ବାଧାପ୍ରାପ୍ତ । ଅସୁବିଧା ଭୋଗୁଛନ୍ତି ଆଦିମ ଜନଜାତି ଜୁଆଙ୍ଗ । ସରକାର ଆଦିମ ଜନଜାତିଙ୍କ ଉନ୍ନୟନ ପାଇଁ ବିଭିନ୍ନ ପ୍ରକାରର ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି । ଅଧିକ ପଢନ୍ତୁ...

author img

By

Published : Nov 2, 2021, 10:06 PM IST

Indigenous peoples Keonjhar
Indigenous peoples Keonjhar

କେନ୍ଦୁଝର: ଆମ୍ବୁଲାନ୍ସ ସେବା ବାଧାପ୍ରାପ୍ତ । ଅସୁବିଧା ଭୋଗୁଛନ୍ତି ଆଦିମ ଜନଜାତି ଜୁଆଙ୍ଗ । ସରକାର ଆଦିମ ଜନଜାତିଙ୍କ ଉନ୍ନୟନ ପାଇଁ ବିଭିନ୍ନ ପ୍ରକାରର ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି । ତାଙ୍କୁ କିପରି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯିବ ସେନେଇ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ଶିକ୍ଷା ସ୍ବାସ୍ଥ୍ୟ ସେବା ପାଇଁ ବିଭିନ୍ନ ଯୋଜନା ମଧ୍ୟ ପ୍ରସ୍ତୁତ କରାଯାଇଛି ।

ଆମ୍ବୁଲାନ୍ସ ସେବା ବାଧାପ୍ରାପ୍ତ; ଅସୁବିଧା ଭୋଗୁଛନ୍ତି ଆଦିମ ଜନଜାତି

କିନ୍ତୁ ଏଗୁଡିକ ସବୁ ବିଫଳ ହେଉଥିବା ଅଭିଯୋଗ ହୋଇଛି ଆଦିମ ଜନଜାତି କେନ୍ଦୁଝର ଜୁଆଙ୍ଗ ଅଞ୍ଚଳରେ । ବାଂଶପାଳ ବ୍ଲକ ଗୋନାସିକା ଅଞ୍ଚଳରେ ଆଦିମ ଜନଜାତିଙ୍କ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯିବା ପାଇଁ ଜିଲ୍ଲା ଖଣିଜ ପାଣ୍ଠିରୁ ଜୁଆଙ୍ଗ ଉନ୍ନୟନ ପ୍ରକଳ୍ପକୁ ଏକ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଥିଲା । କିନ୍ତୁ ଉକ୍ତ ଆମ୍ବୁଲାନ୍ସଟି କିଛି ଦିନ ଚାଲିବା ପରେ ଏବେ ବନ୍ଦ ହୋଇଯାଇଛି । ଯାହା ଫଳରେ ଉକ୍ତ ଅପହଞ୍ଚ ଅଞ୍ଚଳରେ ଆଦିମ ଜନଜାତି ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଏହି ଆମ୍ବୁଲାନ୍ସ ସେବା ପୁନର୍ବାର ପୁନଃକ୍ଷମ କରାଇବା ନେଇ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି । ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଦରଖାସ୍ତ ଦେଇ ଏହାକୁ ଶୀଘ୍ର ଚଳାଇବା ନେଇ ଦାବି କରିଛନ୍ତି ଜୁଆଙ୍ଗ ଜନଜାତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.