ଆନନ୍ଦପୁର: ଖେଳୁ ଥିବାବେଳେ ପୋଖରୀରେ ବୁଡି ଜଣେ 4 ବର୍ଷର ଶିଶୁର ମୃତ୍ୟୁ ଘଟିଛି । ଆନନ୍ଦପୁର ଥାନା ଆମ୍ବଗଡିଆ ଗାଁରେ ଏହି ଦୁଃଖଦ ଘଟଣା ଘଟିଛି । ମୃତକ ସେହି ଗାଁର ମଦନ ଜେନାଙ୍କ ପୁଅ ଗୌତମ ।
ଘର ଲୋକଙ୍କ ଅଜାଣତରେ ଗୌତମ ଖେଳୁ ଖେଳୁ ପୋଖରୀ ନିକଟକୁ ଚାଲିଯାଇଥିଲା । କିଛି ସମୟ ପରେ ଘରଲୋକେ ଗୌତମକୁ ବହୁ ଖୋଜାଖୋଜି କରିଥିଲେ ବି ଆଉ ପାଇ ନଥିଲେ ।
ପରେ ସନ୍ଦେହ ହେବାରୁ ପୋଖରୀ ଭିତରେ ଖୋଜିବା ପରେ ତାକୁ ପାଇ ତୁରନ୍ତ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେତେବେଳକୁ ଶିଶୁର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ