ETV Bharat / state

ଜଙ୍ଗଲ ବିଭାଗ ଓ ଭିଜିଲାନ୍ସ ଟିମର ମିଳିତ ଚଢ଼ାଉ, 3 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର କାଠ ଜବତ

author img

By

Published : Aug 7, 2021, 10:08 AM IST

ଭିଜିଲାନ୍ସ ବିଭାଗ, କଟକ ବନବିଭାଗ, ସଦର ଓ ମାର୍ଶାଘାଇ ଥାନା ପୋଲିସଙ୍କ ମିଳିତ ଚଢ଼ାଉ । ରାଜ୍ୟର 6ଟି ସ୍ଥାନରେ ଏହି ଚଢ଼ାଉ କରାଯାଇଥିବା ବେଳେ ମୋଟ 56ଲକ୍ଷ 12 ହଜାର 250 ଟଙ୍କା ମୂଲ୍ୟର କାଠ ଓ ଗାଡିକୁ ଜବତ କରାଯାଇଛି । ଅଧିକ ପଢନ୍ତୁ...

6ଟି ସ୍ଥାନରେ ଜଙ୍ଗଲ ବିଭାଗ ଭିଜିଲାନ୍ସ ଟିମ ପକ୍ଷରୁ ଚଢ଼ାଉ, 56 ଲକ୍ଷ ମୂଲ୍ୟରୁ ଉର୍ଦ୍ଧ୍ବ କାଠ ଜବତ

କେନ୍ଦ୍ରାପଡ଼ା: ଭିଜିଲାନ୍ସ ବିଭାଗ, କଟକ ବନବିଭାଗ, ସଦର ଓ ମାର୍ଶାଘାଇ ଥାନା ପୋଲିସଙ୍କ ମିଳିତ ଚଢ଼ାଉ । କେନ୍ଦ୍ରାପଡା ଜିଲ୍ଲା ସଦର ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଓ ମାର୍ଶାଘାଇ ଥାନା ଅଙ୍ଗୁଳାଇରେ ଥିବା ଦୁଇଟି ଫର୍ଣ୍ଣିଚର ଦୋକାନ ଉପରେ ଚଢ଼ାଉ କରାଯାଇ 3 ଲକ୍ଷ 5ହଜାର ଟଙ୍କା ମୂଲ୍ୟର କାଠ ଜବତ କରିବା ସହ ଏକ ମାମଲା ରୁଜ୍ଜୁ କରାଯାଇଛି ।

ତେବେ ବିଶେଷ ସୂତ୍ରରୁ ଖବର ପାଇ ଆଜି(ଶନିବାର) ଭିଜିଲାନ୍ସ ବିଭାଗ, ଜିଲ୍ଲା ବନବିଭାଗ, ସଦର ଓ ମାର୍ଶାଘାଇ ଥାନା ପୋଲିସ ମିଳିତ ଭାବରେ ଚଢ଼ାଉ କରିଥିଲେ । ଏହି ଚଢ଼ାଉରେ 75 ସିଫ୍ଟ ମୂଲ୍ୟବାନ କାଠ ଜବତ କରିବା ସମୟରେ ଏହି କାଠଗୁଡିକ ସମ୍ପର୍କରେ ଆବଶ୍ୟକୀୟ କାଗଜପତ୍ର ଦେଖାଇ ପାରିନଥିଲେ ଏହି ଦୁଇ ଫର୍ଣ୍ଣିଚର ୟୁନିଟର ମାଲିକ। ଏପଟେ କାଠଗୁଡିକୁ ଜବତ କରାଯାଇ କେନ୍ଦ୍ରାପଡ଼ା ରେଞ୍ଜ ଅଫିସରେ ରଖାଯାଇଛି ।

ଶୁକ୍ରବାର ରାଜ୍ୟର 6ଟି ସ୍ଥାନରେ ଏହି ଚଢ଼ାଉ କରାଯାଇଥିବା ବେଳେ ମୋଟ 56ଲକ୍ଷ 12 ହଜାର 250 ଟଙ୍କା ମୂଲ୍ୟର କାଠ ଓ ଗାଡିକୁ ଜବତ କରାଯାଇଛି । ଏନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ କରାଯାଇଥିବା ଏକ ପ୍ରେସବାର୍ତ୍ତାରେ କୁହାଯାଇଛି।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.