ETV Bharat / state

ସ୍ବାଧିନତା ସଂଗ୍ରାମୀଙ୍କ ସ୍ମୃତିସୌଧରେ କେନ୍ଦ୍ରମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳୀ, କହିଲେ ଅନେକଙ୍କୁ ମିଳିନି ଉଚିତ୍‌ ସମ୍ନାନ

author img

By

Published : Sep 12, 2022, 12:28 PM IST

କେନ୍ଦ୍ରାପଡାରେ କେନ୍ଦ୍ରମନ୍ତ୍ରୀ ନିଶିଥ ପ୍ରାମାଣିକ । ରବିବାର କେନ୍ଦ୍ରମନ୍ତ୍ରୀ ନିଶିଥ ପ୍ରାମାଣିକ ଜିଲ୍ଲାର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ

କେନ୍ଦ୍ରାପଡାରେ କେନ୍ଦ୍ରମନ୍ତ୍ରୀ ନିଶିଥ ପ୍ରାମାଣିକ

କେନ୍ଦ୍ରାପଡା: ଓଡିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ଗୃହ କ୍ରୀଡା ଓ ଯୁବବ୍ୟାପାର ରାଷ୍ଟ୍ରମନ୍ତ୍ରୀ ନିଶିଥ ପ୍ରାମାଣିକ । ପ୍ରବାସ ଯୋଜନାରେ କେନ୍ଦ୍ରାପଡାରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ । ରବିବାର ଦ୍ବିତୀୟ ଦିନରେ ପ୍ରଥମେ ଆଳି ବିଧାନସଭା ନିର୍ବାଚନ ମଣ୍ଡଳୀ ଗସ୍ତ କରିଥିଲେ କେନ୍ଦ୍ରମନ୍ତ୍ରୀ ପ୍ରାମାଣିକ । ଏହାପରେ ଜିଲ୍ଲାର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ଦର୍ଶନ କରିଥିଲେ । ତୁଳସୀକ୍ଷେତ୍ରର ବଳଦେବଜୀଉଙ୍କ ଦର୍ଶନ କରି ମନକୁ ଶାନ୍ତି ମିଳିଥିବା ଓ ଏଠାରେ ବର୍ଷସାରା ଲକ୍ଷଲକ୍ଷ ଭକ୍ତଙ୍କ ସମାଗମ ହେଉଥିବା କାରଣରୁ ଏଠାରେ ଏକ ଟୁରିଷ୍ଟ ସର୍କିଟ ଏବଂ ଟୁରିଷ୍ଟ ହବ ତିଆରି ହୋଇପାରିବ ବୋଲି ସେ କହିଛନ୍ତି ।

ଏଥିସହ କନିକା ପ୍ରଜା ଆନ୍ଦୋଳନକୁ ଶହେ ବର୍ଷ ବିତିଥିବାବେଳେ, ରାଜକନିକାର ଦୁଇ ସଂଗ୍ରାମୀ ବାସୁ ସେଠୀ ଓ ବିସୁନି ମଢୁଆଳଙ୍କ ସ୍ମୃତିସୌଧରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ କେନ୍ଦ୍ରମନ୍ତ୍ରୀ ।କେନ୍ଦ୍ରମନ୍ତ୍ରୀ ନିଶିଥ ପ୍ରାମାଣିକ କହିଛନ୍ତି, "କେନ୍ଦ୍ରାପଡା ମାଟି ପବିତ୍ର ମାଟି, ତୁଳସୀ କ୍ଷେତ୍ର । ପ୍ରଭୁ ବଳଦେଉଜୀଉଙ୍କ ଦର୍ଶନ କରି ଅତ୍ୟନ୍ତ ଖୁସି । ସ୍ବାଧିନତା ସଂଗ୍ରାମୀଙ୍କ ଜନ୍ମସ୍ଥାନରେ ପହଞ୍ଚି ସେମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ସହ ସେମାନଙ୍କର ପରିବାର ସଦସ୍ୟଙ୍କୁ ସମ୍ମାନୀତ କରି ଖୁସି ।" କନିକାର ବାସୁ-ବିସୁନିଙ୍କ ସ୍ମୃତିସୌଧକୁ ଯାଇ ସେମାନଙ୍କ ଅବଦାନ ସମ୍ପର୍କରେ ସ୍ଥାନୀୟ ଜନସାଧାରଣଙ୍କ ଠାରୁ ପରାମର୍ଶ ନେଇଥିବା କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, "ସ୍ବାଧୀନତାର ଦୀର୍ଘ ୭୦ ବର୍ଷ ଧରି ଭାରତୀୟ ଇତିହାସ କେବଳ ଦେଶକୁ ଲୁଟିଥିବା ବାବର, ଆକବର ଏବଂ ମୋଗଲମାନଙ୍କ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ପଢାଯାଇଛି । କିନ୍ତୁ ଦେଶର ସ୍ବାଧୀନତା ପାଇଁ ନିଜର ପ୍ରାଣବଳୀ ଦୋଇଥିବା ଅନେକ ସଂଗ୍ରାମୀଙ୍କ ବିଷୟରେ ଏବେବି ସମସ୍ତେ ଅବଗତ ନୁହଁନ୍ତି । ଫଳରେ ଦେଶତମାମ ଗସ୍ତ କରି ଉଚିତ୍‌ ସମ୍ମାନରୁ ବଞ୍ଚିତ ସ୍ବାଧୀନତା ସଂଗ୍ରାମୀଙ୍କୁ ଚିହ୍ନଟ କରିବାକୁ ପ୍ରଧାନମନ୍ତ୍ରୀ ମୋଦି କେନ୍ଦ୍ରମନ୍ତ୍ରୀଙ୍କ ଜରିଆରେ ପ୍ରୟାସ କରିଛନ୍ତି । ଆଗାମୀ ସମୟରେ ପିତାଙ୍କ ପାଠ୍ୟ ପୁସ୍ତକରେ ମଧ୍ୟ ଏହି ସଂଗ୍ରାମୀମାନଙ୍କ ଦେଶପ୍ରେମ ଓ ବଳୀଦାନର କାହାଣୀକୁ ସାମିଲ କରାଯିବା ନେଇ ବିଚାର କରାଯାଉଛି ।"

ଏହା ବି ପଢନ୍ତୁ...ଆଳିରେ କେନ୍ଦ୍ରମନ୍ତ୍ରୀ ନିଶିଥ ପ୍ରାମାଣିକ, ଦଳିତ ବସ୍ତିରେ କଲେ ଭୋଜନ

ଦେଶ ସ୍ବାଧୀନ କରିବାରେ ଥିବା ସେନାନୀଙ୍କ ବଳିଦାନ ବିଷୟରେ ସମସ୍ତେ ଜାଣନ୍ତୁ । ଦେଶ ଇତିହାସରେ ସେମାନଙ୍କ ବିଷୟରେ ଲେଖାନାହିଁ । ଦେଶକୁ ବ୍ରିଟିଶ କବଳରୁ ମୁକୁଳାଇ ସ୍ବାଧୀନତାର ସ୍ବାଦ ଚଖାଇଥିବା ସଂଗ୍ରାମୀଙ୍କୁ ଖୋଜି ବାହାର କରିବାକୁ ଦାୟିତ୍ବ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ସେମାନଙ୍କ ବଳିଦାନକୁ ସମ୍ମାନ ଦେବା ଆମ କର୍ତ୍ତବ୍ୟ ବୋଲି କହିଛନ୍ତି । ପିଲାଙ୍କ ପାଠ୍ୟପୁସ୍ତକରେ ସେମାନଙ୍କ ବିଷୟରେ ଉଲ୍ଲେଖ୍ୟ ରହୁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.