କେନ୍ଦ୍ରାପଡା: ପାଟକୁରା ଦେଇ ପ୍ରବାହିତ ଚିତ୍ରୋତ୍ପଳା ନଦୀରେ ଗାଧୋଇବାକୁ ଯାଇ ଦୁଇ ଯୁବକଙ୍କ ସଲୀଳ ସମାଧି। ସୂଚନା ଅନୁଯାୟୀ କେନ୍ଦ୍ରାପଡାର ହାସନ ଅଲ୍ଲୀ ଓ ମୁମ୍ବାଇର ସାହିକ ଖାନ ଗୁରୁବାର ପାଟକୁରାସ୍ଥିତ ଏକ ମସଜିଦକୁ ଦର୍ଶନ କରିବା ପାଇଁ ଆସିଥିଲେ। ଶୁକ୍ରବାର ସକାଳୁ ଗାଧୋଇବାକୁ ପାଟକୁରା ନିକଟରେ ଥିବା ଏକ ଗାଧୁଆ ତୁଠକୁ ଯାଇଥିବା ବେଳେ ଗୋଡ ଖସିଯିବାରୁ ଉଭୟେ ଗଭୀର ପାଣିକୁ ଚାଲିଯାଇଥିଲେ ।
କିଛି ସମୟ ମଧ୍ୟରେ ଉଭୟେ ଗଭୀର ପାଣିରେ ନିଖୋଜ ହୋଇଯାଇଥିଲେ। ଫଳରେ ସେଠାରେ ଗାଧୋଉଥିବା ଅନ୍ୟ ଲୋକମାନେ ପାଟକୁରା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗ ଉଭୟ ଯୁବକଙ୍କୁ ଉଦ୍ଧାର କରି ପାଟକୁରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ହେଁ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ