ETV Bharat / state

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମିଳିଲାନି ଷ୍ଟ୍ରେଚର, ମା'ର ମୃତଦେହକୁ କାନ୍ଧରେ ବୋହିଲା ପୁଅ - deadbody carried by shoulder in kendrapada

ମୃତ୍ୟୁ ପରେ ମଧ୍ୟ ମିଳିଲାନି ସମ୍ମାନ । ମିଳିଲାନି ଗାଡି କିମ୍ବା ଷ୍ଟ୍ରେଚର। ଅଧ କିଲୋମିଟର ଯାଏଁ ମାର ମୃତଦେହକୁ କାନ୍ଧରେ ବୋହିଲା ପୁଅ । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ । ଅଧିକ ପଢନ୍ତୁ...

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମିଳିଲାନି ଷ୍ଟ୍ରେଚର, ମା'ର ମୃତଦେହକୁ କାନ୍ଧରେ ବୋହିଲା ପୁଅ

author img

By

Published : Jul 4, 2021, 6:38 AM IST

କେନ୍ଦ୍ରାପଡ଼ା: ମା'ର ମୃତଦେହକୁ କାନ୍ଧରେ କାନ୍ଧେଇ ମୃତଦେହ ସଂରକ୍ଷିତ ଗୃହକୁ ନେଲା ପୁଅ । ମିଳିଲାନି ମହାପ୍ରୟାଣ ଗାଡି କିମ୍ବା ଷ୍ଟ୍ରେଚର । ଏପରି ଅଭାବନୀୟ ଘଟଣା କୌଣସି ଉପାନ୍ତ ଜିଲ୍ଲା ନୁହେଁ ବରଂ ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲାର ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମିଳିଲାନି ଷ୍ଟ୍ରେଚର, ମା'ର ମୃତଦେହକୁ କାନ୍ଧରେ ବୋହିଲା ପୁଅ

ଘଟଣାକୁ ନେଇ ମିଳିଥିବା ସୂଚନା ଅନୁସାରେ ଡେରାବିଶ ଥାନା ଲକ୍ଷ୍ମୀନାରାୟଣପୁର ଗାଁର 82 ବର୍ଷୀୟା ବୃଦ୍ଧା ଦୁଃଖୀ ପଣ୍ଡା ଅସୁସ୍ଥ ହୋଇ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟକୁ ଗତକାଲି ଆସିଥିଲେ । ଚିକିତ୍ସାଧିନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ଅନ୍ୟପଟେ ରାତି ହୋଇଥିବାରୁ ବ୍ୟବେଛେଦ ହେଲେ ହିଁ ମୃତଦେହ ଯାଇପାରିବ ବୋଲି ଚିକିତ୍ସାଳୟ କର୍ତ୍ତୃପକ୍ଷ ମୃତା ଦୁଃଖିଙ୍କ ପୁଅକୁ କହିଥିଲେ ।

ତେବେ ଚିକିତ୍ସାଳୟରୁ ମୃତଦେହ ବ୍ୟବଚ୍ଛେଦ ଗୃହ ପ୍ରାୟ ଅଧା କିଲୋମିଟରରୁ ଅଧିକ ହୋଇଥିବାବେଳେ ଷ୍ଟ୍ରେଚର ସୁବିଧା ନଥିବାରୁ ଦୁଃଖିଙ୍କ ମୃତଦେହକୁ କାନ୍ଧରେ ବୋହି ବ୍ୟବଚ୍ଛେଦ ଗୃହ ପର୍ଯ୍ୟନ୍ତ ତାଙ୍କ ବଡପୁଅ ନେଇଥିଲେ । କିନ୍ତୁ ବିଚିତ୍ର ବ୍ୟବସ୍ଥା ସେଠାରେ ବି ଆଗରୁ ଦୁଇଟି ମୃତଦେହ ରହିଥିବାରୁ ଏହି ବୃଦ୍ଧାଙ୍କ ମୃତଦେହ ରଖିବା ସମ୍ଭବ ହୋଇନଥିଲା । ଏଣୁ ରାତି ସାରା ବାରଣ୍ଡାରେ ରହି ଆଜି ସକାଳୁ ମୃତଦେହକୁ ବ୍ୟବଚ୍ଛେଦ କରାଯାଇଥିଲା । ମହିଳାଙ୍କ ମୃତଦେହକୁ ପୁଅ କାନ୍ଧରେ କାନ୍ଧେଇ ନେଇ ଯାଉଥିବାର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.