ETV Bharat / state

ଶେଷ ହେଲା ଦେବ ଦମ୍ପତିଙ୍କ ବିବାହ, ଆଜି ହରହରି ଭେଟ - ଦେବ ଦମ୍ପତି ବିବାହ ଉତ୍ସବ

ବାଜିଲା ଯୋଡି ମହୁରୀ । ବ୍ରାହ୍ମଣଙ୍କ ବେଦମନ୍ତ୍ର ପାଠ ସାଙ୍ଗକୁ ରଙ୍ଗବେରଙ୍ଗ ଆତସବାଜି । ଆକର୍ଷଣୀୟ ଶୋଭାଯାତ୍ରାରେ ଝଲକି ଉଠୁଛି ପୁରା ପରିବେଶ । ବୈଦିକ ରୀତିନୀତି ଅନୁଯାୟୀ ସମ୍ପନ୍ନ ହେଲା ଦେବ ଦମ୍ପତିଙ୍କ ବିବାହ । କେନ୍ଦ୍ରାପଡ଼ାରେ ବେଶ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି ଶୀତଳଷଷ୍ଠୀ ଯାତ୍ରା । ଅଧିକ ପଢ଼ନ୍ତୁ

shitalshasthi yatra in kendrapada
ଶେଷ ହେଲା ଦେବ ଦମ୍ପତିଙ୍କ ବିବାହ, ଆଜି ହରହରି ଭେଟ
author img

By

Published : Jun 5, 2022, 1:39 PM IST

କେନ୍ଦ୍ରାପଡ଼ା: ବାଜିଲା ଯୋଡି ମହୁରୀ । ବ୍ରାହ୍ମଣଙ୍କ ବେଦମନ୍ତ୍ର ପାଠ ସାଙ୍ଗକୁ ରଙ୍ଗବେରଙ୍ଗ ଆତସବାଜି । ଆକର୍ଷଣୀୟ ଶୋଭାଯାତ୍ରାରେ ଝଲକି ଉଠୁଛି ପୁରା ପରିବେଶ । ବୈଦିକ ରୀତିନୀତି ଅନୁଯାୟୀ ସମ୍ପନ୍ନ ହେଲା ଦେବ ଦମ୍ପତିଙ୍କ ବିବାହ । କେନ୍ଦ୍ରାପଡ଼ାରେ ବେଶ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି ଶୀତଳଷଷ୍ଠୀ ଯାତ୍ରା । ୨୦୧୦ ମସିହାରେ ସମ୍ବଲପୁରରେ ଅନୁଷ୍ଠିତ ଶୀତଳଷଷ୍ଠୀକୁ ଅନୁସରଣ କରି କେନ୍ଦ୍ରାପଡ଼ା ଗୋପ ଅଞ୍ଚଳର ଅମରେଶ୍ବର ମହାଦେବଙ୍କ ମନ୍ଦିରରେ ଦେବ ଦମ୍ପତ୍ତିଙ୍କ ବିବାହ ଉତ୍ସବ କରିବା ପାଇଁ ସ୍ଥାନୀୟ କିଛି ଜନସାଧାରଣ ସ୍ଥିର କରିଥିଲେ । ସେବେଠାରୁ ପ୍ରତିବର୍ଷ ଏଠାରେ ଆଡମ୍ବର ଭାବେ ଦେବଦମ୍ପତିଙ୍କ ବିବାହ ଉତ୍ସବ ପାଳନ ହେଉଛି ।

ଚଳିତବର୍ଷ କୋଭିଡ କଟକଣା କୋହଳ ହେବା କାରଣରୁ ବହୁ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ଗତକାଲି ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିବା ବେଳେ ଆଜି ଉଭୟ ବରକନ୍ୟାଙ୍କୁ କାଷ୍ଠ ବୃଷଭରେ ବିରାଜମାନ କରି ସହର ପରିକ୍ରମା କରାଯିବ । ଏହାପରେ ମହାପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ପରିସରକୁ ଅଣାଯିବ । ସେଠାରେ ହରିହରଙ୍କର ଭେଟ କାର୍ଯ୍ୟ ସମାପ୍ତ ହେବା ପରେ ପୁନଶ୍ଚ ନିଜ ଦେଉଳକୁ ଫେରିବେ ହରଗୌରୀ ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.