ETV Bharat / state

ଖୋଲାଖୋଲି ଉଲଘଂନ ହେଉଛି ଆଦର୍ଶ ଆଚରଣ ବିଧି : ପ୍ରଶାସନ ନିରବଦ୍ରଷ୍ଟା - ଓଡିଶା ପଞ୍ଚାୟତ ନିର୍ବାଚନ ୨୦୨୨

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ କରିଛନ୍ତି ରାଜ୍ୟ ସରକାର। କେନ୍ଦ୍ରାପଡ଼ା ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଉଲଘଂନ ହୋଇଥିବା ଅଭିଯୋଗ । ଅଧିକ ପଢନ୍ତୁ

ଖୋଲାଖୋଲି ଉଲଘଂନ ହେଉଛି ଆଦର୍ଶ ଆଚରଣ ବିଧି : ପ୍ରଶାସନ ନିରବଦ୍ରଷ୍ଟା

author img

By

Published : Jan 15, 2022, 10:00 PM IST

କେନ୍ଦ୍ରାପଡା : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ କରିଛନ୍ତି ରାଜ୍ୟ ସରକାର। କେନ୍ଦ୍ରାପଡ଼ା ଜିଲ୍ଲାରେ ଗତ ୧୩ ତାରିଖ ଦିନ ବିଧିବଦ୍ଧ ଭାବେ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇଛି । ହେଲେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ହୋଇଥିବା ଦେଖିବାକୁ ମିଳିଛି ରାଜନଗର ଓ ଗରଦପୁର ଅଞ୍ଚଳରେ। ରାଜନଗର ବ୍ଲକର ବିଭିନ୍ନ ଛକ ସ୍ଥାନ ଓ ସନ୍ନିକଟ ସାନବଡ଼ ଗୋପାଳପୁର ବଜାରରେ ଶୁଭେଚ୍ଛା ବାର୍ତ୍ତା ବ୍ୟାନର ଓ ପୋଷ୍ଟର ରାସ୍ତା ଲାଗି ରହିଛି ।

ଖୋଲାଖୋଲି ଉଲଘଂନ ହେଉଛି ଆଦର୍ଶ ଆଚରଣ ବିଧି : ପ୍ରଶାସନ ନିରବଦ୍ରଷ୍ଟା

ଏହାକୁ ନେଇ ନା ବ୍ଲକ ପ୍ରଶାସନ ନା ତହସିଲ ପ୍ରଶାସନ କାହାରି ନିଘା ନାହିଁ ଏଗୁଡ଼ିକୁ ହଟାଇବା ପାଇଁ । ମାଳମାଳ ରାଜନୈତିକ ବ୍ୟକ୍ତି ବିଶେଷଙ୍କ ସମେତ ବିଭିନ୍ନ ଯୋଜନାର ସଫଳତା ସହ ସ୍ଥାନୀୟ ବିଧାୟକଙ୍କ ଫଟୋଚିତ୍ର ଲାଗିଥିବା ବ୍ୟାନର ଦୃଷ୍ଟିଗୋଚର ହୋଇଛି। ଅନ୍ୟପଟେ ପାଟକୁରା ନିର୍ବାଚନ ମଣ୍ଡଳୀର ଗରଦପୁର ବ୍ଲକରେ ନବବର୍ଷ ବନ୍ଧୁମିଳନ ନାମରେ ଏକ ବିରାଟ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଆୟୋଜନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ କଂଗ୍ରେସ ନେତା ରତିକାନ୍ତଙ୍କ ସହ ବରିଷ୍ଠ ନେତା ଗଣେଶ୍ୱର ବେହେରା। ତେବେ ଆଦର୍ଶ ଆଚରଣ ବିଧି ଉଲଂଘନ କରାଯାଇଥିବା ଅଭିଯୋଗ ହୋଇଛି । ଶତାଧିକ ଲୋକଙ୍କ ସମାଗମକୁ ନେଇ ପ୍ରଶାସନିକ ଉଦାସୀନତା ବାସ୍ତବିକ ଆଗକୁ କିପରି ପଞ୍ଚାୟତ ନିର୍ବାଚନରେ କୋଭିଡ଼ କଟକଣା ବଳବତ୍ତର ରହିବ ବୋଲି ଆଶଙ୍କା ସୃଷ୍ଟି ହୋଇଛି। ଏନେଇ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ପଚାରିବାରୁ ଆଚରଣ ବିଧି କଡ଼ାକଡ଼ି ପାଳନ କରାଯାଉଛି । ଏନେଇ ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିକ୍ରିୟାରେ କହିଛନ୍ତି।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.