ETV Bharat / state

କେନ୍ଦ୍ରାପଡାରେ ମକର ମହୋତ୍ସବ ବାତିଲ, ଖୋଲାରହିବ ବଳଦେବଜୀଉ ମନ୍ଦିର

କେନ୍ଦ୍ରାପଡାରେ ମକର ସଂକ୍ରାନ୍ତି ନେଇ କଟକଣା ଜାରି । ମକର ମହୋତ୍ସବ ବାତିଲ ହୋଇଥିବାବେଳେ ବଳଦେବଜୀଉ ମନ୍ଦିର ଖୋଲାରହିବ । ଅଧିକ ପଢନ୍ତୁ...

କେନ୍ଦ୍ରାପଡାରେ ମକର ମହୋତ୍ସବ ବାତିଲ
କେନ୍ଦ୍ରାପଡାରେ ମକର ମହୋତ୍ସବ ବାତିଲ
author img

By

Published : Jan 13, 2021, 1:31 PM IST

Updated : Jan 13, 2021, 1:46 PM IST

କେନ୍ଦ୍ରାପଡା: ମକର ସଂକ୍ରାନ୍ତି ଉପରେ ଲାଗିଲା କଟକଣା । କେନ୍ଦ୍ରାପଡାରେ ହେବନି ମକର ମହୋତ୍ସବ । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନିକ ସ୍ତରରେ ଏଭଳି ପଦକ୍ଷେପ ଗ୍ରଙଣ କରାଯାଇଛି । ତେବେ କେବଳ କେନ୍ଦ୍ରାପଡାର ଅନ୍ୟ ଜିଲ୍ଲାମାନଙ୍କରେ ମଧ୍ୟ କଟକଣା ଲାଗୁ କରାଯାଇଛି ।

କେନ୍ଦ୍ରାପଡାରେ ମକର ମହୋତ୍ସବ ବାତିଲ

ଅନ୍ୟପଟେ ମକର ସଂକ୍ରାନ୍ତି ତଥା ମାସାନ୍ତ ଅବସରରେ କେନ୍ଦ୍ରାପଡା ଜିଲ୍ଲାର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ଖୋଲା ରହିବ । ମନ୍ଦିର ପରିଚାଳନା କମିଟି ଓ ପ୍ରଶାସନିକ ଆଲୋଚନାରେ ଏହି ନିଷ୍ପତ୍ତି ନେଇଥିବାବେଳେ ଆଜି ରାତ୍ର ୮.୩୦ମି.ରୁ ୧୦.୩୦ମି. ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରଖାଯାଇଛି । ଗୁରୁବାର ସକାଳେ ସମସ୍ତେ ଦର୍ଶନ କରିପାରିବେ । ହେଲେ ଅପରାହ୍ନ ୩ ଘଟିକା ଠାରୁ ୫ଘଟିକା ପର୍ଯ୍ୟନ୍ତ ଶ୍ରୀଜୀୟୁଙ୍କର ବେଢା ପରିକ୍ରମା ଥିବାରୁ ଦର୍ଶନକୁ ବନ୍ଦ ରଖିବାକୁ ବୋଲି ନିର୍ଦ୍ଦେଶନାମା ଜାରି କରାଯାଇଛି।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : Jan 13, 2021, 1:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.