କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ୨୦ ଜଣ କର୍ମଚାରୀ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହାପରେ ମୁଖ୍ୟ ଚିକିତ୍ସାଳୟକୁ ୭୨ ଘଣ୍ଟା ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରାଯାଇଛି। ଗତ ଚାରିଦିନ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାଟା ଏଣ୍ଟ୍ରି କର୍ମଚାରୀ, ସଫେଇ କର୍ମଚାରୀ ଓ କ୍ଲର୍କ ମାନଙ୍କ ମଧ୍ୟରୁ ୨୦ ଜଣ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି। ତେବେ ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲାପାଳ ଆଜି ଦିନ ୪ ଟାରୁ ତିନି ଦିନ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରିଛନ୍ତି ।
ତେବେ ସମସ୍ତ ମେଡ଼ିକାଲ କର୍ମଚାରୀ ଓ ଆବଶ୍ୟକ ସ୍ଥଳେ ରୋଗୀଙ୍କ ସ୍ବାବ ପରୀକ୍ଷା କରାଯିବା ସହ ମେଡ଼ିକାଲକୁ ସାନିଟାଇଜ କରାଯିବ। ଏହି ସଟଡାଉନ ସମୟରେ ଚିକିତ୍ସାଳୟରେ ଜରୁରୀ କାଳୀନ ସେବା, ଫେଭର କ୍ଲିନିକି ଏବଂ ଓଟି ଆଦି ଖୋଲା ରହିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ