ETV Bharat / state

କୋରୋନା କୋପରେ କେନ୍ଦ୍ରାପଡା; ଇନ୍ଦୁପୁର ବଜାରକୁ ସପ୍ତାହନ୍ତ ସଟଡାଉନ ଘୋଷଣା - corona

କେନ୍ଦ୍ରାପଡା ଜିଲ୍ଲାରେ ଦ୍ବିତୀୟ ଲହର କୋପରେ ଦିନକୁ ପଜିଟିଭି ସଂଖ୍ୟା ବଢିବାରେ ଲାଗିଛି । ଏନେଇ ଜିଲ୍ଲାର ଇନ୍ଦୁପୁର ବଜାରକୁ ସପ୍ତାହନ୍ତ ସଟଡାଉନ ଘୋଷଣା କରିଛନ୍ତି ସରପଞ୍ଚ । ଅଧିକ ପଢନ୍ତୁ...

ଇନ୍ଦୁପୁର ବଜାରକୁ ସପ୍ତାହନ୍ତ ସଟଡାଉନ ଘୋଷଣା
ଇନ୍ଦୁପୁର ବଜାରକୁ ସପ୍ତାହନ୍ତ ସଟଡାଉନ ଘୋଷଣା
author img

By

Published : Jun 7, 2021, 7:30 AM IST

କେନ୍ଦ୍ରାପଡା: ଜିଲ୍ଲାରେ ଦିନକୁ ଦିନ ବଢୁଛି କୋରୋନା ସଂକ୍ରମଣ । ଦ୍ବିତୀୟ ଲହର କୋପରେ ଏ ପର୍ଯ୍ୟନ୍ତ ଜିଲ୍ଲାରେ ସର୍ବାଧିକ ସଂକ୍ରମଣ ସଂଖ୍ୟା 487 ରହିଥିବାବେଳେ ରବିବାର ପୁଣି ଆଉ 341 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ପରେ ବି ସୁଧୁରୁନାହାନ୍ତି ଅମାନିଆ । ଅମାନିଆମାନେ କଟକଣାକୁ ବେଖାତିର କରିବା ସଂକ୍ରମଣ ବୃଦ୍ଧିର କାରଣ ହୋଇଛି । ଏନେଇ ଜିଲ୍ଲାର ଇନ୍ଦୁପୁର ପଞ୍ଚାୟତରେ ଥିବା ଇନ୍ଦୁପୁର ବଜାରକୁ ସପ୍ତାହନ୍ତ ସଟଡାଉନ ଘୋଷଣା କରିଛନ୍ତି ସରପଞ୍ଚ ।

ଇନ୍ଦୁପୁର ବଜାରକୁ ସପ୍ତାହନ୍ତ ସଟଡାଉନ ଘୋଷଣା

ଏହି ସଟଡାଉନରୁ ଔଷଧ ଦୋକାନ ବାଦ ପଡିଛି । ସମସ୍ତ ଦୋକାନ ବନ୍ଦ ରହିବା ମାତ୍ର ଔଷଧ ଦୋକାନ ଖୋଲାରହିବ । ଇନ୍ଦୁପୁର ବଜାର ଉପରେ ଯାଜପୁର ଓ କେନ୍ଦ୍ରାପଡା ଜିଲ୍ଲାର ଲୋକମାନେ ନିର୍ଭର କରନ୍ତି । ପ୍ରତ୍ୟେକ ଦିନ ଜିଲ୍ଲାରୁ ଶତାଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଜିଲ୍ଲାର ଅନେକ ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରାଯାଇଛି ।

ମାତ୍ର କେତେକ ଅମାନିଆ କଣ୍ଟେନମେଣ୍ଟ ନିୟମକୁ ଉଲ୍ଲଙ୍ଘନ କରିବା ସହିତ ସରପଞ୍ଚଙ୍କ ନିର୍ଦ୍ଦେଶକୁ ବେଖାତିର କରୁଥିବାର ଦେଖିବାକୁ ମିଳିଛି । ସଂକ୍ରମଣରେ ବ୍ରେକ ଲଗାଇବାକୁ ଜୁନ ୩ ରୁ ୯ ପର୍ଯ୍ୟନ୍ତ ଇନ୍ଦୁପୁର ବଜାରକୁ ସମ୍ପୂର୍ଣ୍ଣ ସର୍ଟଡାଉନ ଘୋଷଣା କରିଛନ୍ତି ସ୍ଥାନୀୟ ସରପଞ୍ଚ । ଅମାନିଆ ନିୟମ ନମାନିଲେ ବାଧ୍ୟ ହୋଇ ନହେଲେ ପୋଲିସ ପ୍ରଶାସନର ସହଯୋଗ ନେବ ବୋଲି କହିଛନ୍ତି ସରପଞ୍ଚ ରୀନା ମଲ୍ଲିକ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.