ETV Bharat / state

କେନ୍ଦ୍ରାପଡାରେ କାଉ ମଡ଼କ, ବାର୍ଡ ଫ୍ଲୁ ଭୟରେ ଆତଙ୍କିତ ଲୋକେ - କେନ୍ଦ୍ରାପଡା କାଉ ମଡ଼କ

Bird flu scare in kendrapara: କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ସଂସାରଫଳ ଗାଁରେ କାଉ ମଡକ । ଗାଁର ବିଭିନ୍ନ ସ୍ଥାନରେ ୫୦ରୁ ଉର୍ଦ୍ଧ୍ବ କାଉ ମରି ପଡିଛନ୍ତି । ଅଧିକ ପଢନ୍ତୁ

Bird flu scare in kendrapara
ସଂସାରଫଳରେ କାଉ ମଡ଼କ
author img

By ETV Bharat Odisha Team

Published : Jan 14, 2024, 8:11 AM IST

Updated : Jan 14, 2024, 11:35 AM IST

କେନ୍ଦ୍ରାପଡାରେ କାଉ ମଡ଼କ

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ସଂସାରଫଳ ଗାଁରେ କାଉ ମଡକ । ଗାଁର ବିଭିନ୍ନ ସ୍ଥାନରେ ୫୦ରୁ ଊର୍ଦ୍ଧ୍ବ କାଉ ମରି ପଡିଛନ୍ତି । ତେବେ ପକ୍ଷୀ ମଡକ ଦେଖି ବାର୍ଡ ଫ୍ଲୁ ହୋଇଥିବା ସନ୍ଦେହ କରିଛନ୍ତି ଗ୍ରାମବାସୀ । ଏନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ତେବେ ଏହି ସମୟରେ ଭିତରକନିକା ଜାତୀୟ ଉଦ୍ୟାନରେ ବିଦେଶାଗତ ପକ୍ଷୀ ଲକ୍ଷାଧିକ ସଂଖ୍ୟାରେ ଭିଡ ଜମାଇଥିବାରୁ ବାର୍ଡ ଫ୍ଲୁ ହୋଇଥାଇପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ଗ୍ରାମବାସୀ । ଅନ୍ୟପଟେ ପଟ୍ଟାମୁଣ୍ଡାଇ ଭେଟନାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତ କାଉଗୁଡ଼ିକ ଉଦ୍ଧାର କରି କାଉ ମରି ପଡ଼ିଥିବା ସ୍ଥାନରେ ବ୍ଲିଚିଙ୍ଗ ପକାଇ ସାନିଟାଇଜ କରିଥିଲେ । ଏଥିସହ ପ୍ରାଣୀଧନ ଅଧିକାରୀ ପକ୍ଷୀମାନଙ୍କର ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା କରିଥିଲେ ।

ମୃତ କାଉଗୁଡିକର ରକ୍ତ ନମୁନା ପରୀକ୍ଷା କରିବାକୁ ଗ୍ରାମବାସୀମାନେ ଦାବି କରିଥିବା ବେଳେ ସରକାରୀ ପ୍ରାଣୀଧନ ଅଧିକାରୀ ଘଟଣାସ୍ଥଳକୁ ଯାଇ ପକ୍ଷୀମାନଙ୍କ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା କରି ଏହା ବାର୍ଡ ଫ୍ଲୁ ନୁହେଁ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଥିବା କହିଛନ୍ତି । ଏହି କାଉ ମଡ଼କ ନେଇ ଜନସାଧାରଣ ଆତଙ୍କିତ ନ ହେବା ପାଇଁ ପରାମର୍ଶ ଦେଇଥିବା ବେଳେ ପୂର୍ବ ବର୍ଷ ରାଜନଗର ବ୍ଲକର ଦୁଇଟି ସ୍ଥାନରେ ଏଭଳି କାଉ ମଡକ ହୋଇଥିଲା । ସେମାନଙ୍କର ରକ୍ତ ନମୁନା ସଂଗ୍ରହ କରି ପଠାଇବା ପରେ ଏହା "ରାଣୀକେତ" ରୋଗ ବୋଲି ଜଣାପଡିଥିଲା । ତେବେ ଏହାକୁ ବାର୍ଡ ଫ୍ଲୁ କହି ଲୋକମାନେ ଅଧିକ ଆତଙ୍କିତ ନ ହେବାକୁ ପରାମର୍ଶ ଦେବା ସହ ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟକୁ ଆସିଥିବା ବିଦେଶାଗତ ପକ୍ଷୀଙ୍କ ରକ୍ତ ନମୁନା ମଧ୍ୟ ସଂଗ୍ରହ କରାଯାଇଥିବା ସୂଚନା ଦେଇଛନ୍ତି ଅଧିକାରୀ ।

ଏହା ମଧ୍ୟ ପଢନ୍ତୁ- ଖୋର୍ଦ୍ଧାରେ କାଉ ମଡକ; ବାର୍ଡ ଫ୍ଲୁ ଆଶଙ୍କାରେ ଲୋକେ ଭୟଭୀତ

ଏନେଇ ପଟ୍ଟାମୁଣ୍ଡାଇ ପ୍ରାଣୀଧନ ଚିକିତ୍ସକ କହିଛନ୍ତି, ''ଅନେକ ପକ୍ଷୀ ମରିଛନ୍ତି । ଥଣ୍ଡା ପାଇଁ ପକ୍ଷୀ ମରିଥିବା ଅନୁମାନ କରାଯାଉଛି । ବାର୍ଡ ଫ୍ଲୁକୁ ନେଇ ଯେଉଁ ସନ୍ଦେହ କରାଯାଉଛି ସେମିତି କିଛି ନାହିଁ । ଗତ କିଛି ଦିନ ପୂର୍ବେ ସେମିତ ରାଜନଗର ଅଞ୍ଚଳରେ ମଧ୍ୟ କେତେକ ପକ୍ଷୀ ମରିଥିଲେ ଯାହାର ନମୁନା ସଂଗ୍ରହ କରି ପରୀକ୍ଷା କରିଥିଲୁ । ତେବେ ତାହା ରାଣୀକେତ ବୋଲି ଜଣାପଡିଥିଲା । ତେଣୁ ଏହାକୁ ନେଇ ଜନସାଧାରଣ ଆତଙ୍କିତ ହେବାର ଆବଶ୍ୟକ ନାହିଁ । ଏଥିପାଇଁ ଯେକୌଣସି ପଦକ୍ଷେପ ନେବା କଥା ଆମେ ତାହା କରୁଛୁ ।''

ଇଟିଭି ଭାରତ, କେନ୍ଦ୍ରାପଡା

Last Updated : Jan 14, 2024, 11:35 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.