ETV Bharat / state

କେନ୍ଦ୍ରାପଡ଼ାରେ କ୍ଷତିଗ୍ରସ୍ତ ଚାଷ ଜମି ପରିଦର୍ଶନ କଲେ କେନ୍ଦ୍ରୀୟ ଟିମ

author img

By

Published : Dec 12, 2021, 3:58 PM IST

କେନ୍ଦ୍ରାପଡା ଜିଲ୍ଲାରେ ବାତ୍ୟା ଜୱାଦ ପ୍ରଭାବରେ ବ୍ୟାପକ ଧାନ ଫସଲ ସମେତ ବିଭିନ୍ନ ପନିପରିବା ଫସଲ ନଷ୍ଟ ହୋଇଛି । ତେଣୁ କ୍ଷୟକ୍ଷତି ଆକଳନ ପାଇଁ ଆଜି(ରବିବାର) କେନ୍ଦ୍ରାପଡା ଜିଲ୍ଲାରେ ପହଞ୍ଚିଛନ୍ତି କେନ୍ଦ୍ରୀୟ ଟିମ । ଅଧିକ ପଢନ୍ତୁ

କେନ୍ଦ୍ରାପଡ଼ାରେ କ୍ଷତିଗ୍ରସ୍ତ ଚାଷ ଜମି ପରିଦର୍ଶନ କଲେ କେନ୍ଦ୍ରୀୟ ଟିମ
କେନ୍ଦ୍ରାପଡ଼ାରେ କ୍ଷତିଗ୍ରସ୍ତ ଚାଷ ଜମି ପରିଦର୍ଶନ କଲେ କେନ୍ଦ୍ରୀୟ ଟିମ

କେନ୍ଦ୍ରାପଡ଼ା: ବାତ୍ୟା ଜୱାଦ କ୍ଷୟକ୍ଷତି ଆକଳନ ପାଇଁ ଆଜି(ରବିବାର) କେନ୍ଦ୍ରାପଡା ଜିଲ୍ଲାରେ ପହଞ୍ଚିଛନ୍ତି କେନ୍ଦ୍ରୀୟ ଟିମ । କେନ୍ଦ୍ରାପଡା ଜିଲ୍ଲାରେ ଅଦିନିଆ ବର୍ଷା ପ୍ରଭାବରେ ବ୍ୟାପକ ଧାନ ଫସଲ ସମେତ ବିଭିନ୍ନ ପନିପରିବା ଫସଲ ନଷ୍ଟ ହୋଇଛି । ତେଣୁ କୃଷି ବିଭାଗ ଓ ରାଜସ୍ବ ବିଭାଗ ପକ୍ଷରୁ ମିଳିତ ଭାବେ ପ୍ରାଥମିକ କ୍ଷୟକ୍ଷତି ଆକଳନ କରାଯାଉଛି । ଏନେଇ ଆଜି କେନ୍ଦ୍ରୀୟ ଟିମ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଯାଇ କ୍ଷେତ ପରିଦର୍ଶନ କରିଥିବା ସହ ଚାଷୀଙ୍କ ସହ ଆଲୋଚନା କରିଥିଲେ ।

ଏହି ଗସ୍ତ ସମୟରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଯାଥା ଉପଜିଲ୍ଲାପାଳ, ସ୍ଥାନୀୟ ତହସିଲଦାର ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି କେନ୍ଦ୍ରୀୟ ଟିମ ପଟ୍ଟାମୁଣ୍ଡାଇ, ରାଜନଗର, ମାର୍ଶାଘାଇ ଓ ଗରଦପୁର ବ୍ଲକ ଅଞ୍ଚଳ ଯିବାର କାର୍ଯ୍ୟକ୍ରମ ରହିଛି । ତେବେ କ୍ଷୟକ୍ଷତିର ଆକଳନ କରିବା ପାଇଁ କେନ୍ଦ୍ରୀୟ ଟିମ ଆସି କ୍ଷୟକ୍ଷତି ସମୀକ୍ଷା କରି ଥିବାରୁ କ୍ଷତିପୂରଣ ଅଧିକ ମିଳିବ ବୋଲି ଚାଷୀମାନେ ଆଶା ରଖିଛନ୍ତି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.