ETV Bharat / state

ବିଜୟା ଦଶମୀରେ ଭୋଗ ଖାଇ ଶତାଧିକ ଅସୁସ୍ଥ - kendrapara people ill eating prasad

କେନ୍ଦ୍ରାପଡ଼ା ରାଜନଗର ବ୍ଲକ୍ ଅନ୍ତର୍ଗତ କୃଷ୍ଣନଗର ପଞ୍ଚାୟତ ପିଞ୍ଛାପାଟିଆ ଗାଁରେ ଗ୍ରାମଦେବୀ ଠାକୁରାଣୀଙ୍କ ଭୋଗ ଖାଇ ଶତାଧିକ ଲୋକ ଅସୁସ୍ଥ ହୋଇଛନ୍ତି । ଅଧିକ ପଢନ୍ତୁ...

ଭୋଗ ଖାଇ ଶତାଧିକ ଅସୁସ୍ଥ
ଭୋଗ ଖାଇ ଶତାଧିକ ଅସୁସ୍ଥ
author img

By

Published : Oct 26, 2020, 2:36 PM IST

Updated : Oct 26, 2020, 6:15 PM IST

କେନ୍ଦ୍ରାପଡା: ବିଜୟା ଦଶମୀରେ ଅଘଟଣ । କେନ୍ଦ୍ରାପଡ଼ା ରାଜନଗର ବ୍ଲକ୍ ଅନ୍ତର୍ଗତ କୃଷ୍ଣନଗର ପଞ୍ଚାୟତ ପିଞ୍ଛାପାଟିଆ ଗାଁରେ ଗ୍ରାମଦେବୀ ଠାକୁରାଣୀଙ୍କ ଭୋଗ ଖାଇ ଶତାଧିକ ଲୋକ ଅସୁସ୍ଥ ହୋଇଛନ୍ତି ।

ସୂଚନା ଅନୁଯାୟୀ, ରବିବାର ମା’ ଦୁର୍ଗାଙ୍କ ମହାନବମୀ ପୂଜାରେ ଗ୍ରାମଦେବତୀଙ୍କ ନିକଟରେ ଚଣ୍ଡୀପାଠ ସହିତ ଭୋଗ ଅର୍ପଣ କରାଯାଇଥିଲା । ଭୋଗରେ ଚୁଡ଼ା, ଫଳ, ମିଠା, କ୍ଷୀର ଆଦି ମିଶା ଯାଇଥିଲା । ଗାଁର ୪୦ଟି ପରିବାର ମଧ୍ୟରୁ ୨୭ଟି ପରିବାରର ସମସ୍ତ ସଦସ୍ୟଙ୍କୁ ଠାକୁରାଣୀଙ୍କ ଭୋଗ ଦିଆଯାଇଥିଲା ।

ଭୋଗ ଖାଇ ଶତାଧିକ ଅସୁସ୍ଥ

ସଂନ୍ଧ୍ୟା ଏବଂ ରାତିରେ ଭୋଗ ଖାଇଥିବା ଲୋକଙ୍କର ହଠାତ୍ ଝାଡ଼ାବାନ୍ତି ଆରମ୍ଭ ହୋଇଥିଲା। ଶତାଧିକ ଲୋକଙ୍କର ଝାଡ଼ାବାନ୍ତି ହେବା ପରେ ସ୍ଥାନୀୟ ଆଶାକର୍ମୀ ଓ ଏଏନଏମ ଅସୁସ୍ଥ ଲୋକଙ୍କୁ ଓଆରଏସ ଓ ଔଷଧ ଦେଇଥିଲେ । ମାତ୍ର ଲୋକଙ୍କର ଝାଡ଼ାବାନ୍ତି ନକମିବାରୁ ଡାଙ୍ଗମାଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଆଦିତ୍ୟ କୁମାର ପ୍ରଧାନ ଗାଁରେ ପହଞ୍ଚି ଅସୁସ୍ଥ ଲୋକଙ୍କର ଚିକିତ୍ସା ଆରମ୍ଭ କରିଥିଲେ । ବର୍ତ୍ତମାନ ଅସୁସ୍ଥ ଲୋକଙ୍କୁ ଡାଙ୍ଗମାଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଉଛି ତେବେ କୋଭିଡ କଟକଣା ବେଳେ ଗାଁରେ ଭୋଗ କରାଯାଇ ଏତେ ଲୋକଙ୍କୁ କେମିତି ବଣ୍ଟାଗଲା ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : Oct 26, 2020, 6:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.