ETV Bharat / state

ବାଇକ-ସ୍କୁଟି ମୁହାଁମୁହିଁ ଧକ୍କା: ଶିକ୍ଷୟିତ୍ରୀ ଓ କିରାଣି ମୃତ - ମର୍ମନ୍ତୁଦ ସଡକ ଦୁର୍ଘଟଣା

କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ବାଇକ୍ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୨ଜଣ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି ।

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା
ବାଇକ ସ୍କୁଟି ମୁହାଁମୁହିଁ ଧକ୍କା
author img

By

Published : Nov 27, 2022, 7:38 AM IST

ଫୁଲବାଣୀ: ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ବାଇକ୍ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଚାଲିଗଲା ଦୁଇ ଜୀବନ । ମୃତକମାନେ ହେଲେ ଲିଙ୍ଗାଗଡ କନ୍ୟାଶ୍ରମ ସ୍କୁଲର ଶିକ୍ଷୟତ୍ରୀ ପ୍ରଦିପ୍ତା ସାହୁ ସେହି ସ୍କୁଲର କିରାଣି ବିମଳା ପ୍ରଧାନ ।

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା

ସୂଚନାଅନୁସାରେ, ସବୁଦିନ ପରି ଗତକାଲି ସକାଳେ ମଧ୍ୟ ସ୍କୁଟି ଯୋଗେ ଜି. ଉଦୟଗିରିରୁ ଲିଙ୍ଗାଗଡ କନ୍ୟାଶ୍ରମକୁ ବାହାରିଥିଲେ ଶିକ୍ଷୟତ୍ରୀ ପ୍ରଦୀପ୍ତା ସାହୁ ଏବଂ କିରାଣୀ ବିମଳା ପ୍ରଧାନ । ଆଉ ତିନି କିମି ଯାଇଥିଲେ ସ୍କୁଲରେ ପହଞ୍ଚିଥାନ୍ତେ । କିନ୍ତୁ ବାଟରେ କାଳ ଯେପରି ଛକି ବସିଥିଲା । ସ୍କୁଲ ପହଞ୍ଚିବା ପୂର୍ବରୁ ସମ୍ମୁଖରୁ ଏକ ପଲସର ବାଇକ ଧକ୍କା ଦେବା ଫଳରେ ଉଭୟେ ରାସ୍ତା ଉପରେ ଛିଟିକି ପଡିଥିଲେ। ଫଳରେ ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ହସ୍ପିଟାଲରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଏହି ଦୁର୍ଘଟଣାରେ ବାଇକ୍ ଚାଳକ ମଧ୍ୟ ଗୁରୁତର ଆହତ ଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ: President on Constitution Day: ଜେଲ ସଂଖ୍ୟା ବୃଦ୍ଧି ଦେଶର ବିକାଶ ନୁହେଁ, ସଜା କାଟୁଥିବା ଛୋଟ ଅପରାଧିଙ୍କ କଥା ଚିନ୍ତା କରିବା ଉଚିତ

ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ମହିଳାମାନେ ହେଲେ ଲିଙ୍ଗାଗଡ କନ୍ୟାଶ୍ରମ ସ୍କୁଲର ଶିକ୍ଷୟତ୍ରୀ ପ୍ରଦିପ୍ତା ସାହୁ (୩୪), ଏବଂ କିରାଣୀ ବିମଳା ପ୍ରଧାନ (୪୦) । ଖବରପାଇ ଜି. ଉଦୟଗିରି ଥାନା ଅଧିକାରୀ ଅଜୟ କୁମାର ସ୍ୱାଇଁ ଦୁର୍ଘଟଣାସ୍ଥଳ ସହିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତଦନ୍ତ ଅଧିକାରୀ ଏସଆଇ ଅନନ୍ତ ପ୍ରଧାନ କେସ ୧୫୨/୨୨ରେ ରୁଜୁ କରି ୨ ବାଇକ୍ ଜବତ କରିଛନ୍ତି ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.