କନ୍ଧମାଳରେ ବାଲ୍ୟ ବିବାହ ରୋକିଲା ଚାଇଲ୍ଡ ଲାଇନ - କନ୍ଧମାଳରେ ବାଲ୍ୟ ବିବାହ
କନ୍ଧମାଳ ଜିଲ୍ଲାର ଅରାପାଜୁ ଗ୍ରାମପଞ୍ଚାୟତ ଅଞ୍ଚଳରେ ଏକ ୧୭ବର୍ଷୀୟା ନାବାଳିକାର ବିବାହ ପାଇଁ ଗତକାଲି ନିର୍ବନ୍ଧ ଚାଲିଥିଲା । ଏନେଇ ଖବର ପାଇ ବାଲ୍ୟବିବାହକୁ ରୋକିଲା ଚାଇଲ୍ଡନାଇନ । ଅଧିକ ପଢନ୍ତୁ
ଫୁଲବାଣୀ: ବିବାହ ପୂର୍ବରୁ ବାଲ୍ୟବିବାହକୁ ରୋକିଲା ଚାଇଲ୍ଡଲାଇନ । କନ୍ଧମାଳ ଜିଲ୍ଲାର ଅରାପାଜୁ ଗ୍ରାମପଞ୍ଚାୟତ ଅଞ୍ଚଳରେ ଏକ ୧୭ବର୍ଷୀୟା ନାବାଳିକାର ବିବାହ ପାଇଁ ଗତାକାଲି ନିର୍ବନ୍ଧ ଚାଲିଥିଲା । ଏନେଇ ଚାଇଲ୍ଡଲାଇନକୁ ଖବର ମିଳିଥିଲା । ଏହାପରେ ଖଜୁରୀପଡା ସି.ଡ଼ି.ପି.ଓ ତଥା ସମ୍ମନ୍ବିତ ଶିଶୁବିକାଶ ଅଧିକାରିଣୀ ଗୀତାଞ୍ଜଳୀ ପଣ୍ଡାଙ୍କ ନେତୃତ୍ବରେ ସୁପରଭାଇଜର କ୍ରିଷ୍ଣl କୁମାରୀ ପଣ୍ଡା ଓ ଚାଇଲ୍ଡଲାଇନ୍ ଟିମ୍ ପ୍ରଭାସ ରଞ୍ଜନ ନାୟକ ଏବଂ ରାଜଲକ୍ଷ୍ମୀ ମହାକୁଡ ମିଳିତ ଭାବେ ଗ୍ରାମରେ ପହଞ୍ଚି ବିବାହ ବନ୍ଦ କରିଥିଲେ ।
ସୁଚନା ଅନୁସାରେ ନାବାଳିକାର ବିବାହ ଟିକାବାଲି ଥାନା ଅଞ୍ଚଳରେ ସ୍ଥିର ହୋଇଥିଲା । କିନ୍ତୁ ବିବାହ ପୂର୍ବରୁ ଗତକାଲି ପରିବାର ଲୋକେ ନର୍ବନ୍ଧ କରୁଥିଲେ । ଏହି ସମୟରେ ପ୍ରଶାସନର ମିଳିତ ଟିମ୍ ପହଞ୍ଚି ନିର୍ବନ୍ଧକୁ ବେଆଇନ ଘୋଷଣା କରିଥିଲେ ଏବଂ ନାବାଳିକା ଓ ତାଙ୍କ ପିତାମାତାଙ୍କୁ ବାଲ୍ୟବିବାହର କୁପରିଣାମ ଏବଂ ଆଇନ ସମ୍ପର୍କରେ ଅବଗତ କରାଇଥିଲେ । ଏହାପରେ ଖଜୁରିପଡ଼ା ସି.ଡ଼ି.ପି.ଓ ନାବାଳିକାକୁ କନ୍ଧମାଳ ଜିଲ୍ଲା ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି ।
କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ