ETV Bharat / state

ବିଜୁଳି ସେବାକୁ ନେଇ ଭବାନୀପାଟଣାରେ ବଢୁଛି ଜନ ଅସନ୍ତୋଷ

କଳାହାଣ୍ଡି ଭବାନୀପାଟଣାରେ ବିଜୁଳି କାଟକୁ ନେଇ ବଢୁଛି ଜନ ଅସନ୍ତୋଷ । ଅଧିକ ପଢନ୍ତୁ...

ବିଜୁଳି ସେବାକୁ ନେଇ ଭବାନୀପାଟଣାରେ ବଢୁଛି ଜନ ଅସନ୍ତୋଷ
ବିଜୁଳି ସେବାକୁ ନେଇ ଭବାନୀପାଟଣାରେ ବଢୁଛି ଜନ ଅସନ୍ତୋଷ
author img

By

Published : Aug 14, 2021, 6:41 PM IST

ଭବାନୀପାଟଣା: ବିଜୁଳି ସେବାକୁ ନେଇ କଳାହାଣ୍ଡି ଭବାନୀପାଟଣା ସହରରେ ବଢିବାରେ ଲାଗିଛି ଜନ ଅସନ୍ତୋଷ । ବାରମ୍ବାର ବିଦ୍ୟୁତ କାଟକୁ ବିରୋଧ କରି ପୁଣି ବିଦ୍ୟୁତ କାର୍ଯ୍ୟାଳୟରେ ଧାରଣା ଦେଇଛନ୍ତି ଉପଭୋକ୍ତା । ବିଦ୍ୟୁତ ସେବାରେ ସୁଧାର ନ ଆସିଲେ ଆଗକୁ ଆନ୍ଦୋଳନକୁ ତୀବ୍ରତର କରିବା ପାଇଁ ଉପଭୋକ୍ତା ସଂଘ ଚେତାବନୀ ଦେଇଛି ।

ବିଜୁଳି ସେବାକୁ ନେଇ ଭବାନୀପାଟଣାରେ ବଢୁଛି ଜନ ଅସନ୍ତୋଷ

ଗତ ସପ୍ତାହ ତଳେ ତମାମ ଭବାନୀପାଟଣା ସହରରେ ଅଘୋଷିତ ବିଦ୍ୟୁଟ କାଟ ଓ ଅହେତୁକ ବିଜୁଳି ଦର ବୃଦ୍ଧି ଯୋଗୁଁ ଲୋକେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ବିଦ୍ୟୁତ ବିଭ୍ରାଟ ପ୍ରତିବାଦରେ ଜିଲ୍ଲା ବିଜେପି ରାଜରାସ୍ତାକୁ ଓହ୍ଲାଇଥିଲା । ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ଏବଂ କିଛି ଦିନ ପର୍ଯ୍ୟନ୍ତ ବିଜୁଳି ସେବା ଠିକ ରହିଥିଲା ।

କିନ୍ତୁ ପୁଣି ଗତ ଶୁକ୍ରବାର ପୂର୍ବ ପରି ବିଦ୍ୟୁତ କାଟ ହୋଇଥିଲା । ଏହାକୁ ନେଇ ରାତି ଅଧରେ ଉପଭୋକ୍ତା ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କିନ୍ତୁ ଏନେଇ ବିଭାଗୀୟ ଅଧିକାରୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ସେପଟେ ବିଦ୍ୟୁତ ସେବାରେ ସୁଧାର ନଆସିଲେ ଆଗାମୀ ଦିନରେ ଜନ ଆନ୍ଦୋଳନ ତୀବ୍ରତର ହେବ ବୋଲି ଉପଭୋକ୍ତା ସଂଘ ଚେତାବନୀ ଦେଇଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.