ETV Bharat / state

କଳାହାଣ୍ଡି ଫେରିଲେ ପ୍ରବାସୀ ଶ୍ରମିକ, 4 ଘଣ୍ଟା କର୍ଫ୍ୟୁ ଜାରି କଲେ ସରପଞ୍ଚ - କକଳାହାଣ୍ଡି ଖବର

ଗୁଜୁରାଟ ଓ ଓଡିଶା ସରକାରଙ୍କ ମିଳିତ ସହଯୋଗରେ କଳାହାଣ୍ଡି ଜିଲ୍ଲା କାଣ୍ଡେଲକୁ ଫେରିଛନ୍ତି 50 ଜଣ ପ୍ରବାସୀ ଶ୍ରମିକ । ସ୍ଥାନୀୟ ସରପଞ୍ଚ ସେମାନଙ୍କ ପାଇଁ କ୍ବାରେନଣ୍ଟାଇନରେ ରହିବା ନେଇ ସମସ୍ତ ବ୍ୟବସ୍ଥା କରିବା ସହ ସ୍ଥାନୀୟ ଅଞ୍ଚଳରେ 4 ଘଣ୍ଟିଆ କର୍ଫ୍ୟୁ ଜାରି କରିଛନ୍ତି ।

Migrant workers return to Kalahandi
କଳାହାଣ୍ଡି ଫେରିଲେ ପ୍ରବାସୀ ଶ୍ରମିକ, 4 ଘଣ୍ଟା କର୍ଫ୍ୟୁ ଜାରି କଲେ ସରପଞ୍ଚ
author img

By

Published : May 16, 2020, 8:33 PM IST

ଭବାନୀପାଟଣା: ଗୁଜୁରାଟ ଓ ଓଡିଶା ସରକାରଙ୍କ ମିଳିତ ସହଯୋଗରେ ନିଜ ଜିଲ୍ଲାକୁ ଫେରିଛନ୍ତି 50 ଜଣ ପ୍ରବାସୀ ଶ୍ରମିକ । ଗୁଜୁରାଟର ପୂର୍ବୀରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଏହି ଶ୍ରମିକମାନେ କଳାହାଣ୍ଡି ଜିଲ୍ଲା କାଣ୍ଡେଲକୁ ଫେରିଛନ୍ତି ।

କଳାହାଣ୍ଡି ଫେରିଲେ ପ୍ରବାସୀ ଶ୍ରମିକ, 4 ଘଣ୍ଟା କର୍ଫ୍ୟୁ ଜାରି କଲେ ସରପଞ୍ଚ

କାଣ୍ଡେଲ ପହଞ୍ଚିବା ପରେ ସ୍ଥାନୀୟ ସରପଞ୍ଚ ସେମାନଙ୍କ ପାଇଁ କ୍ବାରେନଣ୍ଟାଇନରେ ରହିବା ନେଇ ସମସ୍ତ ବ୍ୟବସ୍ଥା କରିବା ସହ ସ୍ଥାନୀୟ ଅଞ୍ଚଳରେ 4 ଘଣ୍ଟିଆ କର୍ଫ୍ୟୁ ଜାରି କରିଛନ୍ତି । ସେହିପରି ପଞ୍ଚାୟତର ବିଭିନ୍ନ ସ୍ଥାନରେ ଜନଗହଳି ନ କରିବାକୁ ଡେଙ୍ଗୁରା ଦ୍ବାରା ଆହ୍ବାନ ଦିଆଯାଇଛି । ପ୍ରବାସୀ ଶ୍ରମିକଙ୍କୁ ସୁସ୍ଥ ଓ ସୁରକ୍ଷିତ ରଖିବା ପାଇଁ ପୋଲିସ ପକ୍ଷରୁ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.