କଳାହାଣ୍ଡି: ବର୍ତ୍ତମାନ ଦେଶରେ ତୃତୀୟ ପର୍ଯ୍ୟାୟ ଲକଡାଉନ ଜାରି ରହିଛି । ରାଜ୍ୟ ସରକାରଙ୍କ ଅନୁମତି ପରେ ଏବେ ପ୍ରବାସୀ ଶ୍ରମିକ ନିଜ ଅଞ୍ଚଳକୁ ଫେରୁଛନ୍ତି । କଳାହାଣ୍ଡିର କିଛି ଯୁବକ ପଡ଼ୋଶୀ ରାଜ୍ୟ ଛତିଶଗଡ ଜଗଦଲପୁରର ବସ୍ତର ଅଞ୍ଚଳର ଏକ କମ୍ପାନୀରେ କାମ କରୁଥିଲେ । ତେବେ ଲକଡାଉନ ଯୋଗୁଁ ସେଠାରେ ଫସି ରହିଥିଲେ । ସେଠାରେ ସେମାନଙ୍କ ରହିବା ଖାଇବାରେ ବହୁ ଅସୁବିଧା ହେଉଥିଲା ।
ଓଡ଼ିଶା ରାଜ୍ୟ ସରକାର ନିଜ ରାଜ୍ୟର ଶ୍ରମିକମାନଙ୍କୁ ଆଣିବା ପାଇଁ ବ୍ୟବସ୍ଥା କରିବା ପରେ ଫସିଥିବା ଶ୍ରମିକମାନେ ସ୍ଥାନୀୟ ବ୍ଲକ ପ୍ରଶାସନର ଅନୁମତି ପତ୍ର ନେଇ ଅଟୋ ସାହାଯ୍ୟରେ ଓଡ଼ିଶା ଫେରିଛନ୍ତି ।
ତେବେ ପ୍ରବାସୀ ଶ୍ରମିକମାନଙ୍କୁ କଳାହାଣ୍ଡି ନବରଙ୍ଗପୁର ସୀମା ଆମ ପାଣିରେ ପୋଲିସ ପାଟ୍ରୋଲିଂ ସମୟରେ ଅଟକାଇ ସମସ୍ତ କାଗଜପତ୍ର ଯାଞ୍ଚ କରି ଜିଲ୍ଲା ପ୍ରବେଶ ପାଇଁ ଅନୁମତି ଦେଇଥିଲେ । ଏହା ପରେ ସ୍ଥାନୀୟ ସରପଞ୍ଚ ଟିକିଚନ ଢଙ୍ଗଡ଼ା ମାଝୀ ପହଞ୍ଚି ପ୍ରବାସୀ ଶ୍ରମିକମାନଙ୍କୁ ରନ୍ଧାଖାଦ୍ୟ ଦେଇଥିଲେ । ଫେରନ୍ତା ଶ୍ରମିକମାନଙ୍କ ମଧ୍ୟରୁ ୯ ଜଣ ଯୁବକ ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଅଞ୍ଚଳର ହୋଇଥିବା ବେଳେ ୨ ଜଣ ଯୁବକ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅଞ୍ଚଳର ବୋଲି ଜଣାପଡିଛି ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ