ETV Bharat / state

ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା, ମୃତଦେହ ରଖି ଜାତୀୟ ରାଜପଥ ଅବରୋଧ

author img

By

Published : Mar 28, 2023, 12:38 PM IST

ଦାଦନ ଶ୍ରମିକଙ୍କ ମୃତଦେହ ରଖି ଜାତୀୟ ରାଜପଥ ୨୬ ମହାଜନ ଗୁଡା ଛକ ନିକଟରେ ରାସ୍ତା ଅବରୋଧ କଲେ ମୃତକଙ୍କ ପରିବାର ଲୋକେ । ଅଧିକ ପଢନ୍ତୁ

migrant labour died in kalahandi
migrant labour died in kalahandi
migrant labour died in kalahandi

ଭବାନୀପାଟଣା: ପରିବାର ପ୍ରତିପୋଷଣ ପାଇଁ ରାଜ୍ୟ ବାହାରକୁ ଯାଇଥିବା ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା । ମୃତଦେହ ରଖି ଜାତୀୟ ରାଜପଥ ୨୬ ମହାଜନ ଗୁଡା ଛକ ନିକଟରେ ରାସ୍ତା ଅବରୋଧ କଲେ ମୃତକଙ୍କ ପରିବାର ଲୋକେ । କୋଏମ୍ବାଟୁରେ ଦାଦନ ଶ୍ରମିକଙ୍କ ସନ୍ଦେହ ଜନକ ମୃତ୍ୟୁର ୩ ଦିନ ପରେ ଆମ୍ବୁଲାନ୍ସରେ ମୃତଦେହ ଗାଁକୁ ପହଞ୍ଚିବା ପରେ କ୍ଷତିପୂରଣ ଓ ନ୍ୟାୟ ଦାବିରେ ବରଗଡ ବୋରିଗୁମ୍ମା ଜାତୀୟ ରାଜପଥ ଅବରୋଧ ସହ ଘଟଣା ସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଛି ।

ତେବେ କଳାହାଣ୍ଡି ଜିଲ୍ଲାର ମୁଖ୍ୟ ସମସ୍ୟା ହେଉଛି ଦାଦନ । ସରକାର ଅନେକ ଯୋଜନା କରୁଥିଲେ ସୁଦ୍ଧା କେତେକାଞ୍ଚଳରେ ଯୋଜନାର ସଠିକ ବିନିଯୋଗ ନ ହେବା ଯୋଗୁଁ ଆଜି ମଧ୍ୟ ହଜାର ହଜାର ଲୋକ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । କିଏ ମୃତଦେହ ହେଇକି ଫେରୁଛି ତ ଆଉ କିଏ ବିକଳାଙ୍ଗ ହେଇକି ଫେରୁଛି । ଆଉ କିଏ ଫେରି ମଧ୍ୟ ପାରୁନାହାନ୍ତି । ସରକାର ଗରିବ ଶ୍ରେଣୀର ଲୋକ ମାନଙ୍କୁ ଶହେ ଦିନର କାମ ଯୋଗାଇ ଦେଉଥିବା ଡିଣ୍ଡିମ ପିଟୁ ଥିବାବେଳେ ଏପଟେ ତାହାର ଓଲଟା ଦେଖିବାକୁ ମିଳୁଛି । ଚଳିତ ଗୋଟିଏ ମାସ ମଧ୍ୟରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ୧୦ରୁ ଊର୍ଦ୍ଧ୍ବ ଦାଦନ ଶ୍ରମିକଙ୍କ ମୃତଦେହ ଫେରିଥିବା ବେଳେ ଅନେକ ବନ୍ଧକରୁ ମୁକୁଳି ଘରକୁ ଫେରିଛନ୍ତି । ହେଲେ ଏଥିପ୍ରତି ନାଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଉଛି ନାଁ ସରକାର ।

ଫଳରେ ପେଟପାଟଣା ଆଶାରେ ହଜାର ହଜାର ଶ୍ରମିକ ଭିଟାମାଟି ଛାଡି ରାଜ୍ୟ ବାହାରକୁ ଯାଉଛନ୍ତି ଦାଦନ ଖଟି । ତୃଣମୂଳ ସ୍ତରରେ ସରକାରୀ ଯୋଜନା ଠିକ ଭାବରେ କାର୍ଯ୍ୟକାରୀ ନ ହେବା ଯୋଗୁଁ ଏଭଳି ସମସ୍ୟା ଦେଖା ଦେଉଛି ହେଲେ କେହି ମଧ୍ୟ ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ଜିଲ୍ଲାର କୋକସରା ବ୍ଲକ ଅନ୍ତର୍ଗତ ମହାଜନଗୁଡା ଗାଁର ରୁଦ୍ର ପ୍ରସାଦ ବେଶ୍ରାଙ୍କ ୨୦ ବର୍ଷର ପୁଅ ମହେନ୍ଦ୍ର ବେଶ୍ରା ଗତ ୩ ମାସ ତଳେ ତାମିଲନାଡୁ ରାଜ୍ୟର କୋଏମ୍ବାଟୁର କାଦୁବାଟି ପାଦିୟମ ଅଞ୍ଚଳକୁ ପରିବାର ପ୍ରତିପୋଷଣ ପାଇଁ ଦାଦନ ଖଟିବାକୁ ଯାଇଥିଲେ ।

ସେଠାରେ ସେ ଜଗନ୍ନାଥ ଟେକ୍ସ ଟାଇଲ ନାମକ ଏକ କମ୍ପାନୀରେ ଶ୍ରମିକ ଭାବରେ କାମ ମଧ୍ୟ କରୁଥିଲେ । ପ୍ରତ୍ୟେକ ମାସରେ ଘରକୁ ଟଙ୍କା ପଠାଇବା ସହ ଫୋନ କରି ସମସ୍ତଙ୍କ ସହ କଥା ମଧ୍ୟ ହେଉଥିଲେ । ହେଲେ ଗତ ୪ଦିନ ତଳେ ହଠାତ୍‌ ଖବର ପାଇଥିଲେ କି ସେହି କମ୍ପାନୀ ନିକଟରେ ଥିବା ଏକ ଗଛରେ ତାଙ୍କ ପୁଅର ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି । ଏହି ଖବର ପାଇ ସାଥି ଶ୍ରମିକ ମାନେ ସ୍ଥାନୀୟ ପୋଲିସର ସହାୟତରେ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ କରିବା ପରେ ମୃତଦେହ ଗାଁକୁ ଫେରାଇ ଆଣିବା ପାଇଁ ପରିବାର ଲୋକେ ନେହୁରା ହୋଇଥିଲେ ।

ଏନେଇ ପରେ କମ୍ପାନୀ ସହାୟତାରେ ଏକ ଆମ୍ବୁଲାନ୍ସ ଯୋଗେ ମୃତଦେହ ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ଦେଖାଦେଇଛି । ସେପଟେ ଦାଦନ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁର ତଦନ୍ତ ଓ କ୍ଷତିପୂରଣ ଦାବିରେ ବରଗଡ଼ ବୋରିଗୁମ୍ମା ଜାତୀୟ ରାଜପଥ ୨୬କୁ କୋକସରା ଥାନା ଅନ୍ତର୍ଗତ ମହାଜନ ଗୁଡା ନିକଟରେ ମୃତଦେହ ରଖି ଅବରୋଧ କରିଛନ୍ତି ପରିବାର ଓ ଗ୍ରାମବାସୀ । ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଥିବା ବେଳେ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ଜଣାପଡିଛି । ସେପଟେ ରାସ୍ତା ଅବରୋଧ ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଯାନବାହାନ ଅଟକି ରହିଥିବା ଦେଖିବାକୁ ମିଳିଥିଲା ।

ଇଟିଭି ଭାରତ,କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.