ETV Bharat / state

ଭଙ୍ଗା କୁଡିଆରେ ବିତୁଛି ଶାହାଜମତୀ ମାଝୀଙ୍କ ଜୀବନ, ସରକାରୀ ସହାୟତାକୁ ଅପେକ୍ଷା - କଳାହାଣ୍ଡି ଶାହାଜମତୀ ମାଝୀ ଖବର

ଖରା ବର୍ଷାର ତାଡନା ସହି ଭଙ୍ଗାକୁଡିଆରେ ଜୀବନ ବିତାଉଛନ୍ତି କଳହାଣ୍ଡି ଜିଲ୍ଲା ବେନ୍ଦାଝୋଲା ଗ୍ରାମର ଶାହାଜମତୀ ମାଝୀ । ସରକାରୀ ସହାୟତା ପାଇଁ ଗୁହାରି । ଅଧିକ ପଢନ୍ତୁ

ଭଙ୍ଗା କୁଡିଆରେ ବିତୁଛି ଶାହାଜମତୀ ମାଝୀଙ୍କ ଜୀବନ

author img

By

Published : Jul 13, 2022, 2:02 PM IST

ଭବାନୀପାଟଣା: ଭାଗ୍ୟର ବିଡମ୍ବନା ବଡ଼ ବିଚିତ୍ର । ଜୀବନ ସହ ଚାଲିଛି ସଂଘର୍ଷ । ବୟସର ଅପରାହ୍ନରେ ଆଜି ସେ ଅସହାୟ ପାଲଟି ଥିବାବେଳେ ସରକାରୀ ସହାୟତା ସତେ ଯେମିତି ତାଙ୍କ ଠାରୁ ବହୁ ଦୂରରେ ଥିବାପରି ଲାଗୁଛି । ଏମିତି ସରକାରୀ ଯୋଜନାର ଉଦାସୀନତା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ବେନ୍ଦାଝୋଲା ଗ୍ରାମରେ ।

ଭଙ୍ଗା କୁଡିଆରେ ବିତୁଛି ଶାହାଜମତୀ ମାଝୀଙ୍କ ଜୀବନ

ବେନ୍ଦାଝୋଲା ଗାଁର ଶାହାଜମତୀ ମାଝୀ ଏବେ ବେସାହାରା ପାଲଟିଛନ୍ତି । ଦୀର୍ଘବର୍ଷ ହେବ ସ୍ୱାମୀଙ୍କ ଦେହାନ୍ତ ପରେ ଶାହାଜମତୀଙ୍କର ଦୁଇ ପୁଅ ଥିଲେ ମଧ୍ୟ ସେମାନେ ପଚାରୁ ନଥିବାରୁ ସେ ଏକାକୀ ଜୀବନ ବିତାଉଛନ୍ତି । ଝାଟି ମାଟି, ଭଙ୍ଗା ଦଦରା ଘରେ ଦହଗଞ୍ଜ ହୋଇ ଜୀବନ ବିତାଉଥିବା ବେଳେ ବୟସର ଅପରାହ୍ନରେ ଏବେ ସେ ବେସାହାରା ।

ଦୁଃଖ କଷ୍ଟ ଜର୍ଜରିତ ଜୀବନ ବଞ୍ଚିବାର ରାହା ଖୋଜୁଥିବା ବେଳେ,ପ୍ରଶାସନିକ ହସ୍ତକ୍ଷେପ ନିତାନ୍ତ ଜରୁରୀ ହୋଇପଡିଛି । ଏପଟେ କୌଣସି ଲୋକ ମାଟି ଘରେ ରହିବେ ନାହିଁ, ଭୋକ ଉପାସରେ ରହିବେ ନାହିଁ ବୋଲି କେନ୍ଦ୍ର ଓ ରାଜ୍ୟ ସରକାର ଉଭୟେ ଡିଣ୍ଡିମ ପିଟୁଛନ୍ତି ସତ,ହେଲେ ତୃଣମୂଳ ସ୍ତରର ପ୍ରକୃତ ଚିତ୍ର ଭିନ୍ନ ।

ସରକାରୀ ଯୋଜନାରେ ସରକାରୀ ଆବାସ ଗୃହ ଅଦ୍ୟାବଧି ତାଙ୍କୁ ମିଳିପାରିନି, ଯାହାକି ଆବାସ ଗୃହ ଯୋଜନାରେ ନଗ୍ନ ପ୍ରତିଛବି କହିଲେ ଅତ୍ୟୁକ୍ତି ହେବ ନାହିଁ । ସ୍ଥାନୀୟ ଲୋକେ ଖାଇବାକୁ ଦେଲେ ଗଣ୍ଡେ ଖାଇଥାନ୍ତି ଶାହାଜମତୀ । ପଞ୍ଚାୟତ ତରଫରୁ ମିଳୁଥିବା ୫କେଜି ଚାଉଳ ଓ ପାଞ୍ଚଶହ ଟଙ୍କାକୁ ଆଶ୍ରା କରି ବଞ୍ଚିଛନ୍ତି ଶାହାଜମତୀ । ଶାହାଜମତୀ ମାଝୀ ଖରା, ବର୍ଷା, ଶୀତ, କାକରରେ ବର୍ଷ ବର୍ଷ ଧରି ଝାଟି ମାଟି କୁଡ଼ିଆରେ ମୁଣ୍ଡଗୁଞ୍ଜି ରହି ଆସୁଥିବା ବେଳେ ଘର ଖଣ୍ଡିଏ ପାଇଁ ବାରମ୍ବାର ପ୍ରଶାସନ ଓ ଲୋକପ୍ରତିନିଧି ମାନଙ୍କୁ ଗୁହାରି କରି ନୟାନ୍ତ ହୋଇଥିଲେ ସୁଦ୍ଧା ତାଙ୍କୁ ଘରଖଣ୍ଡିଏ ମିଳିପାରୁ ନାହିଁ । ବର୍ଷାଦିନେ ଅତି ଅସୁରକ୍ଷିତ ଅବସ୍ଥାରେ ଶାହାଜମତୀ ଏହି କୁଡ଼ିଆ ଘରେ ରହୁଛନ୍ତି । ଏଥିପ୍ରତି ତୁରନ୍ତ ପ୍ରଶାସନ ଦୃଷ୍ଟି ଦେବାକୁ ଗଣମାଧ୍ୟମ ଜରିଆରେ କୋହଭରା କଣ୍ଠରେ ଗୁହାରି କରିଛନ୍ତି ଶାହାଜମତୀ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.