ETV Bharat / state

ଭାଙ୍ଗିଲା ଇନ୍ଦ୍ରାବତୀ ମେଗା ଲିପ୍ଟ କେନାଲ ବନ୍ଧ, ଶହ ଶହ ହେକ୍ଟର ଚାଷ ଜମି ଜଳମଗ୍ନ

author img

By

Published : Jul 31, 2021, 9:30 AM IST

ଇନ୍ଦ୍ରାବତୀ କେନାଲରେ ଘାଇ ସୃଷ୍ଟି ହେବାରୁ ଶହ ଶହ ହେକ୍ଟର ଚାଷ ଜମି ଏବେ ଜଳମଗ୍ନ ହୋଇ ରହିଛି। ଅଧିକ ପଢନ୍ତୁ...

ଇନ୍ଦ୍ରାବତୀ କେନାଲରେ ଘାଇ, ଜଳମଗ୍ନ ହେଲା ଶହ ଶହ ହେକ୍ଟର ଚାଷ ଜମି

ଭବାନୀପାଟଣା: ଇନ୍ଦ୍ରାବତୀ କେନାଲରେ ସୃଷ୍ଟି ହେଲା ଘାଇ । ଫଳରେ ଶହ ଶହ ହେକ୍ଟର ଚାଷ ଜମି ଏବେ ଜଳମଗ୍ନ ହୋଇ ରହିଛି । କଳାହାଣ୍ଡି ଜିଲ୍ଲା ଇନ୍ଦ୍ରାବତୀରୁ ଉଠାଜଳସେଚନ ମାଧ୍ୟମରେ ଜିଲ୍ଲାର କୋକସରା ଓ ଧର୍ମଗଡ ବ୍ଲକର ବିଭିନ୍ନ ଚାଷଜମିକୁ ପାଣି ଯୋଗାଇବା ପାଇଁ ପ୍ରଥମଥର ପାଇଁ ପାଣି ଛଡା ଯାଇଥିଲା । ହେଲେ ଜଳଭଣ୍ଡାରର ପ୍ରଥମ ବନ୍ୟାଜଳ ନିଷ୍କାସନରେ ଭାଙ୍ଗିଯାଇଥିଲା କେନାଲ ବନ୍ଧ । ଫଳରେ ଶହ ଶହ ହେକ୍ଟର ଚାଷଜମି ଏବେ ଜଳମଗ୍ନ ହୋଇଛି ।

କୋକସରା ବ୍ଲକର ମାଝୀଗୁଡା ନିକଟରେ ବିଳମ୍ୱିତ ରାତିରେ ଓଭର ଫ୍ଲୋ ପାଣି କେନାଲ ଦେଇ ପ୍ରବାହିତ ହେଉଥିବା ସମୟରେ କେନାଲବନ୍ଧ ଭାଙ୍ଗିଯାଇଥିବା ଜଣାପଡିଛି । ତେବେ ସ୍ଥାନୀୟ ଚାଷୀ ନିମ୍ନ ମାନର କାମ ଯୋଗୁଁ କେନାଲ ବନ୍ଧ ଭାଙ୍ଗିଯାଇଥିବା ଅଭିଯୋଗ କରିଥିବା ବେଳେ କେନାଲରେ ୧୦ଫୁଟର ଘାଇ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ଚାଷଜମି ଜଳମଗ୍ନ ହେବାରୁ ଚାଷୀ କ୍ଷୟକ୍ଷତିର ଆଶଙ୍କା ପ୍ରକାଶ କରି ତୁରନ୍ତ କେନାଲ ମରାମତି ସହ କ୍ଷତିପୂରଣ ପାଇଁ ଦାବି କରିଛନ୍ତି।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.