ଭବାନୀପାଟଣା: ସାରା ଦେଶରେ ତେଜିଛି ଚାଷୀ ଆନ୍ଦୋଳନ । କଳାହାଣ୍ଡି ଜିଲ୍ଲାରେ ନୂତନ କୃଷି ଆଇନକୁ ବିରୋଧ କରି ଅଖିଳ ଭାରତୀୟ କୃଷକ ମହାସଂଘ ଓ ବିଭିନ୍ନ ଟ୍ରେଡ଼ ୟୁନିଅନ ପକ୍ଷରୁ ଧାରଣା ଦିଆଯାଇଛି।
ନୂତନ କୃଷି ଆଇନକୁ ପ୍ରତ୍ୟାହାର ଓ ଦିଲ୍ଲୀରେ ମୃତ କୃଷକଙ୍କୁ କ୍ଷତିପୂରଣ ଦେବାକୁ ଦାବି ହୋଇଛି। ଏନେଇ ସୋମବାର ବିଭିନ୍ନ ଶ୍ରମିକ ସଂଗଠନ କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦୀର୍ଘ ସମୟ ଧରି ଧାରଣାରେ ବସିଥିଲେ। କର୍ପୋରେଟ ହଟାଅ କୃଷକ ବଞ୍ଚାଅ ନାରା ଦେଇ ଧାରଣାରେ ବସିଛନ୍ତି ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ବୟ ସମିତି ।
ଏହା ସହ ଜିଲ୍ଲାର ସକ୍ରିୟ ରହିଥିବା ସଂଗଠନ କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣା ନୀତିକୁ ବିରୋଧ କରି ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଶ୍ରମିକ ସଂଗଠନର ଶତାଧିକ କର୍ମୀ କୃଷି ନିୟମ ପ୍ରତ୍ୟାହାର ନକଲେ ତୀବ୍ର ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି।
କଳାହାଣ୍ଡିରୁ ଅଜିତ୍ ସିଂହ, ଇଟିଭି ଭାରତ