ETV Bharat / state

ଇଟିଭି ଭାରତ ପ୍ରଭାବ: ଆରମ୍ଭ ହେଲା ଡ୍ରେନ ନିର୍ମାଣ କାମ, ସୁଧୁରିବ ସ୍ବରେଜ ବ୍ୟବସ୍ଥା - Drain construction started in bhawanipatna

ଇଟିଭି ଭାରତ ପ୍ରଭାବ । ଆରମ୍ଭ ହେଲା ଡ୍ରେନ ନିର୍ମାଣ କାମ, ସୁଧୁରିବ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ସ୍ବରେଜ ବ୍ୟବସ୍ଥା। ଅଧିକ ପଢନ୍ତୁ...

ଇଟିଭି ଭାରତ ପ୍ରଭାବ: ଆରମ୍ଭ ହେଲା ଡ୍ରେନ ନିର୍ମାଣ କାମ, ସୁଧୁରିବ ସ୍ବରେଜ ବ୍ୟବସ୍ଥା

author img

By

Published : Oct 3, 2021, 11:21 AM IST

ଭବାନୀପାଟଣା: ଇଟିଭି ଭାରତ ପ୍ରଭାବ । ଆରମ୍ଭ ହେଲା ଡ୍ରେନ ନିର୍ମାଣ କାମ, ସୁଧୁରିବ ସ୍ବରେଜ ବ୍ୟବସ୍ଥା। ତେବେ ଅଗଷ୍ଟ ମାସରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ଦୃଶ୍ୟ ଥିଲା ଭିନ୍ନ। ରାସ୍ତା ଉପରେ ଭାସୁଥିଲା ଡ୍ରେନ ପାଣି, ଆଉ ଘର ଭିତରେ ପଶୁଥିଲା ନର୍ଦ୍ଦମା ପାଣି। ଉପରେ ଡ୍ରେନ ପାଣି ମାସ ମାସ ଧରି ଜମି ରହୁଥିବାରୁ ମଶା ମାଛିଙ୍କ ପ୍ରାଦୁର୍ଭାବ ବି ବଢିଛି। ଏ ଅବସ୍ଥା ଆଜିର ନିହେଁ, ଗତ କେତେ ମାସ ହେବ ଏମିତି ଅବସ୍ଥାରେ ଅଛନ୍ତି ଭବାନୀପାଟଣା ପୌରାଞ୍ଚଳ ବାସୀ।

ଇଟିଭି ଭାରତ ପ୍ରଭାବ: ଆରମ୍ଭ ହେଲା ଡ୍ରେନ ନିର୍ମାଣ କାମ, ସୁଧୁରିବ ସ୍ବରେଜ ବ୍ୟବସ୍ଥା

୨୦୨୦-୨୧ ଆର୍ଥିକ ବର୍ଷରେ ୧ କୋଟି ୭୮ ଲକ୍ଷ ୪୫ ହଜାର ଟଙ୍କାର ବ୍ୟୟ ଅଟକଳରେ ସହରର ଉନ୍ନୟନ ମୂଳକ କାମ ସବୁ ତ୍ବରାନ୍ବିତ ପାଇଁ ଧାର୍ଯ୍ୟ ହୋଇଥିଲା। ହେଲେ ନିର୍ମାଣ କାମରେ ବିଳମ୍ବ ଯୋଗୁଁ ସମସ୍ୟା ଭୋଗୁଥିଲେ ସହରବାସୀ। ଏନେଇ ଇଟିଭି ଭାରତରେ ଖବର ପ୍ରସାରଣ ପରେ ଉଭୟ ପୌରସଂସ୍ଥା ଓ ପୂର୍ତ୍ତ ବିଭାଗ ଶୀଘ୍ର ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।

ଯେହେତୁ ୨୦ ୱାର୍ଡ ବିଶିଷ୍ଟ ଭବାନୀପାଟଣା ସହରର ମୁଖ୍ୟତଃ ୪୦ ଗୋଟି ଜାଗାରେ ଡ୍ରେନେଜ ସମସ୍ୟା ଥିବା ସର୍ଭେରୁ ଜଣା ପଡିଥିଲା। ତେବେ ଏହାର ସମାଧାନ ପାଇଁ ଏବେ ଆରମ୍ଭ ହୋଇଛି ପ୍ରକ୍ରିୟା।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.