ETV Bharat / state

ଚାଷୀଙ୍କ ନାଁରେ ଲକ୍ଷାଧିକ ଟଙ୍କା ହରିଲୁଟ, ବନ୍ଧା ହେଲେ ବ୍ଲକ ଅଧ୍ୟକ୍ଷ

author img

By ETV Bharat Odisha Team

Published : Sep 23, 2023, 10:30 AM IST

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଲକ୍ଷାଧିକ ଟଙ୍କା ହରିଲୁଟ । ନକଲି ଦସ୍ତାବିଜ ପ୍ରସ୍ତୁତ କରି ଚାଷୀଙ୍କ ନାଁରେ ଏହି ଅର୍ଥ ଆତ୍ମସାତ କରିବା ଅଭିଯୋଗରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ତଥା ମାଷ୍ଟର ମାଇଣ୍ଡ ବିନ୍ଦୁ ମହାନନ୍ଦଙ୍କୁ ଗିରଫ କଲା ପୋଲିସ ।

ଚାଷୀଙ୍କ ନାଁରେ ଲକ୍ଷାଧିକ ଟଙ୍କା ହରିଲୁଟ, ବନ୍ଧା ହେଲେ ବ୍ଲକ ଅଧ୍ୟକ୍ଷ
ଚାଷୀଙ୍କ ନାଁରେ ଲକ୍ଷାଧିକ ଟଙ୍କା ହରିଲୁଟ, ବନ୍ଧା ହେଲେ ବ୍ଲକ ଅଧ୍ୟକ୍ଷ
ଚାଷୀଙ୍କ ନାଁରେ ଲକ୍ଷାଧିକ ଟଙ୍କା ହରିଲୁଟ, ବନ୍ଧା ହେଲେ ବ୍ଲକ ଅଧ୍ୟକ୍ଷ

ଭବାନୀପାଟଣା: ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ନାଁରେ ଲକ୍ଷାଧିକ ଟଙ୍କା ହରିଲୁଟ । ଚାଷୀଙ୍କ ନାଁରେ ଏହି ଅର୍ଥ ଆତ୍ମସାତ କରିବା ଅଭିଯୋଗରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ତଥା ମାଷ୍ଟର ମାଇଣ୍ଡ ବିନ୍ଦୁ ମହାନନ୍ଦଙ୍କୁ ଗିରଫ କଲା ପୋଲିସ । ଏଥିସହ ମାମଲାରେ ସମ୍ପୃକ୍ତ ଆଉ ଜଣେ ଅଭିଯୁକ୍ତ ମଧ୍ୟ ଗିରଫ ହୋଇଛି । ତେବେ ଏହି ରାକେଟରେ ଅନ୍ୟମାନଙ୍କ ସମ୍ପୃକ୍ତି ନେଇ ଖୋଳତାଡ କରୁଛି ପୋଲିସ ।

ପୋଲିସ୍ ସୂଚନା ଅନୁଯାୟୀ, ନକଲି ଦସ୍ତାବିଜ ପ୍ରସ୍ତୁତ କରି ଚାଷୀଙ୍କ ନାଁରେ ଟଙ୍କା ହଡପ ହେଉଥିବା ନେଇ କେଗାଁ ଥାନା ଅନ୍ତର୍ଗତ ମକରଗୁଡା ଗାଁର ଜଣେ ଚାଷୀ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଘଟଣାରେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କ ସମ୍ପୃକ୍ତି ଜାଣିବା ପରେ ଏକ ସ୍ୱତନ୍ତ୍ର ଟିମ ଗଠନ କରି ତଦନ୍ତ ଜାରି ରଖିଥିଲା ପୋଲିସ ।

ତେବେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଚାଷୀଙ୍କ ନକଲି ଦସ୍ତାବିଜ ପ୍ରସ୍ତୁତ କରି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ନାଁରେ ଲକ୍ଷାଧିକ ଟଙ୍କା ହଡପ କରୁଥିଲା । ଯୋଜନା ନାଁରେ ହରିଲୁଟର ମାଷ୍ଟରମାଇଣ୍ଡ ଥିଲା ବ୍ଲକ ଅଧ୍ୟକ୍ଷ । ୨୦୨୧-୨୨ ଆର୍ଥିକ ବର୍ଷରେ ନକଲି ଚାଷୀଙ୍କ ଦସ୍ତାବିଜ ତିଆରି କରି ସରକାରଙ୍କ ଠାରୁ ମୋଟା ଅଙ୍କର ଅର୍ଥ ଆତ୍ମସାତ କରିଥିବା ବେଳେ ଚଳିତ ବର୍ଷ ପ୍ରାୟ ୨୫ ଲକ୍ଷ ଟଙ୍କା ଲୁଟ କରିଛି ବିନ୍ଦୁ ମହାନନ୍ଦ । ଏକ ରାକେଟ ତିଆରି କରି ପୁରା ଯୋଜନାବଦ୍ଧ ଭାବେ ସରକାରଙ୍କ ଟଙ୍କା ଆତ୍ମସାତ କରୁଥିଲେ । ତେବେ ଏହି ମାମଲାରେ ବ୍ଲକ ଅଧ୍ୟକ୍ଷ ସମେତ ବାଲ କ୍ରିଷ୍ଣ ପଟେଲକୁ ମଧ୍ୟ ଗିରଫ କରିଛି ପୋଲିସ । ବିନ୍ଦୁ ମହାନନ୍ଦକୁ ଧର୍ମଗଡ ଏସଡିପିଓଙ୍କ କାର୍ଯ୍ୟାଳୟକୁ ଅଣାଯାଇ ପଚରାଉଚରା କରାଯାଉଥିବା ସୂଚନା ରହିଛି ।

ଏହାମଧ୍ୟ ପଢନ୍ତୁ.. ସ୍କୁଲ ଟେଣ୍ଡର ନାଁରେ ଲାଞ୍ଚ କାରବାର: ୭ ହେଭିୱେଟ ଗିରଫ, ମାୟାନଗରୀ ଯାଏ ଲମ୍ବିଛି ଚେର

ସେପଟେ ଏହି ରାକେଟରେ ଏହି ରାକେଟରେ ଆଉ କିଏ କିଏ ସାମିଲ ଅଛନ୍ତି ସେନେଇ ପୋଲିସ ତଦନ୍ତ ଜାରି ରଖିଛି । ପୂର୍ବରୁ ମଧ୍ୟ ବିନ୍ଦୁ ମହାନନ୍ଦଙ୍କ ନାଁରେ ଅନେକ ମାମଲା ରହିଛି । ସେ ଶିକ୍ଷକତା କରୁଥିବା ସମୟରେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ତାଙ୍କ ନାଁରେ ଅଭିଯୋଗ କରାଯାଇଥିଲା । ଅଭିଯୋଗ ଆଧାରରେ ପୋଲିସ ତାଙ୍କୁ ଗିରଫ କରିଥିଲା । ସେହିଭଳି କୋଭିଡ ମହାମାରୀ ସମୟର ଜିଲ୍ଲା ପ୍ରଶାସନ ବିରୁଦ୍ଧରେ ଅପପ୍ରଚାର କରିବା ନେଇ ମଧ୍ୟ ସେ ଗିରଫ ହୋଇଥିଲା । ପରେ ଜାମିନରେ ଆସି ପରବର୍ତ୍ତୀ ସମୟରେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଥିଲା।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.