ETV Bharat / state

କୋଟିପତି ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ୧୫ଘଣ୍ଟା ପରେବି ସମ୍ପୂର୍ଣ୍ଣ ହୋଇ ପାରିନାହିଁ ସମ୍ପତ୍ତି ଆକଳନ - ଭବାନୀପାଟଣା ପୌର ପରିଷଦ ଉପନିର୍ବାହୀ ଯନ୍ତ୍ରୀ ସମୀର ଠାକୁର

ଭିଜିଲାନ୍ସ ପଞ୍ଝାରେ ଭବାନୀପାଟଣା ପୌର ପରିଷଦ ଉପନିର୍ବାହୀ ଯନ୍ତ୍ରୀ ସମୀର ଠାକୁର । ଏକକାଳୀନ 4ଟି ସ୍ଥାନରେ ଚଢ଼ାଉ ଜାରି । ୧୫ଘଣ୍ଟା ପରେବି ସମ୍ପୂର୍ଣ୍ଣ ହୋଇ ପାରିନାହିଁ ସମ୍ପତ୍ତି ଆକଳନ । ଅଧିକ ପଢ଼ନ୍ତୁ

vigilance raid
ଭିଜଲାନ୍ସର ଚଢ଼ାଉ
author img

By

Published : Dec 28, 2022, 9:32 AM IST

Updated : Dec 28, 2022, 9:52 PM IST

ଭିଜିଲାନ୍ସ ହାବୁଡ଼ରେ ଉପ ନିର୍ବାହୀ ଯନ୍ତ୍ରୀ

ଭବାନୀପାଟଣା: ଭିଜିଲାନ୍ସ ଜାଲରେ ଭବାନୀପାଟଣା ପୌର ପରିଷଦ ଉପନିର୍ବାହୀ ଯନ୍ତ୍ରୀ । ଆୟର ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭବାନୀପାଟଣା ଉପନିର୍ବାହୀ ଯନ୍ତ୍ରୀ ସମୀର ଠାକୁରଙ୍କ ଘରେ ଭିଜଲାନ୍ସ ଚଢ଼ାଉ କରିଛି । ଭବାନୀପାଟଣା ମହାବୀର ପଡ଼ାରେ ଥିବା ବାସ ଭବନ ସମେତ 4ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି ।

ଭିଜିଲାନ୍ସ ପ୍ରେସ ବିଜ୍ଞପ୍ତି
ଭିଜିଲାନ୍ସ ପ୍ରେସ ବିଜ୍ଞପ୍ତି

ଭିଜିଲାନ୍ସ ରିପୋର୍ଟ ଅନୁଯାୟୀ, ସମୀରଙ୍କ ବ୍ୟାଙ୍କ, ମ୍ୟୁଚାଲ ଫଣ୍ଡ୍ ଓ ଜୀବନବୀମା ପଲିସିରେ ୫୨.୫୬ ଲକ୍ଷରୁ ଅଧିକ ଟଙ୍କା ଜମାରାଶି ରହିଛି । ଭବାନୀପାଟଣା ମହାବୀରପଡାରେ ୭୦୩୩ ବର୍ଗଫୁଟ୍‌ରେ ଥିବା ୩ମହଲା କୋଠା ଯାହାର ମୂଲ୍ୟ ୧ କୋଟି ହେବ । ସେହିପରି ଇରିଗେସନ୍ କଲୋନୀରେ ୨୫୦୦ ବର୍ଗଫୁଟ୍‌ରେ ଏକ ଦୁଇ ମହଲା କୋଠା ଏବଂ ଭବାନୀପାଟଣାରେ ୩ଟି ପ୍ଲଟ୍ ରହିଛି । । ଭିଜିଲାନ୍ସର ଟେକ୍‌ନିକାଲ୍ ୱିଙ୍ଗ୍ ପକ୍ଷରୁ ଏସବୁର ପ୍ରକୃତ ମୂଲ୍ୟ ହିସାବ କରାଯାଉଛି । ଏହା ସହିତ ୪୯୧୬୩ ନଗଦ ଟଙ୍କା, ୨୫୦ଗ୍ରାମ ସୁନା, ୯୩୦ଗ୍ରାମ ରୁପା ଯାହାର ମୋଟ ମୂଲ୍ୟ ୮.୭୧ଲକ୍ଷ, ଗୋଟିଏ ଚାରି ଚକିଆ ଗାଡି ଯାହାର ମୂଲ୍ୟ ୮.୫୭ଲକ୍ଷ ଏବଂ ୧୧.୭୩ଲକ୍ଷର ଅନ୍ୟାନ୍ୟ ଘରକରଣା ସାମଗ୍ରୀ ଠାବ ହୋଇଛି । ତେବେ ୧୫ ଘଣ୍ଟା ପରେବି ସମ୍ପୂର୍ଣ୍ଣ ହୋଇ ପାରିନାହିଁ ସମ୍ପତ୍ତିର ଆକଳନ । କାଳ ୬ ଟାରୁ ଆରମ୍ଭ ହୋଇଥିବା ଏହି ଚଢ଼ାଉ ରାତି ପର୍ଯ୍ୟନ୍ତ ଜାରି ରହିଥିଲା । ସେପଟେ ସମୀରଙ୍କୁ ପଚରାଉଚରା ସହ ଚଢ଼ାଉ ଓ ଯାଞ୍ଚ ଜାରି ରହିଥିବାରୁ ତାଙ୍କ ସମ୍ପତ୍ତି ପରିମାଣ ଆହୁରି ବଢ଼ିପାରେ ବୋଲି ଭିଜିଲାନ୍ସ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି ।

ଉପନିର୍ବାହୀ ଯନ୍ତ୍ରୀ ସମୀର ଠାକୁର
ଉପନିର୍ବାହୀ ଯନ୍ତ୍ରୀ ସମୀର ଠାକୁର

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ମହାବୀର ପଡ଼ାରେ ଥିବା ବାସ ଭବନ ଓ ପୌର କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ ଜାରି ରଖିଛି । ଇରିଗେସନ କଲୋନୀରେ ଥିବା ଶଶୁର ଘର ସମେତ ୪ ଟି ସ୍ଥାନରେ ଏକକାଳୀନ ରେଡ କରିଛି ଭିଜିଲାନ୍ସ ବିଭାଗ । ଚଢ଼ାଉରେ ଭିଜିଲାନ୍ସ ବିଭାଗରର ୪ ଟି ସ୍ୱତନ୍ତ୍ର ଟିମ ସାମିଲ ହୋଇଛନ୍ତି । ସମୀର ଠାକୁର ଦୀର୍ଘ ୧୦ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଭବାନୀପାଟଣା ପୌର କାର୍ଯ୍ୟାଳୟରେ କାର୍ଯ୍ୟରତ ରହିଥିବା ବେଳେ ଆଜି ଭିଜିଲାନ୍ସ ବିଭାଗର ହାବୁଡ଼ରେ ପଡ଼ିଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ସମୀରଙ୍କ ଭବାନୀପାଟଣା ମହାବୀରପଡାସ୍ଥିତ ତିନି ମହଲା ଘର, ଇରିଗସେନ୍ କଲୋନୀସ୍ଥିତ ଦୁଇ ମହଲା, ମାରୱାଡିପଡା ସ୍ଥିତ ସଂପର୍କିୟଙ୍କ ଘର ଓ ମ୍ୟୁନିସିପାଲିଟି ଅଫିସ୍ ଚାମ୍ବରରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ ।

ଇଟିଭି ଭାରତ, କଳାହାଣ୍ଡି

Last Updated : Dec 28, 2022, 9:52 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.