ETV Bharat / state

ଗାଁକୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ, ଏବେବି ବନ୍ଧକ ୫ ଶ୍ରମିକ - ପୁଣି କଳାହାଣ୍ଡିରେ ଦାଦନ ଦୁଃଖ

ଉପାନ୍ତ ଅଞ୍ଚଳରେ ଫେଲ ମାରୁଛି ସରକାରଙ୍କ ଶହେ ଦିନଆ କର୍ମ ନିଯୁକ୍ତି ଯୋଜନା । କଳାହାଣ୍ଡି ଜିଲ୍ଲାକୁ ଘେରିଛି ଦାଦନ ସମସ୍ୟା । କିଏ ବିକଳାଙ୍ଗ ହୋଇ ଫେରୁଛି ତ ଆଉ କାହାର ମୃତଦେହ ଫେରୁଛି । ଅଧିକ ପଢ଼ନ୍ତୁ

ପୁଣି କଳାହାଣ୍ଡିରେ ଦାଦନ ଦୁଃଖ
ପୁଣି କଳାହାଣ୍ଡିରେ ଦାଦନ ଦୁଃଖ
author img

By

Published : Feb 12, 2023, 8:32 PM IST

ପୁଣି କଳାହାଣ୍ଡିରେ ଦାଦନ ଦୁଃଖ

ଭବାନୀପାଟଣା: ପୁଣି କଳାହାଣ୍ଡିରେ ଦାଦନ ଦୁଃଖ । ଦାଦନ ଖଟିବାକୁ ଯାଇଥବା ବ୍ଯକ୍ତିଙ୍କ ଫେରିଲା ମୃତଦେହ । ଫେଲ୍‌ ମାରୁଛି ସରକାରଙ୍କ କର୍ମ ନିଯୁକ୍ତି ଯୋଜନା । ଉପାନ୍ତ ଅଞ୍ଚଳରେ ସରକାରଙ୍କ ଶହେ ଦିନିଆ କର୍ମ ନିଯୁକ୍ତି ଯୋଜନା ଗରିବଙ୍କ ପାଇଁ ଉପହାସ ପାଲଟିଛି । କଳାହାଣ୍ଡି ଜିଲ୍ଲାରେ ଦାଦନ ସମସ୍ୟା ମୁଖ୍ୟ ସମସ୍ୟା ଭାବେ ଉଭା ହେବାରେ ଲାଗିଛି । ରବିବାର କଳାହାଣ୍ଡି ଜିଲ୍ଲାର କୋକସର ବ୍ଲକ ଅନ୍ତର୍ଗତ କଲୋନିପଡାରେ କୃତିକ ମାଝୀଙ୍କ ମୃତଦେହ ଫେରିଛି ସେ ଆନ୍ଧ୍ର ପ୍ରଦେଶର ଏକ ଇଟାଭାଟିରେ କାମ କରିବାକୁ ଯାଇଥିଲେ।

ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ନିଜ ଘର ପରିବାର ଛାଡି ଦାଦନ ଖଟିବାକୁ ଯାଉଛନ୍ତି ଗରିବ ଲୋକ । ହେଲେ ହେଲେ ଏମାନଙ୍କୁ ବେଳେ ବେଳେ ଦଇବ ସାହା ହେଉନଥିବା ମନେ ହେଉଛି । ସରକାର ଗରିବ ଶ୍ରେଣୀର ଲୋକମାନଙ୍କୁ ଶହେ ଦିନର କାମ ଯୋଗାଇ ଦେଉଥିବା ଡିଣ୍ଡିମ ପିଟୁ ଥିବା ବେଳେ କଳାହାଣ୍ଡିରେ ତାହାର ଓଲଟା ଚିତ୍ର ଦେଖିବାକୁ ମିଳୁଛି । ପୁଣି ଥରେ ସେହି ଦାଦନ ଦୁଃଖ ଦେଖିବାକି ମିଳିଛି କଳାହାଣ୍ଡି ଜିଲ୍ଲାର କୋକସର ବ୍ଲକ ଅନ୍ତର୍ଗତ କଲୋନିପଡାରେ । କଲୋନିପଡା ନିବାସୀ କୃତିକ ମାଝୀ ଗତ ବର୍ଷ ଅକ୍ଟୋବର ମାସରେ ନିଜର ସ୍ତ୍ରୀ ଓ ଦୁଇ ପିଲାଙ୍କ ସହ ସୁଦୂର ବିଜୟୱାଡା ନିକଟରେ ଥିବା ମଲ୍ଲାବରମ ର ଏକ ଇଟାଭାଟି ରେ ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ । ଦାଦନ ସର୍ଦ୍ଦାରର ପ୍ରଲୋଭନରେ ପଡି ଆଶା ଥିଲା ସ୍ୱାମୀସ୍ତ୍ରୀ ସେଠାରେ କାମ କରି ଦୁଇ ପିଲାଙ୍କୁ ଭଲ ପାଠା ପଢ଼ାଇ ସମାଜରେ ପ୍ରତିଷ୍ଠିତ କରାଇବେ ।

ହେଲେ ସେହି ସ୍ୱପ୍ନ ଏବେ ଦୁଃଖ ଆଣି ଦେଇଛି । ଇଟାଭାଟିରେ ଉଭୟ ସ୍ୱାମୀ ସ୍ତ୍ରୀ କାମ କରିବା ସମୟରେ କୃତିକ ମାଝୀ ପଡି ଯାଇଥିଲେ ଫଳରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ସାଥି ଶ୍ରମିକ ତାଙ୍କୁ ସ୍ଥାନୀୟ ମେଡିକାଲ ରେ ଭର୍ତ୍ତି କରିଥିବା ବେଳେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ସ୍ତ୍ରୀର ଆକୁଳ ନିନେଦନ ପରେ ଇଟାଭାଟି ମାଲିକ ଏକ ଆମ୍ବୁଲାନ୍ସ ଯୋଗ ଆଜି ଗାଁକୁ ମୃତଦେହ ପଠାଇଦେଇଥିବା ବେଳେ ସେହି ଗାଁର ଅନ୍ୟ ୫ ଜଣଙ୍କୁ ସମ୍ପୃକ୍ତ ଇଟାଭାଟି ମାଲିକ ବନ୍ଧକ ରଖିଥିବା ଜଣାପଡିଛି । ଗାଁରେ ମୃତଦେହ ପହଞ୍ଚିବା ପରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.