ETV Bharat / state

Panchayat Election: ବିଜେପି-ବିଜେଡି ମଧ୍ୟରେ ବାକ୍‌ଯୁଦ୍ଧ ଆରମ୍ଭ

author img

By

Published : Jan 28, 2022, 5:23 PM IST

Updated : Jan 28, 2022, 6:53 PM IST

ଝାରସୁଗୁଡ଼ାରେ ପଞ୍ଚାୟତ ନିର୍ବାଚନକୁ ନେଇ ବିଜେପି ଓ ବିଜେଡ଼ି ମଧ୍ୟରେ ଆରମ୍ଭ ହୋଇଛି ବାକ୍‌ଯୁଦ୍ଧ । ବିଜେଡ଼ିର ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗ ପରେ ସାମ୍ବାଦିକ ସମ୍ମିଳନୀ କରି ଏହାର ଜବାବ ରଖିଛି ବିଜେପି । ଅଧିକ ପଢନ୍ତୁ

Panchayat Election: ବିଜେପି-ବିଜେଡ଼ି ମଧ୍ୟରେ ବାକ୍‌ଯୁଦ୍ଧ ଆରମ୍ଭ

ଝାରସୁଗୁଡ଼ା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କୁ ନେଇ ବିଜେପି ଏବଂ ବିଜେଡି ମଧ୍ୟରେ ଆରମ୍ଭ ହୋଇଯାଇଛି ବାକ୍ ଯୁଦ୍ଧ । ଗଡ଼ ହାତେଇବା ପାଇଁ ଉଭୟଙ୍କ ମଧ୍ୟରେ ଟଣାଓଟରା ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି । ଉଭୟଙ୍କ ଟାର୍ଗେଟରେ ରହିଛି ୯ଟି ଜିଲ୍ଲା ପରିଷଦ ଆସନ । ଶାସକ ଦଳ ବିଜେପି ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗ ଆଣିବା ପରେ ସାମ୍ବାଦିକ ସମ୍ମିଳନୀ କରି ଏହାର ଜବାବ ରଖିଛନ୍ତି ବିଜେପି ନେତା ଟଙ୍କଧର ତ୍ରିପାଠୀ ।

ବିଜେପି ଅତାବିରା ଏବଂ ଭେଡେନର ସମୁଦାୟ ୬ଟି ଜୋନ ସମେତ ଝାରସୁଗୁଡ଼ାରେ ମଧ୍ୟ କେତେକ ସ୍ଥାନରେ ତାର ପ୍ରଚାର କରିବା ସମୟରେ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ବିଜେଡ଼ି ଅଭିଯୋଗ ଆଣିଥିଲା । ତେବେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଏହାର ଜବାବ ରଖିଛନ୍ତି ବିଜେପି ନେତା ଟଙ୍କଧର ତ୍ରିପାଠୀ । ସେ ସିଧାସଳଖ ଝାରସୁଗୁଡ଼ା ବିଧାୟକ ତଥା ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଏବଂ ସାଂସଦ ସୁବାସ ସିଂଙ୍କୁ ଟାର୍ଗେଟ କରିଛନ୍ତି ।

ସେ ବିଜେଡି଼ ଦଳର ମୁଦ୍ଦାକୁ ସମାଲୋଚନା କରିଛନ୍ତି । ବିଗତ ଦିନରେ ରାଜ୍ୟ ସରକାର ଝାରସୁଗୁଡ଼ା ଜିଲ୍ଲାରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ନାମରେ ଲୋକଙ୍କୁ ଭୁଆଁ ବୁଲାଉଥିବା କହିଛନ୍ତି ତ୍ରିପାଠୀ । ତେବେ ଏହି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜିଲ୍ଲାର ଭୋଟର ନିଶ୍ଚିତ ଭାବେ ଏହାର ଜବାବ ଦେବେ ବୋଲି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଜିଲ୍ଲା ବିଜେପି ପକ୍ଷରୁ ଦୃଢୋକ୍ତି ପ୍ରକାଶ କରାଯାଇଛି ।

ଏହା ବି ପଢନ୍ତୁ: BJD PRESSMEET: ଝାରସୁଗୁଡ଼ାରେ ଆସନ ହାତେଇବା ପାଇଁ ଷ୍ଟ୍ରାଟେଜି ପ୍ରସ୍ତୁତ

ଅନ୍ୟପଟେ ପୂର୍ବରୁ ଚଳିତ ପଞ୍ଚାୟତ ନିର୍ବାଚନରେ ବିଜେଡି଼ ନୂଆ ଇତିହାସ ରଚନା କରିବା ଦିଗରେ ଲକ୍ଷ୍ୟ ରଖିଛି । କିପରି ୯ଟି ଜିଲ୍ଲା ପରିଷଦ ଆସନ ହାତେଇବ ଏହା ଉପରେ ଲକ୍ଷ୍ୟ ରଖିଛି ବିଜେଡ଼ି । ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ଆଧାର କରି ସମସ୍ତ କୋଭିଡ଼ ନିୟମ ପାଳନ କରିବା ସହିତ ଲୋକଙ୍କ ପାଖକୁ ଯାଇ ଭୋଟ ମାଗିବା ଏହି ସମସ୍ତ ମୁଦ୍ଦାକୁ ପାଥେୟ କରି ନିର୍ବାଚନ ମୈଦାନକୁ ଓହ୍ଲାଇବ ଶାସକ ଦଳ ।

ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ

Last Updated : Jan 28, 2022, 6:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.