ETV Bharat / state

ଓପିଜିସିରେ କୋଇଲା ସଙ୍କଟ, ଉଚ୍ଚସ୍ତରୀୟ ତଦନ୍ତ ଦାବି କଲେ ସାଂସଦ ଓ ବିଧାୟକ

author img

By

Published : Oct 18, 2019, 7:18 PM IST

କୋଇଲା ସଙ୍କଟ କାରଣୁ ନିଜର ଗୋଟିଏ ୟୁନିଟ୍ ବନ୍ଦ କରିଛି ଓପିଜିସି । ଯାହାକୁ ନେଇ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ସାଂସଦ ଓ ବିଧାୟକ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ଝାରସୁଗୁଡା: ଓପିଜିସିରେ କୋଇଲା ସଙ୍କଟ । ଏହାର ପ୍ରଭାବରେ ଗତ 13 ତାରିଖ ମଧ୍ୟରାତ୍ରିରୁ 210 ମେଗାୱାଟର ଗୋଟିଏ ୟୁନିଟ୍ ବନ୍ଦ କରିଛି ଓପିଜିସି । ଯାହାକୁ ନେଇ ଉଠିଛି ଅନେକ ପ୍ରଶ୍ନ । ଉଭୟ ଏମସିଏଲ ଏବଂ ଓପିଜିସି ଘଟଣାକୁ ନେଇ ପରସ୍ପର ଉପରେ ଦୋଷ ଲଦୁଥିବାବେଳେ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ସାଂସଦ ଓ ବିଧାୟକ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ଚଳିତବର୍ଷ ମାର୍ଚ୍ଚ 1ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓପିଜିସିର 3ୟ ଓ 4ର୍ଥ ୟୁନିଟ ସହ ସୁନ୍ଦରଗଡ ଜିଲ୍ଲା ସ୍ଥିତ ମନୋହରପୁର କୋଲ ବ୍ଲକ୍‌କୁ ଉଦଘାଟନ କରିଥିଲେ । ଓପିଜିସି ଓ ଆମେରିକାନ କମ୍ପାନୀ ଏଇଏସ (AES)ର ମିଳିତ ସହଯୋଗରେ ଆରମ୍ଭ ହୋଇଥିଲା ପ୍ଲାଣ୍ଟ ସମ୍ପ୍ରସାରଣର କାମ ।

ଏଥିପାଇଁ ରାଜ୍ୟ ସରକାର 12 ହଜାର କୋଟି ଟଙ୍କା ଖର୍ଚ୍ଚ ମଧ୍ୟ କରିଥିଲେ । ଯେଉଁଠି ଏହି ଦୁଇ ୟୁନିଟ୍‌ରୁ 660 ଲେଖାଏଁ 1320 ମେଗାୱାଟ ବିଜୁଳି ଉତ୍ପାଦନ ହେବା ସହ ରାଜ୍ୟର ବିଜୁଳି ଚାହିଦା ପୂରଣ ହୋଇପାରିବ ବୋଲି ଆଶା କରାଯାଉଥିଲା । ସେଠାରେ ଉଦଘାଟନର 6 ମାସ ପରେ ଏହା ପୂର୍ଣ୍ଣମାତ୍ରାରେ କାର୍ଯ୍ୟକ୍ଷମ ହୋଇପାରିନାହିଁ । ଯାହାକୁ ନେଇ ଉଦବେଗ ପ୍ରକାଶ ପାଇଥିଲା ।

ଅପରପକ୍ଷେ କୋଇଲା ସଙ୍କଟ ଆଳ ଦେଖାଇ ଓପିଜିସି କର୍ତ୍ତୃପକ୍ଷ ନିଜ ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ ଚେଷ୍ଟା କରୁଥିବା ବେଳେ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ସ୍ଥାନୀୟ ବରଗଡ଼ ସାଂସଦ ସୁରେଶ ପୂଜାରୀ ସହ ବ୍ରଜରାଜନଗର ବିଧାୟକ କିଶୋର କୁମାର ମହାନ୍ତି ।

ସେହିପରି ଝାରସୁଗୁଡା ଜିଲ୍ଲା ବନହରପାଲି ଠାରେ ଥିବା ଓପିଜିସିର 4ଟି ୟୁନିଟରୁ 1740 ମେଗାୱାଟ ବିଜୁଳି ଶକ୍ତି ଉତ୍ପାଦନ କ୍ଷମତା ଥିଲା । କୋଇଲା ସଙ୍କଟ ପାଇଁ ଓପିଜିସି କର୍ତ୍ତୃପକ୍ଷ ଗତ 13 ତାରିଖ ବେଳେ 2 ନମ୍ବର ୟୁନିଟକୁ ବନ୍ଦ କରିଥିଲେ । ଓପିଜିସିର ପ୍ରଥମ ଓ ଦ୍ବିତୀୟ ୟୁନିଟରୁ 420 ମେଗାୱାଟ ବିଜୁଳି ଶକ୍ତି ଉତ୍ପାଦନ କ୍ଷମତା ଥିବା ବେଳେ ଦୈନିକ 8 ହଜାର ମେଟ୍ରିକ୍ ଟନ କୋଇଲାର ଆବଶ୍ୟକ । ସେହିଭଳି 3ୟ ଓ 4ର୍ଥ ୟୁନିଟରୁ 1320 ମେଗାୱାଟ ବିଜୁଳି ଶକ୍ତି ଉତ୍ପାଦନ ପାଇଁ ଦୈନିକ 16 ହଜାର ମେଟ୍ରିକ୍ ଟନ କୋଇଲା ଆବଶ୍ୟକ ହୋଇଥାଏ । ଏହିପରି ଦୈନିକ 24 ହଜାର ମେଟ୍ରିକ୍ ଟନ କୋଇଲାର ଆବଶ୍ୟକତା ରହିଥିବା ବେଳେ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ପରେ ଏମସିଏଲକୁ ଆବଶ୍ୟକ ମୁତାବକ କୋଇଲା ଯୋଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଝାରସୁଗୁଡା ଜିଲ୍ଲାପାଳ ।

ସେପଟେ କୋଇଲା ଯୋଗାଣକୁ ନେଇ ପ୍ରତିକ୍ରିୟା ରଖିଛି ଏମସିଏଲ । କୋଇଲା ଖଣି ସମ୍ପ୍ରସାରଣରେ ସମସ୍ୟା ଦେଖାଦେଉଥିବାରୁ କୋଇଲା ଉତ୍ପାଦନ ପ୍ରଭାବିତ ହେଉଛି । ଓପିଜିସିର ପ୍ରଥମ ଓ ଦ୍ଵିତୀୟ ୟୁନିଟକୁ ଦୈନିକ ୮ ହଜାର ମେଟ୍ରିକ ଟନ ଦେବା ପାଇଁ ଚୁକ୍ତି କରିଥିବା ବେଳେ କୋଇଲା ସଙ୍କଟ ଦୂର ପାଇଁ ଲଖନପୁର ଖୋଲାମୁହଁ କୋଇଲା ଖଣି ବଦଳରେ ଏମସିଏଲର ଅନ୍ୟ ଖଣିରୁ କୋଇଲା ନେବା ପାଇଁ ଓପିଜିସିକୁ କୁହାଯାଇଥିବା କହିଛନ୍ତି ଏମସିଏଲ ସିଏମଡି ବି ଏନ୍‌ ଶୁକ୍ଳା ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Intro:Body:

sdsd

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.