ETV Bharat / state

ଗଞ୍ଜାମ ପରେ ଝାରସୁଗୁଡାରେ ଏନକାଉଣ୍ଟର: ଜାଜୁ ଗୋଡରେ ବାଜିଛି ଗୁଳି

ଝାରସୁଗୁଡାର ଦୁର୍ଦ୍ଦାନ୍ତ ଅପରାଧୀ ସୋନୁ ଘୋଷର ଘନିଷ୍ଠ ସହଯୋଗୀ ବିନୋଦ ପ୍ରସାଦ ଓରଫ ଜାଜୁକୁ ଏନକାଉଣ୍ଟର। ତାହାର ଡାହାଣ ଗୋଡ଼ରେ ଗୁଳି ବାଜିଛି । ଜାଜୁ ନାଁରେ ପ୍ରାୟ 20ରୁ ଅଧିକ ମାମଲା ରହିଥିବାବେଳେ ତା’ ପାଖରୁ ଗୋଟିଏ ବନ୍ଧୁକ ଓ ବାଇକ ଜବତ ହୋଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା
author img

By

Published : Sep 14, 2019, 11:42 AM IST

Updated : Sep 14, 2019, 12:10 PM IST

ଝାରସୁଗୁଡା: ଆକ୍ସନମୋଡରେ ଝାରସୁଗୁଡା ପୋଲିସ । ଏନକାଉଣ୍ଟରରେ ଆହତ ହୋଇଛି ଦୁର୍ଦ୍ଦାନ୍ତ ଅପରାଧୀ ସୋନୁ ଘୋଷର ଘନିଷ୍ଠ ସହଯୋଗୀ ବିନୋଦ ପ୍ରସାଦ ଓରଫ ଜାଜୁ । ଡାହାଣ ଗୋଡ଼ରେ ବାଜିଛି ଗୁଳି । ଜାଜୁ ନାଁରେ ପ୍ରାୟ 20ରୁ ଅଧିକ ମାମଲା ରହିଥିବାବେଳେ ତା’ ପାଖରୁ ଗୋଟିଏ ବନ୍ଧୁକ ଓ ବାଇକ ଜବତ ହୋଇଛି।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ଶୁକ୍ରବାର ରାତିରେ ଜାଜୁ ବାଇକରେ ବୁଲୁଥିବାବେଳେ ହଠାତ ପୋଲିସକୁ ଦେଖି ଗୁଳି ଚାଳନା କରିଥିଲା । ତାକୁ ଜବାବ ଦେବାକୁ ଯାଇ ଏନକାଉଣ୍ଟର କରିଥିଲା ପୋଲିସ। ଦୁଇ ରାଉଣ୍ଡ ଗୁଳି ଚଳାଇ ଫେରାର ହେବାକୁ ଉଦ୍ୟମ କରିବା ସମୟରେ ପୋଲିସ ଗୁଳିରେ ଆହତ ହୋଇଥିଲା ଜାଜୁ । ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଜାଜୁ ନାଁରେ ହତ୍ୟା ଉଦ୍ୟମ,ଦାଦାବଟି ଆଦାୟ,ଡକାୟତି, ରାହାଜାନୀ ଭଳି ପ୍ରାୟ 20ରୁ ଅଧିକ ମାମଲା ରହିଛି। ଗତ ଜୁଲାଇରେ ବ୍ରଜରାଜନଗର ବସ ଷ୍ଟାଣ୍ଡରେ ଅମିତ ଧଳ ହତ୍ୟାକାଣ୍ଡ ଘଟଣା ଘଟିବା ପରେ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ସୋନୁ ଘୋଷକୁ ଗିରଫ କରିଥିଲା ପୋଲିସ। ପ୍ରାୟ ମାସେ ପରେ ତାକୁ କୋଲକାତାରୁ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ବର୍ତ୍ତମାନ ସେ ଏବେ ଜେଲରେ। ଜିଲ୍ଲାକୁ ଅପରାଧ ମୁକ୍ତ କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛି ଝାରସୁଗୁଡା ପୋଲିସ ।

ଝାରସୁଗୁଡାରୁ ରବିନାରାୟଣ ସାହୁ, ଇଟିଭି ଭାରତ

Intro:ଜିଲ୍ଲାକୁ ଅପରାଧୀ ମୁକ୍ତ କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ଚାଲିଛି ଜିଲ୍ଲା ପୋଲିସ। ଗତ ରାତିରେ ବାଇକରେ ବୁଲୁଥିବା ବେଳେ ପୋଲିସକୁ ଦେଖି ପୋଲିସ ଉପରକୁ ହଠାତ ଗୁଳି ଚାଳନା କରିବାରୁ ଏନକାଉଣ୍ଟର କରିଥିଲା ପୋଲିସ।ବ୍ରଜରାଜନଗର କୋଇଲା ଖଣି ଅଞ୍ଚଳରେ ଅପରାଧିକ କାରବାର ଚଳାଇଥିବା ଦୁର୍ଦ୍ଦାନ୍ତ ଅପରାଧି ସୋନୁ ଘୋଷ ର ଘନିଷ୍ଠ ସହଯୋଗୀ ବିନୋଦ ପ୍ରାସାଦ ଓରଫ ଜାଜୁ ର ଡାହାଣ ଗୋଡ଼ରେ ବାଜିଲା ଗୁଳି। ଜାଜୁ ପୋଲିସ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇ ଫେରାର ହେବାକୁ ଉଦ୍ୟମ କରିବା ସମୟରେ ପୋଲିସ୍ ର ଗୁଳିରେ ଆହତ ହୋଇଥିଲା ଜାଜୁ। ଜାଜୁକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ଜାଜୁ ନାଁ ରେ ହତ୍ୟା ଉଦ୍ୟମ,ଦାଦାବଟି ଆଦାୟ,ଡକାୟତି, ରାହାଯାନୀ ଭଳି ପ୍ରାୟ 20ରୁ ଅଧିକ ମାମଲା ରହିଥିବା ପୋଲିସ ସୂଚନା ଦେଇଛି।ଗତ ଜୁଲାଇ ମାସରେ ବ୍ରଜରାଜନଗର ବସ ଷ୍ଟାଣ୍ଡ ରେ ଅମିତ ଧଳା ହତ୍ୟାକାଣ୍ଡ ଘଟଣା ଘଟିବା ପରେ ହତ୍ୟାକାଣ୍ଡ ର ମାଷ୍ଟରମାଇଣ୍ଡ ସୋନୁଘୋଷ କୁ ପୋଲିସ ପ୍ରାୟ ମାସେ ପରେ କୋଲକାତା ରୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ବର୍ତ୍ତମାନ ଜେଲରେ ।ପୋଲିସ ଜାଜୁ ଠାରୁ ଗୋଟିଏ ବଂଧୁକ ଓ ବାଇକ ଜବତ କରିଛି।

byte:- ଅଶ୍ୱିନୀ ମହାନ୍ତି , ଏସପି , ଝାରସୁଗୁଡାBody:।।।Conclusion:
Last Updated : Sep 14, 2019, 12:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.