ETV Bharat / state

ଝାରସୁଗୁଡା ଜିଲ୍ଲା କୋର୍ଟ ୭ ଦିନ ପାଇଁ ସିଲ୍‍ - Jharsuguda District Court sealed

କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଝାରସୁଗୁଡା ଜିଲ୍ଲା ପ୍ରଶାସନ ପକ୍ଷରୁ କୋର୍ଟ କମ୍ପ୍ଲେକ୍ସକୁ ସିଲ୍‍ କରାଯାଇଛି । ଅଧିକ ପଢନ୍ତୁ...

ଝାରସୁଗୁଡା ଜିଲ୍ଲା କୋର୍ଟ ୭ ଦିନ ପାଇଁ ସିଲ୍‍
ଝାରସୁଗୁଡା ଜିଲ୍ଲା କୋର୍ଟ ୭ ଦିନ ପାଇଁ ସିଲ୍‍
author img

By

Published : Apr 29, 2021, 3:51 PM IST

ଝାରସୁଗୁଡା : କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଝାରସୁଗୁଡା ଜିଲ୍ଲା ପ୍ରଶାସନ ପକ୍ଷରୁ କୋର୍ଟ କମ୍ପ୍ଲେକ୍ସକୁ ସିଲ୍‍ କରାଯାଇଛି । କୋର୍ଟକୁ ଅଗାମୀ ସାତଦିନ ପାଇଁ ସିଲ୍‍ କରାଯାଇଛି ବୋଲି ଝାରସୁଗୁଡା ଜିଲ୍ଲା ଓକିଲ ସଂଘ ସଭାପତି ତ୍ରିନାଥ ଗୁଆଲ ସୂଚନା ଦେଇଛନ୍ତି । ଗତ ୨୬ ତାରିଖରୁ ମେ ୨ ତାରିଖ ପର୍ଯ୍ୟନ୍ତ ଝାରସୁଗୁଡା କୋର୍ଟର ବିଚାର ବିଭାଗୀୟ ପରିସର ବନ୍ଦ ରଖାଯାଇଛି । ଝାରସୁଗୁଡ଼ା କୋର୍ଟ ପରିସରରେ ଅନେକ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଜିଲ୍ଲା ଦୌରାଜଜ୍ ଜାରି କରିଥିବା ନିର୍ଦ୍ଦେଶନାମା ୧୮୮ ଅନୁସାରେ କୋର୍ଟ ପରିସରକୁ ଏକ ସପ୍ତାହ ପାଇଁ ବନ୍ଦ କରାଯାଇଛି ।

ଝାରସୁଗୁଡା ଜିଲ୍ଲା କୋର୍ଟ ୭ ଦିନ ପାଇଁ ସିଲ୍‍
ଝାରସୁଗୁଡା ଜିଲ୍ଲା କୋର୍ଟ ୭ ଦିନ ପାଇଁ ସିଲ୍‍

ଅନ୍ୟପଟେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଝାରସୁଗୁଡ଼ା କୋର୍ଟକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଅଞ୍ଚଳକୁ କ୍ଷୁଦ୍ର ଆବଦ୍ଧାଞ୍ଚଳ ଘୋଷଣା କରାଯାଇଛି । ଉକ୍ତ ଅଞ୍ଚଳରେ ବାସ କରୁଥିବା ଜନସାଧାରଣ ବାହାରକୁ ଆସିବା ଅଥବା ବାହାରୁ କେହି ସେଠାକୁ ଯିବା ଉପରେ କଟକଣା ଜାରି କରାଯାଇଛି । ଫଳରେ ଆସନ୍ତା ଏକ ସପ୍ତାହ ପାଇଁ ସମସ୍ତ କୋର୍ଟକୁ ଏକ ସପ୍ତାହ ପାଇଁ ବନ୍ଦ କରାଯିବାକୁ ଜିଲ୍ଲା ଜଜ୍ ନିର୍ଦ୍ଦେଶ ଦେଇଛନ୍ତି । ଜରୁରୀ ଶୁଣାଣୀ ଗୁଡ଼ିକ ଭର୍ଚୁଆଲ ତଥା ଅନଲାଇନ ମାଧ୍ୟମରେ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗତ ସାତ ଦିନରେ ଝାରସୁଗୁଡା ଜିଲ୍ଲାରୁ ପ୍ରତିଦିନ ସର୍ବାଧିକ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହେଉଥିବାରୁ ତାହା କର୍ତ୍ତୃପକ୍ଷଙ୍କ ଚିନ୍ତା ବଢାଇ ଦେଇଛି । ସେଥିପାଇଁ ଝାରସୁଗୁଡା ଜିଲ୍ଲାରେ କୋଭିଡ କଟକଣାକୁ କଡାକଡି ଭାବେ ପାଳନ କରିବା ଉପରେ ଉଭୟ ପ୍ରଶାସନ ଏବଂ ପୋଲିସ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି ।

ଝାରସୁଗୁଡା ଜିଲ୍ଲା କୋର୍ଟ ୭ ଦିନ ପାଇଁ ସିଲ୍‍
ଝାରସୁଗୁଡା ଜିଲ୍ଲା କୋର୍ଟ ୭ ଦିନ ପାଇଁ ସିଲ୍‍

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.