ଝାରସୁଗୁଡା: ଝାରସୁଗୁଡା ବେହେରାମାଲ ମୁଢ଼ି଼ ମିଲ ଗଳିରେ 16 ତାରିଖ ସକାଳେ ବିପିନ ସା ନାମକ ଯୁବକଙ୍କ ରକ୍ତାକ୍ତ ମୃତଦେହ ପଡିଥିବା ଦେଖାଯାଇଥିଲା। ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ସେଦିନ ବାଗଡ଼ିହି ଯାଇ ମୋବାଇଲ ବିକ୍ରି ଅଢେଇ ଲକ୍ଷ ଟଙ୍କା ଆଦାୟ କରି ଏକା ସଙ୍ଗେ ଫେରୁଥିଲେ ବିପିନ ସା ଏବଂ ଦିଲିପ ସା । ପୂର୍ବରୁ ଋଣରେ ବୁଡି ଥିବା ଦିଲୀପ ସା ନାମକ ଯୁବକ ଟଙ୍କା ଲୁଟ କରିବା ପାଇଁ ସୁପରିକଳ୍ପିତ ଯୋଜନା କରିଥିଲା । ଗୋଟେ ଜାଗାରେ ଗାଡି ଠିଆ କରି ବିପିନ ପରିସ୍ରା ଯିବା ବେଳେ ଦିଲିପ ତାଙ୍କ ଗଳାକାଟି ଏକ ଲକ୍ଷ 5 ଶହ ଟଙ୍କା ଧରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।
ଦିଲୀପକୁ ରାଉଲକେଲାରୁ ପୋଲିସ ଗିରଫ କରି ସମସ୍ତ ଲୁଟ ଟଙ୍କା ଓ ଖଣ୍ଡା ଜବତ କରିଥିବା ଏସପି ବିକାଶ ଚନ୍ଦ୍ର ଦାଶ ଆଜି ସାମ୍ବାଦିକ ସମିଳନୀରେ ସୂଚନା ଦେଇଛନ୍ତି। ଅଭିଯୁକ୍ତ ଦିଲୀପ ଦୁଇ ବର୍ଷ ପୂର୍ବେ ବିବାହ କରିଥିଲେ ଓ ସେ ଧାର କରଜରେ ବୁଡି ରହିଥିବାରୁ ଦିଲୀପର ସ୍ତ୍ରୀ ତାକୁ ଛାଡି ପଳାଇଛି । ଦିଲୀପ ଉଚ୍ଚଶିଖିତ ଓ ବି-ଟେକ୍ ପାଠ ପଢ଼ିଛି । କେବଳ ଧାର କରଜ ଯୋଗୁଁ ଏପରି ହତ୍ୟା ଷଡଯନ୍ତ୍ର କରିଥିବା ସ୍ୱୀକାର କରିଥିବା ଏସପି ସୂଚନା ଦେଇଛନ୍ତି।
ଝାରସୁଗୁଡାରୁ ରବିନାରାୟଣ ସାହୁ, ଇଟିଭି ଭାରତ