ETV Bharat / state

ଝାରସୁଗୁଡାରେ ସର୍ବାଧିକ 176.8 ମିଲିମିଟର ବର୍ଷା ରେକର୍ଡ - jharsuguda rain update

ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗିରହିଥିବା ବେଳେ ଗତ 24 ଘଣ୍ଟାରେ ଝାରସୁଗୁଡ଼ା ଜିଲ୍ଲାରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ଝାରସୁଗୁଡ଼ା ଜିଲ୍ଲାରେ ସର୍ବାଧିକ 176.8 ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ସର୍ବାଧିକ 176.8 ମିଲିମିଟର ବର୍ଷା ରେକର୍ଡ
ସର୍ବାଧିକ 176.8 ମିଲିମିଟର ବର୍ଷା ରେକର୍ଡ
author img

By

Published : Aug 27, 2020, 4:26 PM IST

ଝାରସୁଗୁଡ଼ା: ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗିରହିଥିବା ବେଳେ ଗତ 24 ଘଣ୍ଟାରେ ଝାରସୁଗୁଡ଼ା ଜିଲ୍ଲାରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ଝାରସୁଗୁଡ଼ା ଜିଲ୍ଲାରେ ସର୍ବାଧିକ 176.8 ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଗତ ଦୁଇଦିନ ଧରି ଲଗାଣ ବର୍ଷା ହେଉଛି । ରାଜ୍ୟରେ ଜାରି ରହିଥିବା ଲଘୁଚାପଜନିତ ଲଗାଣ ବର୍ଷାରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବେହାଲ ପରିସ୍ଥିତି ଉପୁଜିଛି ।

ସର୍ବାଧିକ 176.8 ମିଲିମିଟର ବର୍ଷା ରେକର୍ଡ
ସର୍ବାଧିକ 176.8 ମିଲିମିଟର ବର୍ଷା ରେକର୍ଡ

ଝାରସୁଗୁଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ଜିଲ୍ଲାର ଇବ ଓ ଭେଡେନ ନଦୀରେ ପ୍ରବାହିତ ହେବାରେ ଲାଗିଛି ବନ୍ୟା ଜଳ । ବିଭିନ୍ନ ସ୍ଥାନରେ ବନ୍ୟା ଜଳ ପାଇଁ ଯୋଗାଯୋଗ ମଧ୍ୟ ବିଚ୍ଛିନ୍ନ ହୋଇଛି । ଲଗାଣ ବର୍ଷା ଜିଲ୍ଲାରେ ଲାଗି ରହିଥିବା ବେଳେ ଗୁରୁବାର ଝାରସୁଗୁଡ଼ା ବ୍ଲକରେ 167.5 ମି.ମି, କୋଲାବିରା 199.3 ମି.ମି, ଲଇକେରା ସର୍ବାଧିକ 214.8 ମି.ମି, କିର୍ମିରା 207.8 ମି.ମି ଓ ଲଖନପୁର 94.6 ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ଜିଲ୍ଲା ଜରୁରୀକାଲୀନ ଅଧିକାରୀ ଅଶ୍ୱିନୀ କୁମାର ପଣ୍ଡା ସୂଚନା ଦେଇଛନ୍ତି ।

ସର୍ବାଧିକ 176.8 ମିଲିମିଟର ବର୍ଷା ରେକର୍ଡ
ସର୍ବାଧିକ 176.8 ମିଲିମିଟର ବର୍ଷା ରେକର୍ଡ

ଏପରି ସ୍ଥିତିରେ ଜିଲ୍ଲାର ଅନେକ ସ୍ଥାନରେ ବର୍ଷାପାଣି ରାସ୍ତା ଉପରେ ପ୍ରବାହିତ ହେବା ସହିତ ଅନେକ କଚ୍ଚା ଘର ଭାଙ୍ଗିଥିବା ମଧ୍ୟ ଦେଖିବାକୁ ମିଳିଛି । ଏହାକୁ ନଜରରେ ରଖି ଜିଲ୍ଲାରେ ପାଣିପାଗ ବିଭାଗ ରେଡ଼ ଆଲର୍ଟ ଜାରି କରିଛି ଓ ଏହାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଥିବା ଜିଲାପାଳ ସରୋଜ କୁମାର ସାମଲ ସୂଚନା ଦେଇଛନ୍ତି ।

ସର୍ବାଧିକ 176.8 ମିଲିମିଟର ବର୍ଷା ରେକର୍ଡ
ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.