ETV Bharat / state

ଝାରସୁଗୁଡାରେ ବର୍ଷା ଅଭାବରୁ ବ୍ୟାପକ କ୍ଷୟକ୍ଷତି, ଚାଷଜମି ବୁଲି ଦେଖିଲେ ବିଜେପି ବିଧାୟକ - ଝାରସୁଗୁଡା ଗସ୍ତରେ ବିଜେପି

ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ବ୍ଲକରେ ବର୍ଷା ଅଭାବ ଯୋଗୁଁ ଚାଷ ଜମିରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଅଭିଯୋଗରେ ବିଜେପିର ଏକ ପ୍ରତିନିଧି ଦଳ ସମସ୍ତ ବ୍ଲକର ଚାଷ ଜମି ପରିଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ...

ବିଜେପି ପ୍ରତିନିଧିଙ୍କ ଚାଷଜମି ପରିଦର୍ଶନ
ବିଜେପି ପ୍ରତିନିଧିଙ୍କ ଚାଷଜମି ପରିଦର୍ଶନ
author img

By

Published : Aug 27, 2021, 7:18 PM IST

ଝାରସୁଗୁଡ଼ା: କୋଲାବିରା ବ୍ଲକ, ଲଇକେରା ବ୍ଲକ, କିର୍ମିରା ବ୍ଲକ ଓ ଲଖନପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ବର୍ଷା ଅଭାବ ଯୋଗୁଁ ଚାଷ ଜମିରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଅଭିଯୋଗରେ ବିଜେପିର ଏକ ପ୍ରତିନିଧି ଦଳ ସମସ୍ତ ବ୍ଲକର ଚାଷ ଜମି ପରିଦର୍ଶନ କରିଛନ୍ତି । ବିଜେପିର ଏହି ପ୍ରତିନିଧି ମାନେ ସ୍ଥାନୀୟ ଜନସାଧାରଣଙ୍କ ଚାଷରେ ହୋଇଥିବା ସମସ୍ୟା ସମ୍ପର୍କରେ ପଚାରି ବୁଝିଛନ୍ତି ।

ବିଜେପି ପ୍ରତିନିଧିଙ୍କ ଚାଷଜମି ପରିଦର୍ଶନ

ଏହି ପ୍ରତିନିଧି ଦଳରେ ରେଙ୍ଗାଲି ବିଧାୟକ ନାଉରୀ ନାୟକ, କୁଚିଣ୍ଡା ପୂର୍ବତନ ବିଧାୟକ ରବି ନାରାୟଣ ନାୟକ, ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ ଓ ବିଜେପି ଜିଲ୍ଲା କୃଷକ ସଭାପତି ଏହି ଚାଷ ଜମି ପରିଦର୍ଶନ କରି ଚାଷୀଙ୍କ ସହିତ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଜମି ଗୁଡ଼ିକ ମରୁଡି ଘୋଷଣା କରିବା ପାଇଁ ଏକ ରିପୋର୍ଟ ଜିଲ୍ଲା ପ୍ରଶାସନକୁ ଦିଆଯିବ ବୋଲି କହିଛନ୍ତି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.