ETV Bharat / state

ଦୀର୍ଘଦିନ ପରେ ଝାରସୁଗୁଡ଼ାରେ ଖୋଲିଲା ଆହାର କେନ୍ଦ୍ର - Jharsuguda town

ଆଜିଠୁ ଝାରସୁଗୁଡ଼ାରେ ଖୋଲିଲା ସମସ୍ତ ଆହାର କେନ୍ଦ୍ର । କୋଭିଡ ଗାଇଡଲାଇନକୁ ଦିଆଯିବ ଗୁରୁତ୍ବ । ପଢନ୍ତୁ ଅଧିକ....

ଦୀର୍ଘଦିନ ପରେ ଝାରସୁଗୁଡ଼ାରେ ଖୋଲିଲା ଆହାର କେନ୍ଦ୍ର

author img

By

Published : Nov 2, 2020, 3:49 PM IST

ଝାରସୁଗୁଡ଼ା: ଦୀର୍ଘଦିନ ବନ୍ଦ ରହିବା ପରେ ଝାରସୁଗୁଡ଼ାରେ ଆଜିଠୁ ଖୋଲିଲା ଆହାର କେନ୍ଦ୍ର। କରୋନା ପାଇଁ ଗତ ମାର୍ଚ୍ଚ ମାସରୁ ସମସ୍ତ ଆହାର କେନ୍ଦ୍ର ବନ୍ଦ ଥିଲା । ମୁଖ୍ୟ ଡାକ୍ତରଖାନାରେ ଗୋଟିଏ ଆହାର କେନ୍ଦ୍ର ଚାଲୁଥିବାବେଳେ ଝାରସୁଗୁଡ଼ା ପ୍ରମୁଖ ସ୍ଥାନ ବେଲପାହାଡ଼ ଓ ବ୍ରଜରାଜନଗରରେ ଥିବା ବାକି ୨ଟି ଆହାର କେନ୍ଦ୍ର ଆଜିଠାରୁ କାର୍ଯ୍ୟକ୍ଷମ ହୋଇଛି ।

ଦୀର୍ଘଦିନ ପରେ ଝାରସୁଗୁଡ଼ାରେ ଖୋଲିଲା ଆହାର କେନ୍ଦ୍ର

ଝାରସୁଗୁଡ଼ାରେ କରୋନା ସଂକ୍ରମଣର ଏବେ ଅପେକ୍ଷାକୃତ ଭାବେ ଯଥେଷ୍ଟ କମିଛି । ଆଗରୁ କମ୍ ଲୋକେ ଘରୁ ବାହାରୁ ଆସୁଥିଲେ, ତେଣୁ ବିନା ଆହାର କେନ୍ଦ୍ରରେ କାମ ଚଳି ଯାଉଥିଲା । ମାତ୍ର ଏବେ ଲକଡାଉନ ଉଠିବା ପରେ ପୁଣି ଜୀବନଯାତ୍ରା ସ୍ବାଭାବିକ ହୋଇଛି । ଫଳରେ ଆହାର କେନ୍ଦ୍ରର ଆବଶ୍ୟକତା ଥିବା ଯୋଗୁ ଏହାକୁ ପୁନଃ ଖୋଲାଯିବା ପାଇଁ ନିଷ୍ପତ୍ତି ନେଇଛି ଝାରସୁଗୁଡା ଜିଲ୍ଲା ପ୍ରଶାସନ । କିନ୍ତୁ ଆହାର କେନ୍ଦ୍ରରେ ଏଥର ଖାଦ୍ୟ ଖାଇବାବେଳେ ସାମାଜିକ ଦୂରତା ଓ କୋଭିଡ କଟକଣାକୁ ମଧ୍ୟ ଦୃଷ୍ଟି ଦେବ ଜିଲ୍ଲା ପ୍ରଶାସନ ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.