ଯାଜପୁର: ପାହାଡିଆ ଅଞ୍ଚଳର ଜଙ୍ଗଲ ଜମିରେ ପଥର ଲୁଟେରାଙ୍କ ରାଜ୍ । ଯାଜପୁର ଜିଲ୍ଲା ସୁକିନ୍ଦା ତହସିଲ ଅନ୍ତର୍ଗତ ଖରଡି ମୌଜାର ଜଙ୍ଗଲ କିସମ ଜମିରୁ ପଥର ମାଫିଆ ମାନେ ବେଆଇନ ଭାବେ ପାହାଡ ଖନନ କରି ଗ୍ରାନାଇଟ୍, ମାଙ୍କଡା ପଥର ଓ ମୋରମ୍ ଆଦି ଚୋରାଚାଲାଣ କରୁଛନ୍ତି । ବାରମ୍ବାର ଏଭଳି ଅଭିଯୋଗ ଆସିବା ପରେ ସୁକିନ୍ଦା ବନବିଭାଗ ଏକ ସ୍ବତନ୍ତ୍ର ସ୍କ୍ବାର୍ଡ ଗଠନ କରି ଆଜି ଏହି ପାହାଡ ଉପରେ ଅତର୍କିତ ଚଢାଉ କରାଯାଇଥିଲା । ସମ୍ପୃକ୍ତ ଖାଦାନ୍ ଅଞ୍ଚଳରୁ ଏକ ମେସିନ୍ ଜବତ୍ ହୋଇଥିବା ବେଳେ ପଥର ମାଫିଆ ମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।
ତେବେ ସେମାନଙ୍କୁ ଧରିବା ପାଇଁ ବନବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଥିବା କୁହାଯାଇଛି ।
ଯାଜପୁରରୁ ଗ୍ୟାନ ରଂଜନ ଓଝା, ଇଟିଭି ଭାରତ