ଯାଜପୁର: ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ସମୟରେ ଭୋଟ ବାକ୍ସ ଲୁଟ ଓ ଜବର ଦଖଲକୁ ନେଇ ମତଦାନକୁ ବାତିଲ କରାଯାଇଥିଲା । ତେବେ ଆଜି ସେହି ସ୍ଥାନ ଗୁଡ଼ିକରେ ସାନି ନିର୍ବାଚନ ଚାଲିଛି । ଏହି ପରିପ୍ରେକ୍ଷୀରେ ଯାଜପୁର ଜିଲ୍ଲାରେ ମଧ୍ୟ ଆରମ୍ଭ ହୋଇଛି ମତଦାନ ।
ଯାଜପୁର ଜିଲ୍ଲାର ଯାଜପୁର ସଦର, ଧର୍ମଶାଳା, ବଡଚଣା ଏବଂ ଦଶରଥପୁର ବ୍ଲକର ମୋଟ ୨୪ଟି ବୁଥରେ ସାନି ମତଦାନ ଆରମ୍ଭ ହୋଇଛି । ସଦର ବ୍ଲକ ଶୁଜୁନପୁର ପଞ୍ଚାୟତର ୧ନଂ ବୁଥ୍, ରୁଦ୍ରପୁର ପଞ୍ଚାୟତର ୪, ୫ଓ ୧୨ନଂ ବୁଥ, ଏରବାଙ୍କ ପଞ୍ଚାୟତର ୨ଓ ୩ନଂ ବୁଥ୍, ଛତିଶଦେବିଲ ପଞ୍ଚାୟତର ୧ନଂ ବୁଥ୍ ଓ ଝାଲପଡା ପଞ୍ଚାୟତର ୧୦ନଂ ବୁଥକୁ ମିଶାଇ ସଦର ବ୍ଲକର ୮ଟି ବୁଥରେ ସାନି ମତଦାନ କରାଯାଉଛି।
ସେହିପରି ଧର୍ମଶାଳା ବ୍ଲକ ଅରାବଳ ପଞ୍ଚାୟତର ୮ନଂ ବୁଥ୍, ଦେଓଦା ପଞ୍ଚାୟତର ୬ ଓ ୭ନଂ ବୁଥକୁ ମିଶାଇ ଏହି ବ୍ଲକର ୩ଟି ବୁଥରେ ସାନି ମତଦାନ କରାଯାଉଛି। ବଡଚଣା ବ୍ଲକ ରଇପୁର ପଞ୍ଚାୟତର ୫ନଂ ବୁଥ, ବାଲିଚନ୍ଦ୍ରପୁର ପଞ୍ଚାୟତର ୧୦ନଂ ବୁଥ୍ ଓ ନଳୀପୁର ପଞ୍ଚାୟତର ୨ନଂ ବୁଥକୁ ମିଶାଇ ମୋଟ ୩ଟି ବୁଥରେ ସାନି ମତଦାନ କରାଯାଇଛି।
ଦଶରଥପୁର ବ୍ଲକ କନିକାପଡା ପଞ୍ଚାୟତର ବୁଥ୍ ନଂ୨,୩,୭,୮ ଓ ୧୪ନଂ ବୁଥ୍, ବିରିପଟା ପଞ୍ଚାୟତର ୧୪ ଓ ୧୫ନଂ ବୁଥ୍, ଦଶରଥପୁର ପଞ୍ଚାୟତର ୩ ଓ ୯ନଂ ବୁଥ୍ ଏବଂ ଅକରପଡା ପଞ୍ଚାୟତର ୭ନଂ ବୁଥକୁ ମିଶାଇ ଏହି ବ୍ଲକର ୧୦ଟି ବୁଥରେ ସାନି ମତଦାନ କରାଯାଉଛି। ମତଦାନ ସମୟରେ ଯେପରି ବିଶୃଙ୍ଖଲା ପରିସ୍ଥିତି ନଉପୁଜେ ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ସମସ୍ତ ମତଦାନ ବୁଥରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ