ETV Bharat / state

ବକେୟା ପାଉଣା ଓ ବୋନସ ପ୍ରଦାନ ଦାବିରେ ଆନ୍ଦୋଳନ - Maithan ispat company

ଦୀର୍ଘଦିନ ହେବ ମୈଥାନ ଇସ୍ପାତ କାରଖାନା ଶ୍ରମିକଙ୍କୁ ପାଉଣା ଦେବାରେ ବିଫଳ ହୋଇଛି । ଫଳରେ ଶ୍ରମିକମାନେ ବୁଧବାର ଆନ୍ଦୋଳନକୁ ଓହ୍ଲାଇବା ସହ କମ୍ପାନୀରେ ତାଲା ପକାଇବାକୁ ଚେତାବନୀ ଦେଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର
author img

By

Published : Oct 16, 2019, 9:12 PM IST

ଯାଜପୁର: ବକେୟା ପାଉଣା ଓ ବୋନସ ଦାବିରେ ଯାଜପୁର କଳିଙ୍ଗନଗରରେ ଶ୍ରମିକ ମାନେ ଆନ୍ଦୋଳନ ସହ ବିକ୍ଷୋଭ କରିଛନ୍ତି । ମୈଥାନ ଇସ୍ପାତ କାରଖାନାରେ କାର୍ଯ୍ୟରତ ଶ୍ରମିକମାନଙ୍କର ଦୀର୍ଘ ୯ ମାସର ଦରମା ଓ ୨ ବର୍ଷର ବୋନସ ଦାବି କରି ରାବଣା ଛକ ନିକଟରେ ରାସ୍ତାରୋକ କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

କଳିଙ୍ଗନଗର ମଜଦୁର ୟୁନିଅନ ପକ୍ଷରୁ ଏହି ଆନ୍ଦୋଳନର ନେତୃତ୍ବ ନେଇଥିଲେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ । ରାସ୍ତାରୋକ ଦୀର୍ଘ ସମୟ ଚାଲିବା ପରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ଘଟଣା ସ୍ଥଳରେ ପହଞ୍ଚି କାରଖାନା କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିଥିଲେ । ଏହା ସହ ଶ୍ରମିକଙ୍କୁ ନ୍ୟାୟ ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା ।

ଘଟଣା ଅନୁସାରେ ମୈଥାନ ଇସ୍ପାତ କମ୍ପାନି ଦୀର୍ଘଦିନ ହେବ ଶ୍ରମିକଙ୍କୁ ଦରମା ଦେଇନାହିଁ । ଏହାସହ 2ବର୍ଷ ହେଲା କମ୍ପାନୀ ବୋନସ ଦେବାରେ ବିଫଳ ହୋଇଛି । ଫଳରେ ହଜାର ହଜାର ଶ୍ରମିକ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି । ବାରମ୍ବାର ଦାବି ସତ୍ବେ କମ୍ପାନୀ କୌଣସି ପଦକ୍ଷେପ ଗ୍ରହଣ କରୁନାହିଁ । ପରେ ଶ୍ରମିକମାନେ ଶ୍ରମ ବିଭାଗର ଦ୍ବାରସ୍ଥ ହୋଇଥିଲେ । କିନ୍ତୁ କୌଣସି ସୁଫଳ ମିଳିନଥିଲା ।

ଶେଷରେ ଶ୍ରମିକ ମାନେ ଆଜି ଧାରଣାରେ ବସିବା ସହ ରାବଣା ଛକ ନିକଟରେ ରାସ୍ତାରୋକ କରିଥିଲେ । ଫଳରେ ବିଜୁ ପଟ୍ଟନାୟକ ମାର୍ଗରେ ଅଟକି ରହିଥିଲା ଶହ ଶହ ଗାଡି । ଖବର ପାଇ କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ ମିଶ୍ର ପହଞ୍ ଆନ୍ଦୋଳନରତ ଶ୍ରମିକ ମାନଙ୍କ ସହ ଆଲୋଚନା କରିଥିଲେ । ଏହାସହ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ । ଜିଲ୍ଲାପାଳଙ୍କ ଜରିଆରେ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ଆଲଚୋନା କରି ଶ୍ରମିକଙ୍କ ଦାବି ପୂରଣ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ଏହାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Intro:slug-Maithan plant strike
format-pkg
reporter-Gyanaranjan ojha
place-jajpur
date-16.10.2019
Anchor---ବକେୟା ପାଉଣା ଓ ବୋନସ ଦାବିରେ ଯାଜପୁର କଳିଙ୍ଗନଗର ରେ ଶ୍ରମିକଙ୍କ ଆନ୍ଦୋଳନ । ମୈଥାନ ଇସ୍ପାତ କାରଖାନାରେ କାର୍ଯ୍ୟରତ ଶ୍ରମିକ ମାନଙ୍କର ଦୀର୍ଘ ୯ ମାସର ଦରମା ଓ ୨ ବର୍ଷର ବୋନସ ଦାବି କରି ରାବଣା ଛକ ନିକଟରେ ରାସ୍ତାରୋକ କରିଥିଲେ । କଳିଙ୍ଗନଗର ମଜଦୁର ୟୁନିଅନ ପକ୍ଷରୁ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରପୁଂଲ୍ଲ ଘଡେଇ । ରାସ୍ତାରୋକ ଦୀର୍ଘ ସମୟ ଚାଲିବା ପରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ଘଟଣା ସ୍ଥଳରେ ପହଂଚି କାରଖାନା କର୍ତୁପକ୍ଷଙ୍କ ସହିତ ଆଲୋଚନା କରାଯାଇ ଶ୍ରମିକଙ୍କୁ ନ୍ୟାୟ ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା ।

Body:
ଭିଓ୧ - ବକେୟା ପାଉଣା ଓ ବୋନସ ଦାବିରେ ଶ୍ରମିକ ଓ କର୍ମଚାରୀଙ୍କ ଆନ୍ଦୋଳନ । କଳିଙ୍ଗନଗର ମୈଥାନ ଇସ୍ପାତ କାରଖାନାରେ କାର୍ଯ୍ୟରତ ଶ୍ରମିକ ଓ କର୍ମଚାରୀ ମାନେ ଦୀର୍ଘ ୯ ମାସ ହେଲା ଦରମା ନ ପାଇ ଦୁଃଖ କଷ୍ଟରେ ଦିନ କାଟୁଛନ୍ତି । ସେପଟେ କାରଖାନା କର୍ତୁପକ୍ଷ ଗେଟରେ ତାଲା ପକାଇ ଦେଇଛନ୍ତି । ପଂଳରେ କାରଖାନାରେ କାର୍ଯ୍ୟରତ ଶ୍ରମିକ ମାନେ ସେମାନଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ । ପୂର୍ବରୁ ଅନେକ ଥର କଂପାନି କର୍ତୁପକ୍ଷଙ୍କୁ ଅବଗତ କରିବା ପରେ କୌଣସି ସୁପଂଳ ନ ମିଳିବାରୁ କଳିଙ୍ଗନଗର ମଜଦୁର ୟୁନିଅନ ଏପରି ଆନ୍ଦୋଳନ ପାଇଁ ରାଜରାସ୍ତାକୁ ଓହ୍ଲାଇଛି । ରାବଣା ଛକ ନିକଟରେ ରାସ୍ତାରୋକ କରିଥିଲେ ଶ୍ରମିକ ଓ କର୍ମଚାରୀ । ପଂଳରେ ବିଜୁ ପଟ୍ଟନାୟକ ମାର୍ଗରେ ଅଟକି ରହିଥିଲା ଶହ ଶହ ଗାଡି । ଦାବି ପୁରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ୟୁନିଅନ ପକ୍ଷରୁ ଚେତାବନି ଦିଆଯାଇଥିଲା ।
ବାଇଟ୍:ପ୍ରପୁଂଲ୍ଲ ଘଡେଇ,ପ୍ରତିଷ୍ଠାତା,କଳିଙ୍ଗନଗର ମଜଦୂର ୟୁନିଅନ
:ସାବିତ୍ରି ପାତ୍ର , ଶ୍ରମିକ
ଭିଓ୨ - ମୈଥାନ ଇସ୍ପାତ କଂପାନିକୁ ନିକଟରେ ମେସ୍କୋ କାରଖାନା ଅଧିଗ୍ରହଣ କରିଛି । ଏହା ପରେ ବି ସୁଧୁରିନି କଂପାନିର ଅବସ୍ଥା । ହଜାର ହଜାର ଶ୍ରମିକ ସେମାନଙ୍କ ଦରମା ସହିତ ୨ ବର୍ଷର ବୋନସ ନ ପାଇ ହା ହୁତାସରେ ଦିନ କାଟୁଛନ୍ତି । ଏ ନେଇ ବାରମ୍ବାର ଶ୍ରମ ବିଭାଗର ଦ୍ୱାରସ୍ଥ ହୋଇଥିଲେ ହେଁ ଶ୍ରମିକ ମାନଙ୍କର ସମସ୍ୟା ଦୂର ନ ହେବା ପଂଳରେ ଏଭଳି ଆନ୍ଦୋନଳକୁ ଓହ୍ଲାଇଛି ଶ୍ରମିକ ୟୁନିଅନ । ଦୀର୍ଘ ସମୟ ଧରି ରାସ୍ତାରୋକ ଚାଲିବା ପରେ ଘଟଣାସ୍ଥଳରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ ମିଶ୍ର ପହଂଚି ଶ୍ରମିକ ମାନଙ୍କ ସମସ୍ୟା ବୁଝିଥିଲେ । ଏ ନେଇ କଂପାନି କର୍ତୁପକ୍ଷଙ୍କୁ ଅବଗତ କରାଯାଇଛି । ଜିଲାପାଳଙ୍କ ଜରିଆରେ କଂପାନିର ଉଚ୍ଚ କର୍ତୁପକ୍ଷଙ୍କ ସହିତ ଆଲୋଚନା କରାଯାଇ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା
ବାଇଟ୍:ମାନିନି ଦାସ , ଶ୍ରମିକ
:ସନ୍ତୋଷ କୁମାର ମିଶ୍ର,କଳିଙ୍ଗନଗର ଅତିରିକ୍ତ ଜିଲାପାଳ
Conclusion:
ପାଂଭିଓ - କଂପାନିରେ କାର୍ଯ୍ୟରତ ଶ୍ରମିକ ମାନଙ୍କ ସମସ୍ୟା ଖୁବ ଶିଘ୍ର ଦୁର ନ ହେଲେ ବାଧ୍ୟ ହୋଇ କଂପାନିରେ ତାଲା ପକାଇବାକୁ ଚେତାବନି ଦେଇଛି ଶ୍ରମିକ ୟୁନିଅନ ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.