ETV Bharat / state

ନନ୍ଦ ସାରଙ୍କ ଚାଟଶାଳୀକୁ 74ବର୍ଷ, ଗୋଟିଏ ଜାଗାରେ ପଢିଛନ୍ତି ଜେଜେ-ନାତି

ଦିନେ କି ଦୁଇଦିନ ନୁହେଁ ଆଜିକୁ 74 ବର୍ଷ ଧରି କନ୍ତିରା ଗ୍ରାମର ହନୁମାନ ମନ୍ଦିର ନିକଟରେ ଚାଲିଛି ଚାଟଶାଳୀଟିଏ । ଗାଁର କୁନି କୁନି ପିଲାମାନେ ପାଖ ସ୍କୁଲରେ ନାମ ଲେଖାଇବା ପୂର୍ବରୁ ଏହିଠାରେ ଆସି ଓଡିଆ ଅକ୍ଷର ଚିହ୍ନୁଛନ୍ତି । ଏବେକୁ ଚାଟଶାଳୀ ମାଧ୍ୟମରେ ନନ୍ଦସାର ୩ ହଜାରରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନିର୍ମାଣ କରିଛନ୍ତି । ଏନେଇ ଦେଖନ୍ତୁ ଇଟିଭି ଭାରତର ସ୍ବତନ୍ତ୍ର ରିପୋର୍ଟ...

ନନ୍ଦ ସାରଙ୍କ ଚାଟଶାଳୀକୁ 74ବର୍ଷ, ଗୋଟିଏ ଜାଗାରେ ପଢିଛନ୍ତି ଜେଜେ-ନାତୀ

author img

By

Published : Sep 5, 2020, 7:02 AM IST

ଯାଜପୁର: ସେ କାଳର ଚାଟଶାଳୀ ପାଠ ଏକାଳରେ ଆଉ ନାହିଁ । ଏବେ ସବୁଆଡେ ଛତୁଫୁଟିବା ଭଳି ପ୍ଲେ ସ୍କୁଲ ବା ନର୍ସରୀ ବିଦ୍ୟାଳୟ । ହେଲେ ଆଜି ବି ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଳକ ଅନ୍ତର୍ଗତ କନ୍ତିରା ଗ୍ରାମରେ ବଜାୟ ରହିଛି ଚାଟଶାଳୀ ପରମ୍ପରା । ଆଉ ଦୀର୍ଘ 74 ବର୍ଷ ହେଲା ସେ କାଳର ସ୍ମୃତିକୁ ସାଉଁଟି ରଖିଛନ୍ତି ନନ୍ଦ ସାର ବା ନନ୍ଦ କିଶୋର ପୃଷ୍ଟି ।

ନନ୍ଦ ସାରଙ୍କ ଚାଟଶାଳୀକୁ 74ବର୍ଷ, ଗୋଟିଏ ଜାଗାରେ ପଢିଛନ୍ତି ଜେଜେ-ନାତୀ

ବୟସ ଆସି 102 ବର୍ଷ ଛୁଇଁଲାଣି, ହେଲେ ଏବେବି ଗାଁର କୁନିକୁନି ପିଲାଙ୍କୁ ପାଠପଢାଇବା ନିଶା ତାଙ୍କର ଏବେବି ଜାରି ରହିଛି । ଦିନେ ଯାହାଙ୍କ ହାତ ଧରି ଜେଜେ ଅକ୍ଷର ଚିହ୍ନିଥିଲା, ଆଜି ତାଙ୍କ ନାତି ବି ସେଇଠି ପାଠ ପଢୁଛି । ଶିକ୍ଷାଦାନ ପାଇଁ ସେ ଟଙ୍କାଟିଏ ବି ଗୁରୁ ଦକ୍ଷିଣା ନିଅନ୍ତି ନାହିଁ । ଆଉ ବଡ କଥା ହେଲା ଆଜିବି ପୂର୍ବ ଭଳି ଗାଁ ଦାଣ୍ଡରେ ଦୈନିକ ସକାଳ ଓ ସଂଧ୍ୟା ଦୁଇବେଳା ନନ୍ଦ ସାରଙ୍କ ଚାଟଶାଳୀରେ ଭିଡ ଜମୁଛି । ଛୋଟ ଛୋଟ ଛୁଆଙ୍କ ପ୍ରତି ଅନାବିଳ ସ୍ନେହ ତାଙ୍କୁ ଏଭଳି ଏକ ମହାନ ବୃତିରେ ବାନ୍ଧି ରଖି ପାରିଛି ବୋଲି କହନ୍ତି ନନ୍ଦ କିଶୋର ପୃଷ୍ଟି ।

ନନ୍ଦ ମାଷ୍ଟ୍ରେଙ୍କ ପାଠପଢା କହିଲେ ମାତ୍ର ସପ୍ତମ ଯାଏଁ । ହେଲେ ନନ୍ଦସାରଙ୍କ ନିକଟରେ ପାଠ ପଢ଼ି ଆଜି କନ୍ତିରା ଗ୍ରାମର ବହୁ ବ୍ୟକ୍ତି ଇଂଜିନିୟର,ଶିକ୍ଷକ,ପୋଷ୍ଟମାଷ୍ଟର ଓ ଡାକ୍ତର ମଧ୍ୟ ହୋଇଛନ୍ତି । ୧୯୩୯ ମସିହାରେ ସେ ନିକଟସ୍ଥ ହାତିବାରୀ ମାଇନର ସ୍କୁଲରୁ ୭ ମ ଶ୍ରେଣୀ ପାସ କଲେ । ଘରର ଦାରିଦ୍ର‌୍ୟତା କାରଣରୁ ଆଉ ଅଧିକ ପଢି ନପାରି ଚାଷବାସର ମନ ନିବେଶ କଲେ । ଫଳରେ ଉଚ୍ଚ ଶିକ୍ଷା ଗ୍ରହଣ କରିବାର ଆଶା ତାଙ୍କର ଆଶାରେ ହିଁ ରହିଗଲା । ସେ ତ ପଢ଼ି ପାରିଲେ ନାହିଁ କିନ୍ତୁ ତାଙ୍କ ଗାଁର ପିଲାଏ ପାଠ ପଢ଼ନ୍ତୁ ସେହି ଚିନ୍ତାରେ ନିଜେ ଆରମ୍ଭ କଲେ ଏକ ଚାଟଶାଳୀ । ଭାରତର ସ୍ବାଧୀନତା ପୂର୍ବରୁ ୧୯୪୬ ମସିହାରେ ସେ ଗାଁରେ ଖୋଲିଥିବା ଚାଟଶାଳୀ ଏବେବି ସକ୍ରିୟ ରହିଛି । ତାଙ୍କ ହାତଧରି ଅ ଆ ଶିଖୁଛନ୍ତି ପିଲାଏ । କେବଳ କୁନି କୁନି ପିଲା ନୁହନ୍ତି, ଗାଁର ଅନେକ ଅପାଠୁଆ ବୟସ୍କ ବ୍ୟକ୍ତିଙ୍କୁ ବୁଝାଶୁଝା କରି ଦସ୍ତଖତ କରିବା ମଧ୍ୟ ସେ ଶିଖାଇଛନ୍ତି । ସେପଟେ ଚାଟଶାଳୀ ବନ୍ଦ ନହେବା ପାଇଁ ସରକାରୀ ସାହାଯ୍ୟ ଠାରୁ ନେଇ ଵ୍ୟକ୍ତିଗତ ସାହଯ୍ୟ ଯୋଗାଇ ଦେବା ପାଇଁ ଆଗେଇ ଆସିଛନ୍ତି ସୁକିନ୍ଦା ବିଧାୟକ ।

ନନ୍ଦସାରଙ୍କ ଉଚିତ ନ୍ୟାୟ ବିଚାର ପାଇଁ ଆଜିବି ସେ ଗାଁ ମୁରବି ଭାବେ କାର୍ଯ୍ୟ କରୁଛନ୍ତି । ପ୍ରତି ସଂଧ୍ୟାରେ ତାଙ୍କ ମୁହଁରୁ ଭାଗବତ ବାଣୀ ଶୁଣିବା ପାଇଁ ଗାଁ ଲୋକେ ତାଙ୍କ ନିକଟରେ ଭିଡ ଜମାନ୍ତି । ବୟସ ସିନା 102 ହେଲେ ଆଜିବି ଖାଲି ଆଖିରେ ବହି ପଢିପାରନ୍ତି ନନ୍ଦ ମାଷ୍ଟ୍ରେ । ଆଉ ତାଙ୍କ ପାଇଁ ସାରା ଗାଁ ଗର୍ବିତ ବୋଲି ଗର୍ବର ସହ କୁହନ୍ତି କନ୍ତିରା ଗ୍ରାମବାସୀ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.