ETV Bharat / state

ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ, ଦୁର୍ବୃତ୍ତଙ୍କ ଆକ୍ରମଣରେ ଦମ୍ପତି ଗୁରୁତର

ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ । ଦୁର୍ବୃତ୍ତଙ୍କ ଆକ୍ରମଣରେ ଦମ୍ପତି ଗୁରୁତର, ପୋଲିସର ତନାଘନା । ଅଧିକ ପଢନ୍ତୁ...

couple injured by lootera in jajpur
ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ: ଦୁର୍ବୃତ୍ତଙ୍କ ଆକ୍ରମଣରେ ଦମ୍ପତ୍ତି ଗୁରୁତର
author img

By

Published : Jul 16, 2021, 11:53 AM IST

ଯାଜପୁର: ଦିନକୁ ଦିନ ରାଜ୍ୟରେ ବଢିବାରେ ଲାଗିଛି ଛିନତାଇ, ଚୋରି ଓ ଲୁଟ ଘଟଣା । ଯାଜପୁରର କୋରେଇ ଥାନା ଅନ୍ଧାରୀ ପଞ୍ଚାୟତରେ ଗୋଟିଏ ଦିନରେ ଏକାଧିକ ସ୍ଥାନରେ ଲୁଟ ହୋଇଥିବା ଅଭିଯୋଗ ଆସିଛି । ଏନେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ: ଦୁର୍ବୃତ୍ତଙ୍କ ଆକ୍ରମଣରେ ଦମ୍ପତ୍ତି ଗୁରୁତର

ସୂଚନା ଅନୁସାରେ, ବିଳମ୍ବିତ ରାତିରେ ଅନ୍ଧାରୀ ପଞ୍ଚାୟତର କୋରାବନ୍ଦୀ ଗାଁର ଦାଶରଥି ଜେନାଙ୍କ ଘରେ ଚାରି ଜଣ ଦୁର୍ବୃତ୍ତ ପଶି ସୁନା ଚେନ ସହ ଅନ୍ୟାନ୍ୟ ସୁନା ଗହଣା,କଂସା ବାସନ ଲୁଟି ନେଇଥିଲେ । ଏନେଇ ଭୁଜାଲିରେ ପତ୍ନୀ ଯମୁନା ଓ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଏବେ ଯାଜପୁର ରୋଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାଯାଇଛି ।

ସେହିପରି କୋରାବନ୍ଦୀର ବିଚିତ୍ରାନନ୍ଦ ପତିଙ୍କ ଘରେ ଚୋର ପଶିବାକୁ ଉଦ୍ୟମ କରିଥିଲେ । ହେଲେ କିଛି ଶବ୍ଦ ଶୁଣି ଘର ଲୋକେ ଉଠି ପଡିବାରୁ ଦୁର୍ବୃତ୍ତମାନେ ସେ ସ୍ଥାନ ଛାଡି ଚାଲିଯାଇଥିଲେ । ପରେ ଗ୍ରାମର ଚନ୍ଦ୍ରମଣି ପରିଡାଙ୍କ କ୍ୟାବିନ ଭାଙ୍ଗି ସାମଗ୍ରୀ ଲୁଟି ନେଇଥିଲେ ବୋଲି ଜଣାପଡିଛି ।

ପରେ ରାତି ପ୍ରାୟ ସାଢେ ତିନିଟା ବେଳେ ଗ୍ରାମର ବିନୋଦ ସେଠିଙ୍କ ଘରେ ପଶି ଏକ ବାକ୍ସ ନେଇଯିବା ସହ ପରିବାରକୁ ଧମକ ଦେଇଥିବା ଅଭିଯୋଗ ହୋଇଛି । ଗୋଟିଏ ରାତିରେ ଗୋଟିଏ ଗ୍ରାମରେ ଦୁର୍ବୃତ୍ତଙ୍କ ଏକାଧିକ ଘରେ ଲୁଟ କରିବା ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି । ଯାଜପୁର ରୋଡ଼ ଏସଡିପିଓ ଓ କୋରେଇ ଥାନା ସବ ଇନ୍ସପେକ୍ଟର ସାଇଣ୍ଟିଫିକ ଟିମ ନେଇ ଘଟଣାର ତନାଘନା କରିଛନ୍ତି । ଦୁର୍ବୃତ୍ତଙ୍କୁ ତୁରନ୍ତ ଧରିବା ପାଇଁ ପୋଲିସ ନିକଟରେ ଲୋକେ ଦାବି କରିଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.