ଯାଜପୁର: ପାଣିକୋଇଲି ଥାନା ଅନ୍ତର୍ଗତ ଏକ ପେଟ୍ରୋଲ ପମ୍ପ ନିକଟରେ ଗୁରୁବାର ସଡକ ଦୁର୍ଘଟଣା ଘଟିଛି। ପେଟ୍ରୋଲ ପମ୍ପ ସମ୍ମୁଖରେ ଏକ ଅଟୋକୁ ଟ୍ରକ ଧକ୍କା ଦେବା ଫଳରେ ଅଟୋ ଚାଳକଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଟ୍ରକ ଓ ଅଟୋକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି।
ସୂଚନା ଅନୁଯାୟୀ ପାଣିକୋଇଲି ପଟୁ ଆସୁଥିବା ଏକ ଡାଲା ଅଟୋକୁ ଏକ ଦ୍ରୁତଗାମୀ ଟ୍ରକ ପଛପଟୁ ଧକ୍କା ଦେଇଥିଲା । ଫଳରେ ଡାଲା ଅଟୋଟି ଓଲଟି ପଡ଼ିଥିଲା । ଏହାସହ ଅଟୋ ତଳେ ଅଟୋଚାଳକ ଜଣକ ଚାପି ହୋଇଯାଇଥିଲେ।। ସ୍ଥାନୀୟ ଲୋକମାନେ ଅଟୋଚାଳକ ଜଣଙ୍କୁ ସେଠାରୁ ଉଦ୍ଧାର କରିଥିଲେ। ଏହାପରେ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଯାଜପୁର ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଘଟଣାସ୍ଥଳରେ ପାଣିକୋଇଲି ପୋଲିସ ପହଞ୍ଚି ଏକ ମାମଲା ରୁଜୁ କରିବା ସହ ଟ୍ରକ ଓ ଅଟୋକୁ ଜବତ କରିଛି । ଏହାସହ ଟ୍ରକ ଚାଳକଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି ପୋଲିସ ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ