ଘରେ ରହି ରଜ ପାଳିବାକୁ ଜିଲ୍ଲାପାଳଙ୍କ ନିବେଦନ - jagatsinghpur collector requet raja celebrate
ଜଗତସିଂହପୁର ଜିଲ୍ଲାରେ କୋଭିଡ ସଂକ୍ରମଣ ଦ୍ରୁତ ଗତିରେ ହ୍ରାସ ପାଉଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଜିଲ୍ଲାରେ ତାଲାବନ୍ଦ ଯୋଗୁଁ ବଢୁଥିବା ସଂକ୍ରମଣ ହାର ଉପରେ ଅଙ୍କୁଶ ଲାଗିଛି । ଅଧିକ ପଢନ୍ତୁ...

ଜଗତସିଂହପୁର: ଜିଲ୍ଲାରେ କୋଭିଡ ସଂକ୍ରମଣ ଦ୍ରୁତ ଗତିରେ ହ୍ରାସ ପାଉଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଜିଲ୍ଲାରେ ତାଲାବନ୍ଦ ଯୋଗୁଁ ବଢୁଥିବା ସଂକ୍ରମଣ ହାର ଉପରେ ଅଙ୍କୁଶ ଲାଗିଛି। ଫଳରେ ଜଗତସିଂହପୁର ଜିଲ୍ଲା ଏବେ ଗ୍ରୀନ ଜୋନରେ ଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଗତକାଲି(ଶନିବାର) ଜିଲ୍ଲାରୁ 1944ଟି ସ୍ୱାବ ନମୁନା ଟେଷ୍ଟ ପାଇଁ ଯାଇଥିବାବେଳେ ଆଜି ସେଥି ମଧ୍ୟରୁ ମାତ୍ର 140ଟି ପଜିଟିଭ ଆସିଛି ।
ଜିଲ୍ଲାରେ ସଂକ୍ରମଣ କମୁଥିବାରୁ ସ୍ୱାସ୍ଥ୍ୟକର୍ମୀଙ୍କ ଠାରୁ ଆରମ୍ଭ କରି କୋଭିଡ ସଚେତନତା ପାଇଁ କାମ କରୁଥିବା ସମସ୍ତ କର୍ମଚାରୀଙ୍କୁ ଜିଲ୍ଲାପାଳ ଧନ୍ୟବାଦ ଜଣାଇଛନ୍ତି । ଆସନ୍ତାକାଲି ଠାରୁ ରଜ ପର୍ବ ଆରମ୍ଭ ହେଉଥିବାରୁ ଲୋକ ନିଜ ଘରେ ରହି ଏହି ଉତ୍ସବ ପାଳନ କରିବାକୁ ଜିଲ୍ଲାପାଳ ଜିଲ୍ଲାବାସୀଙ୍କୁ ନିବେଦନ କରିଛନ୍ତି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ