ETV Bharat / state

ମାଡି ଆସୁଛି ଜୱାଦ, ଚାଷୀଙ୍କୁ ଘାରିଛି ଧାନ ଫସଲ ଚିନ୍ତା

author img

By

Published : Dec 3, 2021, 11:47 AM IST

ସମ୍ଭାବ୍ୟ ବାତ୍ୟା ଜୱାଦକୁ (Cyclone Jawad) ନେଇ ଚାଷୀଙ୍କ ଛାତିରେ ଛନକା ପଶିଛି । ନିଦ ଉଡେଇଲାଣି ଆସୁଥିବା ବାତ୍ୟା । ସୁନେଲି ରଙ୍ଗର ଝଟକୁ ଥିବା କ୍ଷେତକୁ ଦେଖି ଚାଷୀ ଆଖିରୁ ଲୁହ ଗଡିଯାଉଛି । ଅଧିକ ପଢନ୍ତୁ

ମାଡି ଆସୁଛି ଜୱାଦ, ଚାଷୀଙ୍କୁ ଘାରିଛି ଧାନ ଫସଲ ଚିନ୍ତା
ମାଡି ଆସୁଛି ଜୱାଦ, ଚାଷୀଙ୍କୁ ଘାରିଛି ଧାନ ଫସଲ ଚିନ୍ତା

ଜଗତସିଂହପୁର: ସମ୍ଭାବ୍ୟ ବାତ୍ୟା ଜୱାଦକୁ (Cyclone Jawad) ନେଇ ଚାଷୀଙ୍କ ଛାତିରେ ଛନକା ପଶିଛି । ନିଦ ଉଡେଇଲାଣି ଆସୁଥିବା ବାତ୍ୟା । ସୁନେଲି ରଙ୍ଗର ଝଟକୁ ଥିବା କ୍ଷେତକୁ ଦେଖି ଚାଷୀ ଆଖିରୁ ଲୁହ ଗଡିଯାଉଛି । ଖରା ବର୍ଷା ଶୀତରେ ସହି ଅମଳ କରିଥିବା ଫସଲ ସୁରକ୍ଷା ନେଇ ଚିନ୍ତାରେ ପଡିଛି ଚାଷୀ । ବାତ୍ୟା ଆଶଙ୍କା ନେଇ ରଘୁନାଥପୁର ବ୍ଲକ ବାରେଡିଆ ଗାଁ ଚାଷୀଙ୍କ ମଧ୍ୟରେ ଚିନ୍ତା ବଢିଛି ।

ବର୍ଷ ଜାକର ଆହାର ଏବେ ଧୋଇ ଯିବାକୁ ବସିଛି। ବର୍ତ୍ତମାନ 90 ଭାଗ ଧାନ ପାଚି ଯାଇଛି । ଡିସେମ୍ବର ଶେଷ ସୁଦ୍ଧା ଧାନ ଅମଳ ହୋଇ ଥାନ୍ତା କିନ୍ତୁ ସମ୍ଭାବ୍ୟ ବାତ୍ୟା ସାଙ୍ଗକୁ ବର୍ଷା ହେବାର ସମ୍ଭାବନା ଥିବାରୁ ଧାନ ଫସଲ ନଷ୍ଟ ହେବାର ସମ୍ଭାବନା ରହିଛି। ତୁଣ୍ଡ ଝାଳ ମୁଣ୍ଡରେ ମାରି ସୁନାର ଫସଲ ଉଜୁଡି ଯିବାକୁ ବସିଛି । ମୁଣ୍ଡରେ ହାତ ଦେଇ ବସିଛି ଚାଷୀ । ନିଦ ଉଡାଇଲାଣି ବାତ୍ୟା ଜୱାଦ ।

ବାତ୍ୟାକୁ ନେଇ ସତର୍କ ସୂଚନା ପ୍ରଦାନ କରାଯାଇଛି । ଅପର ପକ୍ଷରେ ଜିଲ୍ଲା କୃଷି ବିଭାଗ ପକ୍ଷରୁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଛି ଯେ ବର୍ଷା ପୂର୍ବରୁ ଧାନ କାଟି ସୁରକ୍ଷିତ ସ୍ଥାନକୁ ନେଇ ଆସିବା ପାଇଁ । ଧାନ ସମ୍ପୂର୍ଣ୍ଣ ପାଚି ନଥିବାରୁ ଧାନକୁ କାଟିଲେ ତାହା ନଷ୍ଟ ହେବା ଥୟ । ଯାହାକୁ ମଣ୍ଡିରେ ମିଲର ମାନେ ନେବେନାହିଁ। ଫଳରେ ଚାଷୀ ହିଁ କ୍ଷତିଗ୍ରସ୍ଥ ହେବ । କିଛି କିଛି ସ୍ଥାନରେ ତରବରିଆ ହୋଇ ଚାଷୀ ଧାନ କାଟି ନେଉଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ସୁଦ୍ଧା ଖାଲୁଆ ଜମିରେ ମଧ୍ୟ ପାଣି ଜମି ରହିଛି। ଯାହାକି ଧାନ କାଟିବା ସମ୍ଭବ ନୁହେଁ। ଏହି ସବୁ ସମସ୍ୟାକୁ ନେଇ ଚାଷୀ ଭଗବାନଙ୍କ ଭରଷାରେ ରହିଛି ।

ଜଗତସିଂହପୁର ରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.