ETV Bharat / state

ଜଗତସିଂହପୁରରେ ପ୍ରବଳ ପବନବର୍ଷା, ଉଡିଲା ଛପର ଉପୁଡିଲା ଗଛ

କାଳ ବୈଶାଖୀର ପ୍ରଭାବରେ ଜିଲ୍ଲାରେ ପ୍ରବଳ ଘଡଘଡି ସହ ବର୍ଷା । ବ୍ୟାପକ କ୍ଷୟକ୍ଷତିର ସମ୍ଭାବନା । ଅଧିକ ପଢନ୍ତୁ...

ଜଗତସିଂହପୁର ଜିଲ୍ଲାରେ ପ୍ରବଳ ପବନ ଓ ବର୍ଷା ସାଙ୍ଗକୁ କାଳ ବୈଶାଖୀର ପ୍ରଭାବ

author img

By

Published : May 11, 2021, 10:51 PM IST

ଜଗତସିଂହପୁର: କାଳଵୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ଯୋଗୁଁ କେତେକ ସ୍ଥାନରେ ବଡ଼ବଡ଼ ଗଛ ଉପୁଡି ପଡିବା ସହ ଅନେକ ସ୍ଥାନରେ କଚ୍ଚା ଘର ଗୁଡିକ ଭାଙ୍ଗି ଯାଇଛି । ଆଜି ଦିନ ଗୋଟାଏ ସୁଦ୍ଧା ହଠାତ୍ ପ୍ରବଳ ବେଗରେ ପବନ ବହିବା ଶହ ମୂଷଳ ଧାରାରେ ବର୍ଷା ହୋଇଥିଲା । ପ୍ରବଳ ପବନ ଯୋଗୁଁ କେତେକ ଚାଳଛପର ଘର ଉଡି ଯାଇଥିବା ବେଳେ ପବନର ପ୍ରଭାବ ରେ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଛି ।

ରଘୁନାଥପୁର, ବିରିଡି, ଜଗତସିଂହପୁର, ତିର୍ତ୍ତଲ, ନାଉଗାଁ କୁଜଙ୍ଗ, ପାରାଦ୍ୱୀପ ଆଦି ଅଂଚଳରେ ଅନେକ ଘର ଭାଙ୍ଗି ଯାଇଥିବା ବେଳେ ବିଦୂତ ସରବରାହ ବାଧାପ୍ରାପ୍ତ ହୋଇଛି। ଜଗତସିଂହପୁର ସୋମନାଥ ହାଟ ଓ ବିରିଡିର ସାପ୍ତାହିକ ହାଟ ଘର ଗୁଡିକ ସମ୍ପୂର୍ଣ୍ଣ ଉଡି ଯାଇଥିବା ଖବର ମିଳିଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.