ଜଗତସିଂହପୁର: ବିକାଶ ପଥରେ ଆଗଇେବ ବାଲିକୁଦା । ଆଉ ରହିବନି ଟ୍ରାଫିକ ସମସ୍ୟା କି ଅଟକିବନି ଆମ୍ବୁଲାନ୍ସ । ରହିବନି ଦୁର୍ଘଟଣାର ଡର । ପ୍ରଧାନମନ୍ତ୍ରୀ ମୋଦିଙ୍କ ପୂର୍ବ ଭାରତରୁ ବିକାଶର ସୂର୍ଯ୍ୟୋଦୟ କଥା ସତ ହେବାକୁ ଯାଉଛି । ଓଡିଶାରେ ଜାତୀୟ ରାଜପଥ-୫୫ ପାଇଁ ଅର୍ଥ ମଞ୍ଜୁର କରିଛନ୍ତି କେନ୍ଦ୍ର ସରକାର । କନ୍ଦରପୁରରୁ ବାଲିକୁଦା ସେକ୍ସନର ଦୋହରୀକରଣ ଓ ସୁଦୃଢୀକରଣ ପାଇଁ ୪୯୯ କୋଟି ୭୯ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ଏନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ । ଏଥିସହ ରାସ୍ତା ନିର୍ମାଣ ପାଇଁ ଏହି ବ୍ୟୟବରାଦକୁ ସୀକୃତି ମଧ୍ୟ ଦେଇଛନ୍ତି ।
-
ओडिशा में NH-55 के कंदरपुर से बालिकुदा सेक्शन को 2 लेन (पेव्ड शोल्डर सहित) में चौड़ीकरण और सुदृढ़ीकरण करने के लिए ₹ 499.79 करोड़ बजट के साथ स्वीकृति दी गई है। #PragatiKaHighway #GatiShakti @Naveen_Odisha @dpradhanbjp @SamirMohantyBJP @BJP4Odisha
— Nitin Gadkari (@nitin_gadkari) March 19, 2022 " class="align-text-top noRightClick twitterSection" data="
">ओडिशा में NH-55 के कंदरपुर से बालिकुदा सेक्शन को 2 लेन (पेव्ड शोल्डर सहित) में चौड़ीकरण और सुदृढ़ीकरण करने के लिए ₹ 499.79 करोड़ बजट के साथ स्वीकृति दी गई है। #PragatiKaHighway #GatiShakti @Naveen_Odisha @dpradhanbjp @SamirMohantyBJP @BJP4Odisha
— Nitin Gadkari (@nitin_gadkari) March 19, 2022ओडिशा में NH-55 के कंदरपुर से बालिकुदा सेक्शन को 2 लेन (पेव्ड शोल्डर सहित) में चौड़ीकरण और सुदृढ़ीकरण करने के लिए ₹ 499.79 करोड़ बजट के साथ स्वीकृति दी गई है। #PragatiKaHighway #GatiShakti @Naveen_Odisha @dpradhanbjp @SamirMohantyBJP @BJP4Odisha
— Nitin Gadkari (@nitin_gadkari) March 19, 2022
ସେହିପରି ଛତିଶଗଡର ରାୟପୁର-ବିଶାଖାପାଟନମ୍ ଅର୍ଥନୈତିକ କରିଡର ଅଧୀନରେ, ଜିଲ୍ଲା କୋଣ୍ଡାଗାଓଁର NH-130CD ର ବାସାନୱାହି-ମାରଙ୍ଗପୁରୀ ବିଭାଗର 6 ଲେନ ବିଶିଷ୍ଟ ରାସ୍ତା ନିର୍ମାଣକୁ 1307.16 କୋଟି ବଜେଟକୁ ଅନୁମୋଦନ ମିଳିଛି ।
ଏଥିସହ ଆନ୍ଧ୍ର ପ୍ରଦେଶର ଇଷ୍ଟ ଗୋଦାବରୀ ଜିଲ୍ଲାର NH-516E, କଡାପା ଓ ଅନନ୍ତପୁର ଜିଲ୍ଲାର ସୀତାରାମପୁରମ ସେକ୍ସନର NH-167B,ହିମାଚଳ ପ୍ରଦେଶର ଜିଲ୍ଲା ପାଲମପୁରର NH-154, ଉତ୍ତପ୍ରଦେଶର ଜିଲ୍ଲା ଜୋନପୁର ଓ ଭଦ୍ରୋହୀରେ NH-731B ପାଇଁ(ମଛଲୀଶହରରୁ ବାରଣାସୀ ରାଜପଥ ସଂଯୋଗୀକରଣ) ମଧ୍ୟ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ନିର୍ମାଣକାର୍ଯ୍ୟ ପାଇଁ ଅର୍ଥ ମଞ୍ଜୁର କରାଯାଇଛି ।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ