ETV Bharat / state

JSW ପ୍ରକଳ୍ପ ତାତି, ଗାଁର ୩ ପ୍ରବେଶ ପଥକୁ ସିଲ୍‌ କଲେ ଗ୍ରାମବାସୀ - dhinkia village seal by villagers

ଏରସମା ବ୍ଲକ ଅନ୍ତର୍ଗତ ଢ଼ିଙ୍କିଆ ଚାରିଦେଶରେ ପ୍ରସ୍ତାବିତ JSWକୁ ବିରୋଧ କରି ଆସୁଛନ୍ତି ସ୍ଥାନୀୟ ଲୋକ । ପ୍ରକଳ୍ପ ନେଇ ଜିଲ୍ଲା ପ୍ରଶାସନ ଓ କମ୍ପାନୀ କର୍ତ୍ତୃପକ୍ଷ ଆଗକୁ ବଢୁଥିବାବେଳେ ପ୍ରକଳ୍ପରୁ ବିରୋଧ ପାଇଁ ସଜବାଜ ହେଉଛନ୍ତି ସ୍ଥାନୀୟ ବାସିନ୍ଦା । ବୁଧବାର ଗ୍ରାମବାସୀମାନେ ଏକ ବୈଠକ କରି ସମୂର୍ଣ୍ଣ ଗ୍ରାମକୁ ସିଲ କରିଛନ୍ତି । ଅଧିକ ପଢନ୍ତୁ

JSW ପ୍ରକଳ୍ପ ତାତି, ଗାଁର ୩ ପ୍ରବେଶ ଦ୍ବାର ବନ୍ଦ କଲେ ଗ୍ରାମବାସୀ

author img

By

Published : Dec 9, 2021, 8:53 AM IST

ଜଗତସିଂହପୁର: ପୋସ୍କୋ ପରି ଜିଲ୍ଲାରେ ପ୍ରସ୍ତାବିତ ଜିନ୍ଦଲ(JSW) ପ୍ରକଳ୍ପ ନେଇ ତେଜୁଛି ବିରୋଧ ସ୍ବର । ଏରସମା ବ୍ଲକ ଅନ୍ତର୍ଗତ ଢ଼ିଙ୍କିଆ ଚାରିଦେଶରେ ପ୍ରସ୍ତାବିତ jswକୁ ବିରୋଧ କରି ଆସୁଛନ୍ତି ସ୍ଥାନୀୟ ଲୋକ । ପ୍ରକଳ୍ପ ନେଇ ଜିଲ୍ଲା ପ୍ରଶାସନ ଓ କମ୍ପାନୀ କର୍ତ୍ତୃପକ୍ଷ ଆଗକୁ ବଢୁଥିବାବେଳେ ପ୍ରକଳ୍ପରୁ ବିରୋଧ ପାଇଁ ସଜବାଜ ହେଉଛନ୍ତି ସ୍ଥାନୀୟ ବାସିନ୍ଦା । ବୁଧବାର ଗ୍ରାମବାସୀମାନେ ଏକ ବୈଠକ କରି ସମୂର୍ଣ୍ଣ ଗ୍ରାମକୁ ସିଲ କରିଛନ୍ତି । ଢ଼ିଙ୍କିଆ ଗାଁକୁ କାହାକୁ ପ୍ରବେଶ କରାଇବା ଉପରେ ରୋକ ଲଗାଇବା ସହିତ ଗ୍ରାମର ତିନୋଟି ପ୍ରବେଶ ଦ୍ବାରରେ ଫାଟକ ନିର୍ମାଣ କରିଛନ୍ତି ।

JSW ପ୍ରକଳ୍ପ ତାତି, ଗାଁର ୩ ପ୍ରବେଶ ଦ୍ବାର ବନ୍ଦ କଲେ ଗ୍ରାମବାସୀ

ଫାଟକ ଦେଇ କୌଣସି ସରକାରୀ ଅଧିକାରୀଙ୍କୁ ପ୍ରବେଶ କରାଇ ନ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଶିଳ୍ପ ସଂସ୍ଥାର କର୍ମକର୍ତ୍ତା ,ପୋଲିସକୁ ଲୋକେ ଜଗି ବସିଛନ୍ତି। ଯାହାକୁ ନେଇ ପୋଲିସ ପ୍ରଶାସନ ଓ ଗ୍ରାମବାସୀମାନଙ୍କ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଛି । ବୁଧବାର ଦ୍ବିତୀୟ ଦିନରେ ବରିଷ୍ଠ ସାମ୍ବାଦିକ ରବିଦାସ ଓ ଓଡିଶା ଜନ ଆନ୍ଦୋଳନର ଆବାହକ ପ୍ରଫୁଲ ସାମନ୍ତରାୟ, ପୂର୍ବତନ ବିଧାୟକ ନରେନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଶିଳ୍ପ ନାମରେ ପୋଲିସର ଦମନ ଲୀଳାକୁ ବରଦାସ୍ତ କରାଯିବନି ବୋଲି କହିଛନ୍ତି । ଶହ ଶହ ବର୍ଷ ଧରି ଜଙ୍ଗଲ ଜମି ଉପରେ ନିର୍ଭର କରି ଚଳି ଆସୁଥିବା ନିରୀହ ଲୋକଙ୍କ ଉପରେ ପୋଲିସ ଜୁଲମ କରୁଥିବା ସେମାନେ ଅଭିଯୋଗ କରିଛନ୍ତି ।

ଏହାପୂର୍ବରୁ ମଧ୍ୟ ଏରସମା ବ୍ଲକ ଅନ୍ତର୍ଗତ ଢ଼ିଙ୍କିଆ ଓ ନୂଆଗାଁ ପଞ୍ଚାୟତରେ ଏହି ଶିଳ୍ପକୁ ବିରୋଧ କରି ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ଢ଼ିଙ୍କିଆ, ନୂଆଗାଁ, ମଠସାହି, ଆଦି ଗ୍ରାମର ହଜାର ହଜାର ଲୋକେ ଏକାଠି ହୋଇ ପୋସ୍କୋ-ଜିନ୍ଦଲ ପ୍ରତିରୋଧ ସଂଗ୍ରାମ ସମିତି(POSCO-Jindal Resistance Struggle Committee) ଗଠନ କରିଥିଲେ । ପୋସ୍କୋ ପରି ଜିନ୍ଦଲ କମ୍ପାନୀ ଯେ ପର୍ଯ୍ୟନ୍ତ ଫେରି ନ ଯାଇଛି, ସେ ପର୍ଯ୍ୟନ୍ତ ସଂଗ୍ରାମ ଜାରି ରହିବ ବୋଲି କହିଥିଲେ ଗ୍ରାମବାସୀ । କମ୍ପାନୀ ଲୁଟିବା ପାଇଁ ଆସୁଥିବାବେଳେ ଜିଲ୍ଲା ପ୍ରଶାସନ ତାକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ କରିଛନ୍ତି । ଜୀବନ ଥିବା ଯାଏଁ ଭିଟାମାଟି ପାଇଁ ସଂଗ୍ରାମ ଜାରି ରହିବ ବୋଲି ଜିନ୍ଦଲ-ପୋସ୍କୋ ସଂଗ୍ରାମ ସମିତି ଘୋଷଣା କରିଥିଲା ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.