ETV Bharat / state

ଜଗତସିଂହପୁରରେ ପୁଣି 13 କୋରୋନା ପଜିଟିଭ - covid in jagatashingpur

ଜଗତସିଂହପୁର ଜିଲ୍ଲାରେ ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ରବିବାର ଜଗତସିଂହପୁରରେ ପୁଣି 13 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଜଗତସିଂହପୁରରେ 13 କୋରୋନା ଆକ୍ରାନ୍ତ
ଜଗତସିଂହପୁରରେ 13 କୋରୋନା ଆକ୍ରାନ୍ତ
author img

By

Published : Aug 2, 2020, 8:56 PM IST

ଜଗତସିଂହପୁର: ଜିଲ୍ଲାରେ ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ରବିବାର ଜଗତସିଂହପୁରରେ ପୁଣି 13 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁର ସହରରୁ ଆଜି କେହି କୋରୋନା ପଜେଟିଭ ଚିହ୍ନଟ ହୋଇନଥିବା ବେଳେ ନାଉଗାଁ ରୁ 3, ବିରିଡିରୁ 3, ବାଲିକୁଦାରୁ 3, ପାରାଦ୍ୱୀପରୁ 2 ଏରସମା ଓ ରଘୁନାଥପୁରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ସେମାନେ ନିକଟରେ କର୍ଣ୍ଣାଟକ, ତାମିଲନାଡ଼ୁ, ଦିଲ୍ଲୀ, ପଶ୍ଚିମବଙ୍ଗରୁ ଫେରି ସଙ୍ଘରୋଧ କେନ୍ଦ୍ରରେ ଥିଲେ । ସେମାନଙ୍କ ସ୍ୱାବ ନମୂନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା । ଆଜି ସେମାନଙ୍କ ରିପୋର୍ଟ ପଜିଟିଭ ଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି ।

ଜଗତସିଂହପୁରରେ 13 କୋରୋନା ଆକ୍ରାନ୍ତ
ଜଗତସିଂହପୁରରେ 13 କୋରୋନା ଆକ୍ରାନ୍ତ
ସେହିଭଳି ପାରାଦ୍ୱୀପରୁ ଚିହ୍ନଟ ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଥିବା ସମୟରେ ସେ କୋରୋନାରେ ଆକ୍ରାନ୍ତ ହୋଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି । ଏହାକୁ ନେଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 739ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ 583 ଜଣ ସୁସ୍ଥ ହୋଇଥିବା ବେଳେ ଏବେ ସୁଦ୍ଧା 154 ଜଣ ସକ୍ରିୟ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି । ସୂଚନାଯୋଗ୍ୟ ଯେ ଜିଲାରେ ଦୁଇ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.